ଇତିହାସ ରଚିଲେ ସୁବ୍ରତ ଦାସ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଷ୍ଟାର୍ ସ୍ନୁକର ଖେଳାଳି ସୁବ୍ରତ ଦାସ ପାଟନାରେ ଅନୁଷ୍ଠିତ ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍ ଟାଇଟଲ୍ ଜିତି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୁବ୍ରତ ଶେଷ ୨୫ ଦିନ ଭିତରେ ତିନୋଟି ଓପନ୍ ଟାଇଟଲ୍ ଜିତି ଏହି କୀର୍ତ୍ତିମାନ କରିଛନ୍ତି। ସୋମବାର ସୁବ୍ରତ ଫାଇନାଲରେ ଝାରଖଣ୍ଡର ଉଦୀୟମାନ ଖେଳାଳି ଆଦର୍ଶ ବର୍ମାଙ୍କୁ ୫-୩ (୭୦-୨୫, ୪୦-୬୫, ୬୪-୨୩, ୫୩-୧୨, ୨୩-୬୪, ୭୧-୩୦, ୫୯-୬୯, ୬୧-୪୩)ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ତେବେ […]

subrat-das

Ranjit Kumar Jena
  • Published: Monday, 16 December 2019
  • , Updated: 16 December 2019, 09:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ଷ୍ଟାର୍ ସ୍ନୁକର ଖେଳାଳି ସୁବ୍ରତ ଦାସ ପାଟନାରେ ଅନୁଷ୍ଠିତ ଇଷ୍ଟ ଇଣ୍ଡିଆ ସ୍ନୁକର ଚାମ୍ପିୟନଶିପ୍ ଟାଇଟଲ୍ ଜିତି ନୂଆ ରେକର୍ଡ ସ୍ଥାପନ କରିଛନ୍ତି। ସୁବ୍ରତ ଶେଷ ୨୫ ଦିନ ଭିତରେ ତିନୋଟି ଓପନ୍ ଟାଇଟଲ୍ ଜିତି ଏହି କୀର୍ତ୍ତିମାନ କରିଛନ୍ତି।

ସୋମବାର ସୁବ୍ରତ ଫାଇନାଲରେ ଝାରଖଣ୍ଡର ଉଦୀୟମାନ ଖେଳାଳି ଆଦର୍ଶ ବର୍ମାଙ୍କୁ ୫-୩ (୭୦-୨୫, ୪୦-୬୫, ୬୪-୨୩, ୫୩-୧୨, ୨୩-୬୪, ୭୧-୩୦, ୫୯-୬୯, ୬୧-୪୩)ରେ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ତେବେ ସୁବ୍ରତଙ୍କ ଏହି ଐତିହାସିକ ଅଭିଯାନ ଚଳିତ ବର୍ଷ ନଭେମ୍ବରରୁ ଆରମ୍ଭ ହୋଇଥିଲେ।

ନଭେମ୍ବର ୩୦ ତାରିଖରେ ସୁବ୍ରତ ପୂର୍ବତନ ଜାତୀୟ ଚାମ୍ପିୟନ୍ ଆଶୁତୋଷ ପାଢ଼ୀଙ୍କୁ ହରାଇ ନିଜର ପ୍ରଥମ ସିନିୟର ସ୍ନୁକର ରାଜ୍ୟ ଟାଇଟଲ୍ ଜିତିଥିଲେ। ଏହା ପରେ ଚଳିତମାସ ୮ ତାରିଖରେ ସୁବ୍ରତ ପଞ୍ଚମ ଗୋଲ୍ଡେନ୍ କିଙ୍ଗ୍ ଓପନ୍ ସ୍ନୁକର ଚାମ୍ପିୟନଶିପରେ ବିଜେତା ହୋଇ ନିଜର ଦ୍ୱିତୀୟ ଟାଇଟଲ୍ ଅର୍ଜନ କରିଥିଲେ। ଆଜି ସୁବ୍ରତ ନିଜର ତୃତୀୟ ଟାଇଟଲ୍ ଜିତି ଇତିହାସ ପୃଷ୍ଠାରେ ନିଜ ନାଁକୁ ସାମିଲ୍ କରିଛନ୍ତି।

Related story