ରଣଜୀ ଫାଇନାଲ: ସୌରାଷ୍ଟ୍ର ୪୨୫, ବେଙ୍ଗଲ ୧୩୪/୩

ରାଜକୋଟ: ରଣଜୀ ଟ୍ରଫି ଫାଇନାଲର ତୃତୀୟ ଦିବସରେ ମଧ୍ୟ ସୌରାଷ୍ଟ୍ରର ପଲାଭାରି ରହିଛି। ପ୍ରଥମ ଇନିଂସରେ ଦଳ ଅର୍ପିତଙ୍କ ଶତକ ବଳରେ ୪୨୫ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ବେଙ୍ଗଲ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୩୪ ରନ୍‌ କରିଛି। ବେଙ୍ଗଲ ହାତରେ ୭ଟି ୱିକେଟ ବାକି ଥିବା ବେଳେ ଦଳ ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ସୁଦୀପ […]

bf

Hemant Lenka
  • Published: Wednesday, 11 March 2020
  • , Updated: 11 March 2020, 06:54 PM IST

ରାଜକୋଟ: ରଣଜୀ ଟ୍ରଫି ଫାଇନାଲର ତୃତୀୟ ଦିବସରେ ମଧ୍ୟ ସୌରାଷ୍ଟ୍ରର ପଲାଭାରି ରହିଛି। ପ୍ରଥମ ଇନିଂସରେ ଦଳ ଅର୍ପିତଙ୍କ ଶତକ ବଳରେ ୪୨୫ କରି ଅଲଆଉଟ ହୋଇଯାଇଛି। ଏହାର ଜବାବରେ ବେଙ୍ଗଲ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୩ ୱିକେଟ ହରାଇ ୧୩୪ ରନ୍‌ କରିଛି। ବେଙ୍ଗଲ ହାତରେ ୭ଟି ୱିକେଟ ବାକି ଥିବା ବେଳେ ଦଳ ସୌରାଷ୍ଟ୍ରର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୯୧ ରନ୍‌ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ସୁଦୀପ ଚାଟାର୍ଜୀ ୪୭ ଓ ରିଦ୍ଧିମାନ ସାହା ୪ ରନ୍‌ କରି ଅପରାଜିତ ରହିଛନ୍ତି।

ଗତକାଲିର ସ୍କୋର ୩୮୪/୮ରୁ ଆଜି ସୌରାଷ୍ଟ୍ର ତା’ର ଇନିଂସ ଆରମ୍ଭ କରିଥିଲା। ତେବେ ଚିରାଗ ଜଇନି ଗତକାଲି ୧୩ ରନ କରିଥିବା ବେଳେ ଆଜି ୧୪ ରନ୍ କରି ଆକଶ ଦୀପଙ୍କ ବଲରେ ବୋଲ୍ଡ ହୋଇଥିଲେ। କିନ୍ତୁ ଧର୍ମେନ୍ଦ୍ର ସିଂହ ଜାଡେଜା(୩୩) ଓ ଜୟଦେବ ଉନାଦକତ(୨୦) ରନ୍ ଶେଷ ୱିକେଟ ପାଇଁ ୩୮ ରନ୍‌ର ଭାଗିଦାରୀ କରି ଦଳୀୟ ସ୍କୋରକୁ ୪୨୫ରେ ପହଞ୍ଚାଇଥିଲା। ଏହି ସମୟରେ ଜୟଦେବଙ୍କୁ ଶାହାବାଜ ନଦୀମ ଆଉଟ କରି ସୌରାଷ୍ଟ୍ର ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

୪୨୫ ରନ୍‌ର ଜବାବରେ ବେଙ୍ଗଲ ୩୫ ରନ୍‌ରେ ହିଁ କ୍ରମାଗତ ଦୁଇଟି ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ପ୍ରଥମେ ସୁଦୀପ କୁମାର(୨୬) ଓ ଏହାପରେ ଅଭିମନ୍ୟୁ ଈଶ୍ୱରନ ୯ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଅଭିଜ୍ଞ ମନୋଜ ତିୱାରୀ ଓ ସୁଦୀପ ଚାଟାର୍ଜୀ ସ୍ଥିତି ସମ୍ଭାଳିଥିଲେ। ଉଭୟ ତୃତୀୟ ୱିକେଟ ପାଇଁ ୮୯ ରନର ଭାଗିଦାରୀ କରିଥିଲେ।

ଏହି ସମୟରେ ୩୫ ରନ କରିଥିବା ତିୱାରୀ ଆଉଟ ହୋଇଥିଲେ। ତାଙ୍କ ୱିକେଟ ଚିରାଗ ଜଇନି ନେଇଥିଲେ। ତିୱାରୀଙ୍କ ସ୍ଥାନରେ ଆସିଥିବା ସାହା ପୂରା ଧିମା ଖେଳ ପ୍ରଦର୍ଶନ କରି ସୁଦୀପଙ୍କୁ ଭରପୂର ସହଯୋଗ କରିଥିଲେ।

ଏଥିସହ ଦିବସର ଶେଷ ହେବା ଯାଏ ବେଙ୍ଗଲକୁ ଆଉ କୌଣସି କ୍ଷତି ଘଟାଇ ନଥିଲେ। ସାହା ୪୩ ବଲରେ ୪ ରନ ଓ ସୁଦୀପ ୧୪୫ ବଲରେ ୪୭ ରନ୍‌ କରିଛନ୍ତି।

Related story