୧୭ ବର୍ଷ ପରେ ଦଣ୍ଡ: ପତ୍ନୀ ହତ୍ୟା ମାମଲାରେ ଇଲିୟାସିଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ: ଭାରତର ପ୍ରଥମ ରିୟଲିଟି ଶୋ’ ‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ’ ହୋଷ୍ଟ ସୁହୈବ ଇଲିୟାସିଙ୍କୁ ପତ୍ନୀ ଅଞ୍ଜୁ ଇଲିୟାସିଙ୍କ ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ଦୀର୍ଘ ୧୭ ବର୍ଷର ଏହି ହତ୍ୟାକାଣ୍ଡ ମାମଲାର ଅନ୍ତ ଘଟିଛି। ୧୧ ଜାନୁଆରୀ ୨୦୦୦ରେ ଅଞ୍ଜୁଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତାଙ୍କ ଶରୀରରେ ଛୁରୀର ଆଘାତ ଚିହ୍ନ ରହିଥିଲା। ପ୍ରଥମେ ଅଞ୍ଜୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିଲା। କିଛିମାସ […]

illyasiimage

Rakesh Mallick
  • Published: Wednesday, 20 December 2017
  • , Updated: 20 December 2017, 06:46 PM IST

ନୂଆଦିଲ୍ଲୀ: ଭାରତର ପ୍ରଥମ ରିୟଲିଟି ଶୋ’ ‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ’ ହୋଷ୍ଟ ସୁହୈବ ଇଲିୟାସିଙ୍କୁ ପତ୍ନୀ ଅଞ୍ଜୁ ଇଲିୟାସିଙ୍କ ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ଦୀର୍ଘ ୧୭ ବର୍ଷର ଏହି ହତ୍ୟାକାଣ୍ଡ ମାମଲାର ଅନ୍ତ ଘଟିଛି।

୧୧ ଜାନୁଆରୀ ୨୦୦୦ରେ ଅଞ୍ଜୁଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ତାଙ୍କ ଶରୀରରେ ଛୁରୀର ଆଘାତ ଚିହ୍ନ ରହିଥିଲା। ପ୍ରଥମେ ଅଞ୍ଜୁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଥିଲା। କିଛିମାସ ପରେ ଅଞ୍ଜୁଙ୍କ ମାଆ ଏବଂ ଭଉଣୀ ଏସ୍‌ଡିଏମ୍‌ କୋର୍ଟରେ ବୟାନ ଦେଇ କହିଥିଲେ, ସୁହୈବ, ଅଞ୍ଜୁଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ସୂଚନାଯୋଗ୍ୟ, ଅଞ୍ଜୁଙ୍କ ମୃତ୍ୟୁ ପୂର୍ବରୁ ସୁହୈବଙ୍କୁ ଯୌତୁକ ନିର୍ଯାତନା ମାମଲାରେ ଗିରଫ ମଧ୍ୟ କରାଯାଇଥିଲା।

କେମିତି ନୂଆ ମୋଡ଼ ନେଲା ଅଞ୍ଜୁଙ୍କ ଆତ୍ମହତ୍ୟା ମାମଲା ?

ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇ ନଥିଲା ଅଞ୍ଜୁ ଆତ୍ମହତ୍ୟା କରିଥିଲେ ନା ତାଙ୍କୁ ହତ୍ୟା କରାଯାଇଥିଲା। କେଉଁ ଦିଗକୁ ନେଇ ତଦନ୍ତ ଆଗକୁ ବଢ଼ାଇବ ପୋଲିସ୍‌ କିଛି ବୁଝି ପାରୁ ନଥିଲା। ଏହି ସମୟରେ ମାମଲା ନୂଆ ମୋଡ଼ ନେଇଥିଲା। ଇଲିୟାସିଙ୍କ ବିରୋଧରେ ହତ୍ୟା ମାମଲା ଚଲାଇବାକୁ ଅଞ୍ଜୁଙ୍କ ମାଆ ଦାବି କରିଥିଲେ। ଟ୍ରାଏଲ୍‌ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ହେଲେ ୨୦୧୪ରେ ଦିଲ୍ଲୀ ହାଇକୋର୍ଟ ଇଲିୟାସିଙ୍କ ବିରୋଧରେ ହତ୍ୟା ମାମଲା ଚଲାବାକୁ ନିର୍ଦ୍ଦେଶ ଦେଇଥିଲେ।

କ୍ରାଇମ୍‌ ଶୋ’ରୁ କ୍ରିମିନାଲ

‘ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ’ ଥିଲା ଭାରତର ପ୍ରଥମ ରିୟଲିଟି ଶୋ’। ଏହା ଥିଲା ଅପରାଧ ଆଧାରିତ ଶୋ’। ୨୦୦୦ ମସିହା ବେଳକୁ ଏହି ଶୋ’ ବହୁତ ଲୋକପ୍ରିୟ ଥିଲା ଓ ସୁହୈବ ରାତାରାତି ଷ୍ଟାର ବନି ଯାଇଥିଲେ। ସୁହୈବ କ୍ରାଇମ ସାମ୍ବାଦିକତାକୁ ଏକ ନୂଆ ମୋଡ଼ ଦେଇଥିଲେ। ଏହାପରେ ଅପରାଧ ଖବର ସାମ୍ବାଦିକତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ପ୍ରତିପାଦିତ ହୋଇଥିଲା। କ୍ରାଇମ୍‌ ଷ୍ଟୋରୀ କରୁ କରୁ ସୁହୈବ ନିଜେ କ୍ରିମିନାଲ ପାଲଟି ଯାଇଥିଲେ।

Related story