ମହିଳା ଆଇପିଏଲ ପାଇଁ ପ୍ରସ୍ତାବ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ: ପୁରୁଷଙ୍କ ଭଳି ଭାରତରେ ମଧ୍ୟ ମହିଳା ଆଇପିଏଲ ଖେଳାଯିବା ଉଚିତ। ମହିଳା ଆଇପିଏଲକୁ ପୂର୍ଣ୍ଣକାଳୀନ ଭାବେ ଆରମ୍ଭ କରିବାର ଏହା ଉପଯୁକ୍ତ ସମୟ ବୋଲି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପ୍ରସ୍ତାବ ଦେଇଛନ୍ତି। ଗତକାଲି ଭାରତୀୟ ମହିଳା ଦଳ ଟି-୨୦ ବିଶ୍ୱକପ ଫାଇନାଲରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଭାରତୀୟ ଖେଳାଳିଙ୍କ ମୁହଁରେ ବଡ଼ ମ୍ୟାଚ୍‌ର ଚାପ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଏସବୁ ଭିତରେ ଆଜି ଗାଭାସ୍କର ପୂର୍ଣ୍ଣକାଳୀନ ମହିଳା ଆଇପିଏଲ ଆରମ୍ଭ କରିବାକୁ […]

dc

Hemant Lenka
  • Published: Monday, 09 March 2020
  • , Updated: 09 March 2020, 05:47 PM IST

ନୂଆଦିଲ୍ଲୀ: ପୁରୁଷଙ୍କ ଭଳି ଭାରତରେ ମଧ୍ୟ ମହିଳା ଆଇପିଏଲ ଖେଳାଯିବା ଉଚିତ। ମହିଳା ଆଇପିଏଲକୁ ପୂର୍ଣ୍ଣକାଳୀନ ଭାବେ ଆରମ୍ଭ କରିବାର ଏହା ଉପଯୁକ୍ତ ସମୟ ବୋଲି କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ପ୍ରସ୍ତାବ ଦେଇଛନ୍ତି।

ଗତକାଲି ଭାରତୀୟ ମହିଳା ଦଳ ଟି-୨୦ ବିଶ୍ୱକପ ଫାଇନାଲରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଭାରତୀୟ ଖେଳାଳିଙ୍କ ମୁହଁରେ ବଡ଼ ମ୍ୟାଚ୍‌ର ଚାପ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ଏସବୁ ଭିତରେ ଆଜି ଗାଭାସ୍କର ପୂର୍ଣ୍ଣକାଳୀନ ମହିଳା ଆଇପିଏଲ ଆରମ୍ଭ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଗାଭାସ୍କର କହିଛନ୍ତି, “ସୌରଭ ଗାଙ୍ଗୁଲି ଓ ବିସିସିଆଇକୁ ମୁଁ କହିବାକୁ ଚାହେଁ ଯେ ଆସନ୍ତା ବର୍ଷ ଠାରୁ ପୂର୍ଣ୍ଣକାଳୀନ ମହିଳା ଆଇପିଏଲ ଆରମ୍ଭ ହେବା ଦରକାର। କାରଣ ଆଇପିଏଲ ଦ୍ୱାରା ହିଁ ନୂଆ ଟ୍ୟାଲେଣ୍ଟ ସାମ୍ନାକୁ ଆସି ପାରିବେ। ଅନେକ ମହିଳା କ୍ରିକେଟରଙ୍କ ପାଖରେ ଟ୍ୟାଲେଣ୍ଟ ଥିବା ଆମେ ଦେଖିବାକୁ ପାଉଛୁ। ସେସବୁକୁ ଭାରତୀୟ ଟିମ୍‌ରେ ମଧ୍ୟ ବ୍ୟବହାର କରିବା ଦରକାର।

ମହିଳା ଆଇପିଏଲ ଦ୍ୱାରା ନୂଆ ଖେଳାଳି ସାମ୍ନାକୁ ଆସିବେ। ଯଦି ବି ମହିଳା ଆଇପିଏଲ ପାଇଁ ୮ଟି ଟିମ ହେଉନାହାନ୍ତି, ତଥାପି ମହିଳା ଆଇପିଏଲ ନାଁରେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ଦରକାର। ଏହା ମହିଳା କ୍ରିକେଟରଙ୍କୁ ଅଧିକ ପ୍ରଭାବଶାଳୀ କରିପାରିବ।

ବସିସିଆଇ ମହିଳା ଟିମ୍‌ ପାଇଁ ଅନେକ କିଛି କରୁଛି। ଏଥିପାଇଁ ମହିଳା ଟିମ୍‌ ଭଲ ପ୍ରଦର୍ଶନ କରୁଛି। ତେବେ ମହିଳାଙ୍କ ପାଇଁ ଆଇପିଏଲ ଆରମ୍ଭ ହେଲେ, ଆହୁରି ଅଧିକ ଫାଇଦା ମିଳିବ।

ସ୍ମୃତି ମନ୍ଧାନା ଓ ହରମନପ୍ରୀତ କୌର ବିଗବାଶ ଲିଗ୍‌ ଖେଳୁଛନ୍ତି। ଅଷ୍ଟ୍ରେଲିଆ କ୍ରିକେଟ ତାଙ୍କ ଦେଶର ମହିଳା କ୍ରିକେଟରଙ୍କ ପାଇଁ ଏଭଳି ବ୍ୟବସ୍ଥା କରିଛି। ବିଗବାଶ ଭଳି ଟୁର୍ଣ୍ଣାମେଣ୍ଟ ଖେଳିବା ଦ୍ୱାରା ସେଠାରେ ଥିବା ଶ୍ରେଷ୍ଠ ଖେଳାଳିଙ୍କ ଠାରୁ ଅନେକ କିଛି ଶିଖିବାକୁ ମିଳିଥାଏ। ଏହା ପରବର୍ତ୍ତୀ ସମୟରେ ଜାତୀୟ ଟିମ୍‌ ପାଇଁ ଲାଭ ଦାୟକ ହୁଏ।”

ବର୍ତ୍ତମାନ ବିସିସିଆଇ ଆଇପିଏଲ ସମୟରେ ୩ଟି ମହିଳା ଟିମ୍‌କୁ ନେଇ କିଛି ହାତ ଗଣତି ମ୍ୟାଚ୍‌ ଆୟୋଜନ କରୁଛି। ମହିଳା ଚ୍ୟାଲେଞ୍ଜ ଟ୍ରଫି ନାଁରେ ଏହା ଦୁଇ ବର୍ଷ ହେଲା ଆରମ୍ଭ ହୋଇଛି।

Related story