କୋହଲିଙ୍କ ଭଳି ଗାଭାସ୍କରଙ୍କୁ ମିଳିଥିଲା କି ଏଭଳି ସୁବିଧା?

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ବର୍ତ୍ତମାନ ଦିନିକିଆ ସିରିଜ୍ ଖେଳୁଛି। ପ୍ରଥମ ଦୁଇଟି ମ୍ୟାଚ୍ ହାରି ଭାରତ ସିରିଜ୍ ହାତଛଡ଼ା କରିଥିବା ଟିମ୍ ଇଣ୍ଡିଆ ଆସନ୍ତାକାଲି ସମ୍ମାନ ରକ୍ଷା ପାଇଁ ଅନ୍ତିମ ତଥା ତୃତୀୟ ମୁକାବିଲା ଖେଳିବ। ଏହା ପରେ ଟି-୨୦ ଓ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ତେବେ ଏହି ଗସ୍ତରେ ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍ କୋହଲି ପ୍ରଥମ ଟେଷ୍ଟ ପରେ ସ୍ୱଦେଶ ଫେରିଆସିବେ। ଜାନୁଆରୀରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା […]

gavaskar

Ranjit Kumar Jena
  • Published: Tuesday, 01 December 2020
  • , Updated: 01 December 2020, 12:56 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ବର୍ତ୍ତମାନ ଦିନିକିଆ ସିରିଜ୍ ଖେଳୁଛି। ପ୍ରଥମ ଦୁଇଟି ମ୍ୟାଚ୍ ହାରି ଭାରତ ସିରିଜ୍ ହାତଛଡ଼ା କରିଥିବା ଟିମ୍ ଇଣ୍ଡିଆ ଆସନ୍ତାକାଲି ସମ୍ମାନ ରକ୍ଷା ପାଇଁ ଅନ୍ତିମ ତଥା ତୃତୀୟ ମୁକାବିଲା ଖେଳିବ। ଏହା ପରେ ଟି-୨୦ ଓ ଟେଷ୍ଟ ସିରିଜ୍ ଆରମ୍ଭ ହେବ। ତେବେ ଏହି ଗସ୍ତରେ ଭାରତୀୟ ଦଳର କ୍ୟାପଟେନ୍ ବିରାଟ୍ କୋହଲି ପ୍ରଥମ ଟେଷ୍ଟ ପରେ ସ୍ୱଦେଶ ଫେରିଆସିବେ।

ଜାନୁଆରୀରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା ନିଜର ପ୍ରଥମ ସନ୍ତାନ ଜନ୍ମ ଦେବେ। ଏହି ସମୟରେ କୋହଲି ନିଜ ପତ୍ନୀ ସହ ରହିବାକୁ ଚାହାନ୍ତି। ଏଥିପାଇଁ ବିସିସିଆଇ କୋହଲିଙ୍କୁ ପ୍ୟାଟରନିଟୀ ଲିଭ୍ ଦେଇଛି। ତେବେ ଅଷ୍ଟ୍ରେଲିଆ ଟୁର୍ ପୂର୍ବରୁ କୋହଲିଙ୍କ ଏହି ପ୍ୟାଟରନିଟୀ ଲିଭକୁ ନେଇ ଖୁବ୍ ଚର୍ଚ୍ଚା ହୋଇଛି। କିଛି କୋହଲିଙ୍କ ଏହି ନିଷ୍ପତ୍ତିକୁ କିଛି ସମର୍ଥନ କରୁଥିବା ବେଳେ କିଛି ଆପତ୍ତି ମଧ୍ୟ କରିଛନ୍ତି।

ଏହାକୁ ନେଇ ପୂର୍ବତନ କ୍ୟାପଟେନ୍ ସୁନୀଲ୍ ଗାଭାସ୍କର ପ୍ରତିକ୍ରିୟା ଦେଇଛନ୍ତି। ଗାଭାସ୍କରଙ୍କୁ ପଚରାଯାଇଥିଲା ଯେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ବେଳେ ତାଙ୍କୁ ପ୍ୟାଟରନିଟୀ ଲିଭ୍ ମିଳିଥିଲା ନା ନାହିଁ। ଜବାବରେ ଗାଭାସ୍କର କହିଛନ୍ତି ଯେ ତାଙ୍କୁ ପ୍ୟାଟରନିଟୀ ଲିଭ୍ ଦେବାକୁ ମନା କରିଦିଆଯାଇଥିଲା। ଏକ ଇଂରାଜୀ ଖବର କାଗଜରେ ଲେଖିଥିବା ସ୍ତମ୍ଭରେ ଗାଭାସ୍କର ଏହାର ଖୁଲାସା କରିଛନ୍ତି।

ଗାଭାସ୍କର ଲେଖିଛନ୍ତି, ସେତେବେଳେ ସେ ଭାରତ ଫେରିବା ପାଇଁ ବିସିସିଆଇକୁ ଆଦୌ ପଚାରିନଥିଲେ। ଯେତେବେଳେ ଗାଭାସ୍କରଙ୍କ ପୁଅ ରୋହନଙ୍କ ଜନ୍ମ ହେଲେ, ସେତେବେଳେ ଭାରତୀୟ ଟିମ୍ ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିଲା।

ଗାଭାସ୍କର ଆହୁରି ଲେଖିଛନ୍ତି, ନ୍ୟୁଜିଲ୍ୟାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଗସ୍ତ ଯିବା ପୂର୍ବରୁ ସେ ଜାଣିଥିଲେ ଯେ ଗସ୍ତରୁ ଫେରିବା ବେଳକୁ ତାଙ୍କର ସନ୍ତାନ ଜନ୍ମ ହୋଇସାରିଥିବ। ସେ ଭାରତ ପକ୍ଷରୁ ଖେଳିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ ଏବଂ ଏଥିପାଇଁ ତାଙ୍କୁ ନିଜ ପତ୍ନୀଙ୍କର ମଧ୍ୟ ସମର୍ଥନ ମିଳିଥିବା ଗାଭାସ୍କର କହିଛନ୍ତି।

Related story