ଗାଭାସ୍କର-ବର୍ଡର ଟ୍ରଫିକୁ ଗାଭାସ୍କରଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଏବେ ଗାଭାସ୍କର-ବର୍ଡର ଟ୍ରଫି ପାଇଁ ଚାରିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳା ଯାଉଛି। ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଏହି ସିରିଜ୍‌ର ତିନିଟି ମ୍ୟାଚ୍ ସରିଥିବା ବେଳେ ଆସନ୍ତାକାଲି (ଗୁରୁବାର)ଠାରୁ ସିଡ୍‌ନୀରେ ଆରମ୍ଭ ହେବ ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌। ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି ଓ ଶେଷ ମ୍ୟାଚ୍‌କୁ ଜିତିବା ପାଇଁ ଦଳ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ଓ ଭାରତର ଦୁଇ ମହାନ ଖେଳାଳି ଆଲାନ୍ ବର୍ଡର ଓ […]

gavaskar

Tapaswini Nayak
  • Published: Wednesday, 02 January 2019
  • , Updated: 02 January 2019, 09:15 AM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଏବେ ଗାଭାସ୍କର-ବର୍ଡର ଟ୍ରଫି ପାଇଁ ଚାରିଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ ଖେଳା ଯାଉଛି। ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ଏହି ସିରିଜ୍‌ର ତିନିଟି ମ୍ୟାଚ୍ ସରିଥିବା ବେଳେ ଆସନ୍ତାକାଲି (ଗୁରୁବାର)ଠାରୁ ସିଡ୍‌ନୀରେ ଆରମ୍ଭ ହେବ ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍‌। ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି ଓ ଶେଷ ମ୍ୟାଚ୍‌କୁ ଜିତିବା ପାଇଁ ଦଳ ଲକ୍ଷ୍ୟ ରଖିଛି।

ଅଷ୍ଟ୍ରେଲିଆ ଓ ଭାରତର ଦୁଇ ମହାନ ଖେଳାଳି ଆଲାନ୍ ବର୍ଡର ଓ ସୁନୀଲ ଗାଭାସ୍କରଙ୍କ ନାଁରେ ୧୯୯୬/୯୭ରୁ ଆରମ୍ଭ ହୋଇଥିଲା ଗାଭାସ୍କର-ବର୍ଡର ଟ୍ରଫି। ତେବେ ଚଳିତ ଥର ଏହି ଟ୍ରଫି ପାଇଁ ସୁନୀଲ ଗାଭାସ୍କରଙ୍କୁ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରାଯାଇନାହିଁ। ଏଣୁ ସେ ଗାଭାସ୍କର-ବର୍ଡର ଟ୍ରଫି ପ୍ରଦାନ ଉତ୍ସବରେ ସାମିଲ ହୋଇ ନ ପାରନ୍ତି।

ଗାଭାସ୍କର ‘ଇଣ୍ଡିଆ ଟୁଡେ’କୁ କହିଛନ୍ତି,“କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟକାରୀ ଜେମ୍ସ ସଦରଲ୍ୟାଣ୍ଡ ଗତ ମେ’ ମାସରେ ମୋ ପାଖକୁ ଏକ ଚିଠି ଲେଖି ଗାଭାସ୍କର-ବର୍ଡର ଟ୍ରଫି ପ୍ରଦାନ କରିବା ନେଇ ଉପସ୍ଥିତ ରହିପାରିବି କି ନାହିଁ ପଚାରିଥିଲେ। ମୁଁ ଯିବା ପାଇଁ ଚାହୁଁଥିଲି। କିନ୍ତୁ ସେ ଇସ୍ତଫା ଦେବା ପରେ ମୋ ସହିତ କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ କେହି ଯୋଗାଯୋଗ କରି ନାହାନ୍ତି।”

ଗାଭାସ୍କର-ବର୍ଡର ଟ୍ରଫିରେ ଏଯାବତ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୪ଟି ସିରିଜ୍ (ଏଥରକୁ ମିଶାଇ) ଖେଳା ଯାଇଛି। ଏଥିରୁ ୭ ଥର ଭାରତ ବାଜି ମାରିଥିବା ବେଳେ ଅଷ୍ଟ୍ରେଲିଆ ୫ ଥର ଜିତିଛି। ଗୋଟିଏ ଥର ସିରିଜ୍ ଡ୍ର’ ହୋଇଛି। ଚଳିତ ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି। ତେବେ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆ କେବେ ବି ଏହି ସିରିଜ୍ ଜିତି ନାହିଁ। କିନ୍ତୁ ୨୦୦୪ରେ ଅଷ୍ଟ୍ରେଲିଆ ଭାରତ ମାଟିରେ ଏହି ସିରିଜ୍ ଜିତିଥିଲା।

Related story