ରିଓ ଅଲିମ୍ପିକ୍‌ରେ ଭାଗ ନେବା ବିବାଦ: ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସୁଶୀଲ

ନୂଆଦିଲ୍ଲୀ : ୨୦୧୬ ରିଓ ଅଲିମ୍ପିକ୍‌ରେ ୭୪ କେଜି ବର୍ଗ ରେସଲିଂରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ  ବିବାଦ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କୁସ୍ତିଯୋଦ୍ଧା ସୁଶୀଲ କୁମାର। ନରସିଂହ ଯାଦବଙ୍କ ସହ ଏକ ଟ୍ରାଏଲ୍‌ ପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି। ଅଗଷ୍ଟ ୫ ତାରିଖରୁ ରିଓ ଡି ଜେନରିଓରେ ହେବାକୁ ଥିବା କ୍ରୀଡ଼ା ମହାକୁମ୍ଭର ପ୍ରସ୍ତୁତି କ୍ୟାମ୍ପରୁ ବାଦ୍‌ ପଡିଛନ୍ତି ଅଲିମ୍ପିକ୍‌ରେ ଦୁଇ ଥର ମେଡାଲ୍‌ ବିଜେତା ସୁଶୀଲ କୁମାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ […]

sushil-kumar-cwg

Rakesh Mallick
  • Published: Monday, 16 May 2016
  • , Updated: 16 May 2016, 01:07 PM IST

ନୂଆଦିଲ୍ଲୀ : ୨୦୧୬ ରିଓ ଅଲିମ୍ପିକ୍‌ରେ ୭୪ କେଜି ବର୍ଗ ରେସଲିଂରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ  ବିବାଦ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କୁସ୍ତିଯୋଦ୍ଧା ସୁଶୀଲ କୁମାର। ନରସିଂହ ଯାଦବଙ୍କ ସହ ଏକ ଟ୍ରାଏଲ୍‌ ପାଇଁ ସେ କୋର୍ଟରେ ଆବେଦନ କରିଛନ୍ତି।

ଅଗଷ୍ଟ ୫ ତାରିଖରୁ ରିଓ ଡି ଜେନରିଓରେ ହେବାକୁ ଥିବା କ୍ରୀଡ଼ା ମହାକୁମ୍ଭର ପ୍ରସ୍ତୁତି କ୍ୟାମ୍ପରୁ ବାଦ୍‌ ପଡିଛନ୍ତି ଅଲିମ୍ପିକ୍‌ରେ ଦୁଇ ଥର ମେଡାଲ୍‌ ବିଜେତା ସୁଶୀଲ କୁମାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ଏହି ଦୁଇଜଣଙ୍କ ମଧ୍ୟରୁ ଅଲିମ୍ପିକ୍‌ରେ କିଏ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବ ସେ ନେଇ ରେସଲିଂ ଫେଡେରେସନ ଅଫ୍‌ ଇଣ୍ଡିଆ(ଡବ୍ଲ୍ୟୁଏଫ୍‌ଆଇ) ନିଷ୍ପତ୍ତି ନେଇପାରୁ ନାହିଁ। ଟ୍ରାଏଲ ମାଧ୍ୟମରେ ଦୁଇ ପ୍ରତିଯୋଗୀଙ୍କୁ ବାଛିବା କଠିନ ବ୍ୟାପାର ବୋଲି ଡବ୍ଲ୍ୟୁଏଫ୍‌ଆଇ କହିଛି। ଏହା ସ୍ପର୍ଶକାତର ବିଷୟ ହୋଇଥିବାରୁ ଏନେଇ ନିଷ୍ପତ୍ତି ନେବାକୁ ସରକାରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରିଛି ଡବ୍ଲ୍ୟୁଏଫ୍‌ଆଇ। ଅନ୍ୟପକ୍ଷରେ ସରକାର ଏନେଇ ଡବ୍ଲ୍ୟୁଏଫ୍‌ଆଇକୁ ନିଷ୍ପତ୍ତି ନେବାକୁ ଗତକାଲି କହିଥିଲେ।

ସୂଚନାଯୋଗ୍ୟ, ୭୪ କେଜି ଫ୍ରିଷ୍ଟାଇଲ୍‌ ବର୍ଗର ନିୟମ ଅନୁସାରେ ନରସିଂହ ପଞ୍ଚମ ଯାଦବଙ୍କୁ କ୍ୟାମ୍ପରେ ଯୋଗଦେବାକୁ ଅନୁମତି ମିଳିଥିବା ବେଳେ ସୁଶୀଲଙ୍କୁ ମିଳିନାହିଁ।

Related story