ସିନିୟର ମହିଳା ଚ୍ୟାଲେଞ୍ଜର ଟ୍ରଫି ପାଇଁ ସୁଶ୍ରୀ ଓ ମାଧୁରୀ ମନୋନୀତ

କଟକ (ଓଡ଼ିଶା ରିପୋର୍ଟର): ଜାନୁଆରୀ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ କଟକରେ ଆୟୋଜିତ ହେବାକୁଥିବା ପେଟିଏମ୍ ସିନିୟର ମହିଳା ଟି-୨୦ ଚ୍ୟାଲେଞ୍ଜର୍ ଟ୍ରଫି ପାଇଁ ଭାରତ-ଏ, ବି ଏବଂ ସି’ ଦଳର ଘୋଷଣା କରାଯାଇଛି। ଓଡ଼ିଶାର ଦୁଇ ଖେଳାଳି ସୁଶ୍ରୀ ପ୍ରିୟଦର୍ଶିନୀ ଏବଂ ମାଧୁରୀ ମେହେଟ୍ଟା ଯଥାକ୍ରମେ ଭାରତ-ବି ଏବଂ ଭାରତ-ସି’ ଦଳରେ ସ୍ଥାନ ପାଇଛନ୍ତି। ଭାରତ-ବି’ର ଦଳର ନେତୃତ୍ୱ ଭାର ସ୍ମୃତି ମନ୍ଧାନାଙ୍କୁ ଦିଆଯାଇଥିବା ବେଳେ ବେଦ କ୍ରିଷ୍ଣମୂର୍ତ୍ତିଙ୍କୁ ଭାରତ-ସି’ ଦଳର କ୍ୟାପଟେନ୍ କରାଯାଇଛି। ହରମନପ୍ରୀତ […]

sushree-and-madhuri

Ranjit Kumar Jena
  • Published: Monday, 23 December 2019
  • , Updated: 23 December 2019, 09:13 PM IST

କଟକ (ଓଡ଼ିଶା ରିପୋର୍ଟର): ଜାନୁଆରୀ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ କଟକରେ ଆୟୋଜିତ ହେବାକୁଥିବା ପେଟିଏମ୍ ସିନିୟର ମହିଳା ଟି-୨୦ ଚ୍ୟାଲେଞ୍ଜର୍ ଟ୍ରଫି ପାଇଁ ଭାରତ-ଏ, ବି ଏବଂ ସି' ଦଳର ଘୋଷଣା କରାଯାଇଛି।

ଓଡ଼ିଶାର ଦୁଇ ଖେଳାଳି ସୁଶ୍ରୀ ପ୍ରିୟଦର୍ଶିନୀ ଏବଂ ମାଧୁରୀ ମେହେଟ୍ଟା ଯଥାକ୍ରମେ ଭାରତ-ବି ଏବଂ ଭାରତ-ସି' ଦଳରେ ସ୍ଥାନ ପାଇଛନ୍ତି। ଭାରତ-ବି'ର ଦଳର ନେତୃତ୍ୱ ଭାର ସ୍ମୃତି ମନ୍ଧାନାଙ୍କୁ ଦିଆଯାଇଥିବା ବେଳେ ବେଦ କ୍ରିଷ୍ଣମୂର୍ତ୍ତିଙ୍କୁ ଭାରତ-ସି' ଦଳର କ୍ୟାପଟେନ୍ କରାଯାଇଛି।

ହରମନପ୍ରୀତ କୌର୍ ଭାରତ-ଏ' ଦଳର ନେତୃତ୍ୱ ନେବେ। ଦୁଇ ଓଡ଼ିଆ ଖେଳାଳି ଚ୍ୟାଲେଞ୍ଜର ଟ୍ରଫି ପାଇଁ ଜାତୀୟ ଦଳରେ ସ୍ଥାନ ପାଇଥିବାରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଦୁହିଁଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Related story