କାହିଁକି ସ୍ୱର୍ଣ୍ଣ ବିଜୟିନୀ ସ୍ୱପ୍ନାଙ୍କୁ ‘ଜୋତା’ ପିନ୍ଧିବାରେ ସମସ୍ୟା ହୁଏ?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ବୁଧବାର ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। କାରଣ ସ୍ଥାନୀୟ ଝିଅ ସ୍ୱପ୍ନା ବର୍ମନ ଏସିଆନ୍ ଗେମ୍ସରେ ହେପ୍ଟାଥଲନ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହି ଇଭେଣ୍ଟରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା। ଦାନ୍ତରେ ଯନ୍ତ୍ରଣା ସତ୍ତ୍ୱେ ୬୦୨୬ ପଏଣ୍ଟ ସ୍କୋର୍ କରି ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଆଉ ଏ ଘୋଷଣା ହେବା ମାତ୍ରେ ଜଲପାଇଗୁଡ଼ିରେ ସ୍ୱପ୍ନାଙ୍କ ଘର ବାହାରେ ଲୋକ ଜମା ହେବାକୁ […]

swapna

Jitendra Garnayak
  • Published: Thursday, 30 August 2018
  • , Updated: 30 August 2018, 06:34 AM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ବୁଧବାର ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। କାରଣ ସ୍ଥାନୀୟ ଝିଅ ସ୍ୱପ୍ନା ବର୍ମନ ଏସିଆନ୍ ଗେମ୍ସରେ ହେପ୍ଟାଥଲନ୍‌ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଏହି ଇଭେଣ୍ଟରେ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ସେ ହେଉଛନ୍ତି ଭାରତର ପ୍ରଥମ ମହିଳା।

ଦାନ୍ତରେ ଯନ୍ତ୍ରଣା ସତ୍ତ୍ୱେ ୬୦୨୬ ପଏଣ୍ଟ ସ୍କୋର୍ କରି ସେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ଆଉ ଏ ଘୋଷଣା ହେବା ମାତ୍ରେ ଜଲପାଇଗୁଡ଼ିରେ ସ୍ୱପ୍ନାଙ୍କ ଘର ବାହାରେ ଲୋକ ଜମା ହେବାକୁ ଲାଗିଥିଲେ। ସମସ୍ତେ ମିଠା ବାଣ୍ଟି ଥିଲେ।

ଗତକାଲି ପର୍ଯ୍ୟନ୍ତ ସ୍ୱପ୍ନାଙ୍କୁ ଦେଶର କେବଳ କିଛି ଲୋକ ଜାଣିଥିଲେ। କିନ୍ତୁ ସ୍ୱର୍ଣ୍ଣ ପଦକ ହାସଲ କରିବା ପରେ ଦେଶ ସାରା ଲୋକ ତାଙ୍କୁ ଜାଣିଲେ। ତାଙ୍କ ପାଇଁ ଦେଶ ଗର୍ବିତ।

ବହୁ ସଂଘର୍ଷ କରି ସ୍ୱପ୍ନା ପାଇଛନ୍ତି ଏ ସଫଳତା। ଖେଳ ଉପକରଣ କିଣିବାକୁ ସେ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କ ମା’ ଚା’ ବଗିଚାରେ ଜଣେ ଶ୍ରମିକ ଭାବେ କାମ କରନ୍ତି। ଆଉ ତାଙ୍କ ବାପା ପଞ୍ଚମ ବର୍ମନ ରିକ୍ସା ଚଲାଉଥିଲେ। ତେବେ କିଛି ଦିନ ହେବ ସେ ରୋଗାକ୍ରାନ୍ତ ଅଛନ୍ତି।

[caption id="attachment_269344" align="aligncenter" width="750"] image credit- the hindu[/caption]

ସ୍ୱପ୍ନାଙ୍କୁ ଜାଣିଥିବା ଲୋକେ ହୁଏତ ଗୋଟିଏ କଥା ଜାଣି ନଥିବେ। ସ୍ୱପ୍ନାଙ୍କୁ ଜୋତା ପିନ୍ଧିବାରେ ଅସୁବିଧା ହୁଏ। କାରଣ ତାଙ୍କ ଦୁଇ ପାଦରେ ଛଅଟି ଲେଖାଏ ଆଙ୍ଗୁଠି ଅଛି। ସେଥିପାଇଁ ଜୋତା ପିନ୍ଧିବା ଓ ଦୌଡ଼ିବାରେ ତାଙ୍କୁ ସାମାନ୍ୟ ସମସ୍ୟା ହୁଏ। ପାଦର ଅତିରିକ୍ତ ଚଉଡ଼ା ତାଙ୍କୁ ଲ୍ୟାଣ୍ଡିଂ ବେଳେ ସମସ୍ୟାରେ ପକାଇଥାଏ। ସେଥିପାଇଁ ତାଙ୍କ ଜୋତା ବି ଶୀଘ୍ର ଫାଟିଯାଏ। ତଥାପି ସେ ହାର୍‌ ମାନି ନଥିଲେ ଓ ଏସିଆନ୍ ଗେମ୍ସରେ ଇତିହାସ ରଚିଛନ୍ତି।

[caption id="attachment_269346" align="aligncenter" width="750"] image credit- aaj tak[/caption]

ପୂର୍ବତନ କ୍ରିକେଟର୍ ରାହୁଲ ଦ୍ରାବିଡ଼ଙ୍କ ‘ଗୋ ସ୍ପୋର୍ଟସ୍‌ ଫାଉଣ୍ଡେସନ୍‌’ ସ୍ୱପ୍ନାଙ୍କ ଦକ୍ଷତାକୁ ଚିହ୍ନି ପାରିଥିଲା ଓ ସାହାଯ୍ୟ ବି କରିଥିଲା। ସେଥିପାଇଁ ସେ ଆଜି ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିପାରୁଛନ୍ତି।
ତଥ୍ୟ ସୌଜନ୍ୟ- ଆଜ୍‌ତକ୍‌

Related story