ଶ୍ୱେତାପର୍ଣ୍ଣା
ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବ୍ୟାଡମିଣ୍ଟନ ତାରକା ଶ୍ୱେତାପର୍ଣ୍ଣା ପଣ୍ଡା ୨୦୨୫ ବର୍ଷ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ଏକଲବ୍ୟ ପୁରସ୍କାର ଜୁରୀ କମିଟିର ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।
ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ଏକ ଉତ୍ସବରେ ଶ୍ୱେତାପର୍ଣ୍ଣା ପଣ୍ଡା ୩୩ତମ ଏକଲବ୍ୟ ପୁରସ୍କାର ଗ୍ରହଣ କରିବେ। ପୁରସ୍କାରର ଅଂଶ ସ୍ୱରୂପ ତାଙ୍କୁ ନଗଦ ୭ ଲକ୍ଷ ଟଙ୍କା ଓ ଏକ ଟ୍ରଫି ପ୍ରଦାନ କରାଯିବ।
ଶ୍ୱେତାପର୍ଣ୍ଣା ପଣ୍ଡାଙ୍କ ସହିତ ଭାରୋତ୍ତୋଳନକାରୀ ପ୍ରୀତିସ୍ମିତା ଭୋଇ ଓ ଟେନିସ ଖେଳାଳି ଅହାନଙ୍କୁ ସମ୍ମାନିତ କରାଯିବ। ନିଜ ନିଜ ଖେଳରେ ଜାତୀୟ ଓ ଅନ୍ତଜାର୍ତୀୟ ସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରୀତିସ୍ମିତା ଓ ଆହାନଙ୍କୁ ସମ୍ମାନିତ କରାଯିବ। ସେମାନଙ୍କୁ ଦେଢ଼ ଲକ୍ଷ ଟଙ୍କା ଲେଖାଏ ସହିତ ମାନପତ୍ର ପ୍ରଦାନ କରାଯିବ।
/filters:format(webp)/odisha-reporter/media/media_files/2025/10/11/pritismita-and-aahan-2025-10-11-18-31-20.jpg)
ଭାରତ ପ୍ରମୁଖ ଫେରୋ ଆଲଏଜ ଉତ୍ପାଦନକାରୀ କମ୍ପାନି ଇମ୍ଫା ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ତରଫରୁ ୧୯୯୩ ମସିହାରୁ ଏକଲବ୍ୟ ପୁରସ୍କାର ଦିଆଯାଇଆସୁଛି। ଦୁଇ ବର୍ଷର ପ୍ରଦର୍ଶନକୁ ସମୀକ୍ଷା କରି ପ୍ରତି ବର୍ଷ ଓଡ଼ିଶାର ଜଣେ ଲେଖାଏଁ ଯୁବ କ୍ରୀଡ଼ାବିତ୍ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ।
ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ୩ ଖେଳାଳିଙ୍କ ନାମ ଘୋଷଣା କରିବା ଅବସରରେ ଇମ୍ପାକ୍ଟର ଏକଲବ୍ୟ ପୁରସ୍କାର କମିଟି ଓ ଟ୍ରଷ୍ଟିର ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଥିଲେ ଯେ କ୍ରୀଡ଼ାକ୍ଷେତ୍ରରେ ଥିବା ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଇମ୍ପାକ୍ଟ ନିରନ୍ତର କାର୍ଯ୍ୟ କରିଆସୁଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶନ କରିବାକୁ ରାଜ୍ୟର ଯୁବ କ୍ରୀଡ଼ାବିତମାନଙ୍କୁ ଉତ୍ସାହିତ କରିବା ପାଇଁ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/11/swetaparna-2025-10-11-18-27-46.jpg)