ସୟଦ ମୁସ୍ତାକ ଅଲୀ ଟ୍ରଫି: ସିଦ୍ଧେଶ ଲାଡ୍‌ ନେଲେ ୫ ୱିକେଟ

ମୁମ୍ବାଇ: ମୁମ୍ବାଇ କ୍ରିକେଟର ସଙ୍କଟମୋଚକ ଭାବେ ଜଣାଶୁଣା ସିଦ୍ଧେଶ ଲାଡ୍‌ ଏବେ ବୋଲିଂରେ ବି କମାଲ କରିଛନ୍ତି। ନିଜର ବ୍ୟାଟିଂ ପାଇଁ ଜଣାଶୁଣା ସିଦ୍ଧେଶ ସୟଦ ମୁସ୍ତାକ ଅଲୀ ଟ୍ରଫି ମ୍ୟାଚ୍‌ରେ ନିଜ ବୋଲିଂ ଯାଦୁ ଦେଖାଇଛନ୍ତି। ମିଜୋରାମ ବିପକ୍ଷ ମ୍ୟାଚ୍‌ରେ ସିଦ୍ଧେଶ ନିଜର ୪ ଓଭରରେ ୧୩ ରନ୍‌ ଦେଇ ୫ ଟି ୱିକେଟ ଦଖଲ କରିଛନ୍ତି। ଟି-୨୦ ମ୍ୟାଚ୍‌ରେ ସିଦ୍ଧେଶଙ୍କ ଭଳି ଜଣେ ବ୍ୟାଟସମ୍ୟାନ ୫ଟି ୱିକେଟ ନେବେ ବୋଲି କେହି ଆଶା କରି […]

s

Hemant Lenka
  • Published: Saturday, 09 November 2019
  • , Updated: 09 November 2019, 03:44 PM IST

ମୁମ୍ବାଇ: ମୁମ୍ବାଇ କ୍ରିକେଟର ସଙ୍କଟମୋଚକ ଭାବେ ଜଣାଶୁଣା ସିଦ୍ଧେଶ ଲାଡ୍‌ ଏବେ ବୋଲିଂରେ ବି କମାଲ କରିଛନ୍ତି। ନିଜର ବ୍ୟାଟିଂ ପାଇଁ ଜଣାଶୁଣା ସିଦ୍ଧେଶ ସୟଦ ମୁସ୍ତାକ ଅଲୀ ଟ୍ରଫି ମ୍ୟାଚ୍‌ରେ ନିଜ ବୋଲିଂ ଯାଦୁ ଦେଖାଇଛନ୍ତି।

ମିଜୋରାମ ବିପକ୍ଷ ମ୍ୟାଚ୍‌ରେ ସିଦ୍ଧେଶ ନିଜର ୪ ଓଭରରେ ୧୩ ରନ୍‌ ଦେଇ ୫ ଟି ୱିକେଟ ଦଖଲ କରିଛନ୍ତି। ଟି-୨୦ ମ୍ୟାଚ୍‌ରେ ସିଦ୍ଧେଶଙ୍କ ଭଳି ଜଣେ ବ୍ୟାଟସମ୍ୟାନ ୫ଟି ୱିକେଟ ନେବେ ବୋଲି କେହି ଆଶା କରି ନଥିଲେ। ହେଲେ ସିଦ୍ଧେଶ ଏପରି କମଲା କରି ଦେଖାଇଛନ୍ତି।

ୱାଙ୍ଖେଡ୍‌ ଷ୍ଟାଡିୟମରେ ଖେଳା ଯାଉଥିବା ଗ୍ରୁପ୍‌ ଡି’ର ଏହି ମ୍ୟାଚ୍‌ରେ ମିଜୋରାମ ଭଲ ଆରମ୍ଭ କରିଥିଲେ ହେଁ ଦଳ ୧୯.୩ ଓଭରରେ ୭୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଏହାର ଜବାବରେ ମୁମ୍ବାଇ ବିନା କୌଣସି ୱିକେଟରେ ଏହି ଟାର୍ଗେଟକୁ ହାସଲ କରି ନେଇଛି। ମୁମ୍ବାଇ ପକ୍ଷରୁ ଜୟ ବିଷ୍ଟା ୨୪ ବଲରେ ୫୪ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ।

Related story