ଦୁବାଇ: ଆସନ୍ତା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଭାରତକୁ ହରାଇବା ଯେ କୌଣସି ଟିମ ପାଇଁ କଷ୍ଟକର ହେବ। ଅଷ୍ଟ୍ରେଲି୍ରଆନ୍ ଅଲରାଉଣ୍ଡର ସେନ୍ ୱାଟସେନ୍ କହିଛନ୍ତି ଏ କଥା।
ସେ କହିଛନ୍ତି ,ଭାରତକୁ ହରାଇବା ଏତେ ସହଜ ହେବ ନାହିଁ। କାରଣ ଦଳ ଘରୋଇ ମାଟିରେ ଖେଳିବ। ଏହା ସେଆମାନଙ୍କ ପାଇଁ ଏକ ବଢ ପଜିଟିଭ୍ କଥା। ଘରୋଇ ବାତବରଣରୁ ଭାରତ ଫାଇଦା ପାଇବ ଦଳ।
ୱାଟସନ୍ କହିଛନ୍ତି, ଭାରତର ଏକ ଅଲରାଉଣ୍ଡର ଟିମ୍ ଅଛି। ସେମାନଙ୍କ ବ୍ୟାଟି ଲାଇନ୍ ଖୁବ ଦୃଢ। ବୋଲିଂରେ ବି ଦଳ କିଛି କମ୍ ନୁହେଁ। ସେମାନଙ୍କ ସ୍ପିନ୍ ଉଚ୍ଚମାନର।
ସୂଚନାଯୋଗ୍ୟ, ୱାଟସନଙ୍କୁ ଆଇପିଏଲ ନବମ ସଂସ୍କରଣ ପାଇଁ ବାଙ୍ଗାଲୋର ୯ କୋଟି ଟଙ୍କାରେ କିଣିଛି।