ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଫାଇନାଲ୍‌ରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଲଢ଼େଇ

କୋଲକାତା: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ମାର୍ଚ୍ଚ ୩୦ ତାରିଖରେ ପ୍ରଥମ ସେମି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟ୍‌ରେ ହରାଇ ଇଂଲଣ୍ଡ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚିଥିଲା। ଆଉ ଆଜି ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍‌ରେ ଭାରତକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚି ଯାଇଛି। ଫାଇନାଲ୍ ମ୍ୟାଚ୍ ଆସନ୍ତା ରବିବାର କୋଲକାତାର ଇଡେନ୍ ଗାର୍ଡେନ୍‌ରେ ସନ୍ଧ୍ୟା ୭ଟାରେ ଖେଳାଯିବ। ଭାରତ ଆଜି ୨୦ ଓଭରରେ ୨ […]

sammy

Rakesh Mallick
  • Published: Thursday, 31 March 2016
  • , Updated: 31 March 2016, 05:37 PM IST

କୋଲକାତା: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

ମାର୍ଚ୍ଚ ୩୦ ତାରିଖରେ ପ୍ରଥମ ସେମି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟ୍‌ରେ ହରାଇ ଇଂଲଣ୍ଡ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚିଥିଲା। ଆଉ ଆଜି ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍‌ରେ ଭାରତକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚି ଯାଇଛି।

ଫାଇନାଲ୍ ମ୍ୟାଚ୍ ଆସନ୍ତା ରବିବାର କୋଲକାତାର ଇଡେନ୍ ଗାର୍ଡେନ୍‌ରେ ସନ୍ଧ୍ୟା ୭ଟାରେ ଖେଳାଯିବ।

ଭାରତ ଆଜି ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୨ ରନ୍ କରି ଥିଲା। ତେବେ ୱେଷ୍ଟଇଣ୍ଡିଜ୍ ୧୯.୪ ଓଭରରେ ୩ ୱିକେଟ୍ ହରାଇ ୧୯୬ ରନ୍ ସଂଗ୍ରହ କରିଥିଲା।

ପ୍ରଥମ ସେମି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୫୩ ରନ୍ କରିଥିଲା। ତେବେ ଇଂଲଣ୍ଡ ୧୭.୧ ଓଭରରେ ୧୫୪ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା।

Related story