ଟି-ଟ୍ୱେଣ୍ଟି ବିଶ୍ୱକପ୍: ଆସନ୍ତାକାଲି ଫାଇନାଲ୍‌ରେ ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଲଢ଼େଇ

କୋଲକାତା: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି କୋଲକାତାର ଇଡେନ୍ ଗାର୍ଡେନ୍‌ରେ  ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ। ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ଆଉ ଥରେ ଜିତିବା ପାଇଁ ଉଭୟ ଦଳ ସୁଯୋଗ ପାଇଛନ୍ତି। ୨୦୧୦ରେ ଇଂଲଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତି ଥିବା ବେଳେ ୨୦୧୨ରେ ୱେଷ୍ଟଇଣ୍ଡିଜ୍ ଏହି କପ୍ ହାତେଇଥିଲା। ମାର୍ଚ୍ଚ ୩୦ ତାରିଖରେ ପ୍ରଥମ ସେମି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟ୍‌ରେ ହରାଇ ଇଂଲଣ୍ଡ ପ୍ରଥମ ଦଳ […]

sammy

Rakesh Mallick
  • Published: Saturday, 02 April 2016
  • , Updated: 03 April 2016, 02:56 AM IST

କୋଲକାତା: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍ ଆସନ୍ତାକାଲି କୋଲକାତାର ଇଡେନ୍ ଗାର୍ଡେନ୍‌ରେ  ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ।

ଟି-ଟ୍ୱେଣ୍ଟି ବିଶ୍ୱକପ୍‌କୁ ଆଉ ଥରେ ଜିତିବା ପାଇଁ ଉଭୟ ଦଳ ସୁଯୋଗ ପାଇଛନ୍ତି। ୨୦୧୦ରେ ଇଂଲଣ୍ଡ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତି ଥିବା ବେଳେ ୨୦୧୨ରେ ୱେଷ୍ଟଇଣ୍ଡିଜ୍ ଏହି କପ୍ ହାତେଇଥିଲା।

ମାର୍ଚ୍ଚ ୩୦ ତାରିଖରେ ପ୍ରଥମ ସେମି ଫାଇନାଲ୍‌ରେ ନ୍ୟୁଜିଲାଣ୍ଡକୁ ୭ ୱିକେଟ୍‌ରେ ହରାଇ ଇଂଲଣ୍ଡ ପ୍ରଥମ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚିଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୫୩ ରନ୍ କରିଥିଲା। ତେବେ ଇଂଲଣ୍ଡ ୧୭.୧ ଓଭରରେ ୧୫୪ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରି ନେଇଥିଲା।

ମାର୍ଚ୍ଚ ୩୧ ତାରିଖରେ ୱେଷ୍ଟଇଣ୍ଡିଜ୍ ୭ ୱିକେଟ୍‌ରେ ଭାରତକୁ ହରାଇ ଦ୍ୱିତୀୟ ଦଳ ଭାବେ ଫାଇନାଲ୍‌ରେ ପହଞ୍ଚିଥିଲା। ଭାରତ ୨୦ ଓଭରରେ ୨ ୱିକେଟ୍ ହରାଇ ୧୯୨ ରନ୍ କରି ଥିଲା। ତେବେ ୱେଷ୍ଟଇଣ୍ଡିଜ୍ ୧୯.୪ ଓଭରରେ ୩ ୱିକେଟ୍ ହରାଇ ୧୯୬ ରନ୍ ସଂଗ୍ରହ କରି ମ୍ୟାଚ୍ ଜିତି ଯାଇଥିଲା।

୧୯୮୭ ମସିହା ପରେ ପ୍ରଥମ ଥର ପାଇଁ କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଆସନ୍ତାକାଲି ବିଶ୍ୱକପ୍ ଫାଇନାଲ୍‌ ମ୍ୟାଚ୍ ଖେଳାଯିବ। ୧୯୮୭ ମସିହାରେ ଦିନିକିଆ ବିଶ୍ୱକପ୍ ଫାଇନାଲ୍ ଏହି ଷ୍ଟାଡିୟମ୍‌ରେ ଖେଳା ଯାଇଥିଲା। ଏଥିରେ ଇଂଲଣ୍ଡ ୭ ରନ୍‌ରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଥିଲା।

ଆସନ୍ତାକାଲି କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଫାଇନାଲ୍ ମ୍ୟାଚ୍ ମଧ୍ୟ ଖେଳାଯିବ।

Related story