ଲଣ୍ଡନ: ଇଂଲଣ୍ଡ ବିରୋଧରେ ମଙ୍ଗଳବାର ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଭାରତୀୟ ଦ୍ରୁତ ବୋଲର ଜସ୍ପ୍ରିତ୍ ବୁମରା ଓ ଅଫ୍ସ୍ପିନର ୱାସିଂଟନ ସୁନ୍ଦର ଖେଳି ପାରିବେ ନାହିଁ। ଆଘାତ କାରଣରୁ ଏହି ଦୁଇ ବୋଲରଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍ରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ କ୍ରୁନାଲ ପାଣ୍ଡ୍ୟା ଓ ଦୀପକ ଚାହରଙ୍କୁ ସାମିଲ୍ କରାଯାଇଛି। ସେହିଭଳି ଏକଦିବସିୟ ମ୍ୟାଚ୍ ପାଇଁ ଅକ୍ଷର ପଟେଲ୍ଙ୍କୁ ଚୟନ କରାଯାଇଛି।
ନିକଟରେ ଖେଳାଇଯାଇଥିବା ଆଇପିଏଲ୍ ମ୍ୟାଚ୍ରେ ଦୀପକ ଚେନ୍ନାଇ ପକ୍ଷରୁ ଉତ୍ତମ ବୋଲିଂ ପ୍ରଦର୍ଶନ କରି ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଖେଳିବାକୁ ସୁଯୋଗ ଦିଆଯାଇଛି।
ଏଠି କହି ରଖୁଛୁ ଯେ, ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ବୁମରା ଫିଲ୍ଡିଂ କରୁଥିବା ସମୟରେ ତାଙ୍କ ବାମହାତ ଆଙ୍ଗୁଳିରେ ଆଘାତ ଲାଗିଥିଲା। ସେହିଭଳି ସୁନ୍ଦରଙ୍କର ପାଦରେ ଆଘାତ ଲାଗିବାରୁ ଉଭୟଙ୍କୁ ସିରିଜ୍ରୁ ବାଦ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
National
ଅଡ଼ୁଆରେ ମାର୍କ ଜୁକରବର୍ଗ, ମେଟାକୁ ସମନ କରିବ ସଂସଦୀୟ କମିଟି
୨୦୨୪ରେ ହୋଇଥିବା ନିର୍ବାଚନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ଜୁକରବର୍ଗ। କୋଭିଡ ପରିଚାଳନାରେ ତ୍ରୁଟି କାରଣରୁ ଭାରତ ସମେତ ପ୍ରାୟ ସବୁ ଦେଶର ସରକାର ନିର୍ବାଚନ ହାରିଯାଇଥିଲେ ବୋଲି କହିଥିଲେ।
National
LoC ନିକଟରେ ବିସ୍ଫୋରଣ, ୬ ଯବାନ ଆହତ
ଆହତ ୬ ଯବାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।
National
ଦିଲ୍ଲୀ ନିର୍ବାଚନ: ନାମାଙ୍କନ ଦାଖଲ କଲେ ଆତିଶୀ
ଆସନ୍ତା ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।