ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଦୁଇ ନୂଆ ବୋଲର

ଲଣ୍ଡନ: ଇଂଲଣ୍ଡ ବିରୋଧରେ ମଙ୍ଗଳବାର ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ  ଭାରତୀୟ ଦ୍ରୁତ ବୋଲର ଜସ୍‌ପ୍ରିତ୍‌ ବୁମରା ଓ ଅଫ୍‌ସ୍ପିନର ୱାସିଂଟନ ସୁନ୍ଦର ଖେଳି ପାରିବେ ନାହିଁ। ଆଘାତ କାରଣରୁ ଏହି ଦୁଇ ବୋଲରଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ କ୍ରୁନାଲ ପାଣ୍ଡ୍ୟା ଓ ଦୀପକ ଚାହରଙ୍କୁ ସାମିଲ୍‌ କରାଯାଇଛି। ସେହିଭଳି ଏକଦିବସିୟ ମ୍ୟାଚ୍‌ ପାଇଁ ଅକ୍ଷର ପଟେଲ୍‌ଙ୍କୁ ଚୟନ କରାଯାଇଛି। ନିକଟରେ ଖେଳାଇଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦୀପକ ଚେନ୍ନାଇ ପକ୍ଷରୁ […]

555_1530443877_618x347

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 06:12 PM IST

ଲଣ୍ଡନ: ଇଂଲଣ୍ଡ ବିରୋଧରେ ମଙ୍ଗଳବାର ଖେଳାଯିବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ  ଭାରତୀୟ ଦ୍ରୁତ ବୋଲର ଜସ୍‌ପ୍ରିତ୍‌ ବୁମରା ଓ ଅଫ୍‌ସ୍ପିନର ୱାସିଂଟନ ସୁନ୍ଦର ଖେଳି ପାରିବେ ନାହିଁ। ଆଘାତ କାରଣରୁ ଏହି ଦୁଇ ବୋଲରଙ୍କୁ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରୁ ବାଦ୍‌ ଦିଆଯାଇଛି। ତାଙ୍କ ସ୍ଥାନରେ କ୍ରୁନାଲ ପାଣ୍ଡ୍ୟା ଓ ଦୀପକ ଚାହରଙ୍କୁ ସାମିଲ୍‌ କରାଯାଇଛି। ସେହିଭଳି ଏକଦିବସିୟ ମ୍ୟାଚ୍‌ ପାଇଁ ଅକ୍ଷର ପଟେଲ୍‌ଙ୍କୁ ଚୟନ କରାଯାଇଛି।

ନିକଟରେ ଖେଳାଇଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦୀପକ ଚେନ୍ନାଇ ପକ୍ଷରୁ ଉତ୍ତମ ବୋଲିଂ ପ୍ରଦର୍ଶନ କରି ଚୟନ କର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ ତାଙ୍କୁ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ଦିଆଯାଇଛି।

ଏଠି କହି ରଖୁଛୁ ଯେ, ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ବୁମରା ଫିଲ୍‌ଡିଂ କରୁଥିବା ସମୟରେ ତାଙ୍କ ବାମହାତ ଆଙ୍ଗୁଳିରେ ଆଘାତ ଲାଗିଥିଲା। ସେହିଭଳି ସୁନ୍ଦରଙ୍କର ପାଦରେ ଆଘାତ ଲାଗିବାରୁ ଉଭୟଙ୍କୁ ସିରିଜ୍‌ରୁ ବାଦ ଦିଆଯାଇଛି।

Related story