ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜ୍‌

ରାଂଚି: ଆଜିଠାରୁ ଆରମ୍ଭ ହେବ ଇଣ୍ଡିଆ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜ। ଝାଡ଼ଖଣ୍ଡର ରାଂଚିରେ ଖେଳାଯିବ ପ୍ରଥମ ମ୍ୟାଚ୍। ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍‌ ଆରମ୍ଭ ହେବ। ଦିନିକିଆ ସିରିଜ ପରି ଟି-ଟ୍ୱେଣ୍ଟିରେ ମଧ୍ୟ ଦବଦବା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ଟିମ୍। ଇଣ୍ଡିଆ ଦିନିକିଆ ସିରିଜକୁ ୪-୧ରେ ଜିତିଥିଲା।  ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଦେଖିବାକୁ ଗଲେ ବୋଲିଂରେ ଉଭୟ ସ୍ପିନ୍ ଓ ପେସ୍ ବୋଲରଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ଥିଲା। ୪ ନମ୍ବରରେ […]

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 07:48 AM IST

ରାଂଚି: ଆଜିଠାରୁ ଆରମ୍ଭ ହେବ ଇଣ୍ଡିଆ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜ। ଝାଡ଼ଖଣ୍ଡର ରାଂଚିରେ ଖେଳାଯିବ ପ୍ରଥମ ମ୍ୟାଚ୍। ସନ୍ଧ୍ୟା ୭ଟାରୁ ଏହି ମ୍ୟାଚ୍‌ ଆରମ୍ଭ ହେବ। ଦିନିକିଆ ସିରିଜ ପରି ଟି-ଟ୍ୱେଣ୍ଟିରେ ମଧ୍ୟ ଦବଦବା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ଟିମ୍।

ଇଣ୍ଡିଆ ଦିନିକିଆ ସିରିଜକୁ ୪-୧ରେ ଜିତିଥିଲା।  ଉଭୟ ବୋଲିଂ ଓ ବ୍ୟାଟିଂରେ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ଦେଖିବାକୁ ଗଲେ ବୋଲିଂରେ ଉଭୟ ସ୍ପିନ୍ ଓ ପେସ୍ ବୋଲରଙ୍କ ପ୍ରଦର୍ଶନ ପ୍ରଭାବଶାଳୀ ଥିଲା। ୪ ନମ୍ବରରେ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୁଇ ଯୁବ ବୋଲର କୁଳଦୀପ ଯାଦବ ଏବଂ  ଯୁଜଭେନ୍ଦ୍ର ଚହଲଙ୍କୁ କୌଣସି ଉତ୍ତର ଦେଇପାରିନଥିଲା ଅଷ୍ଟ୍ରେଲିଆ। ଏବେ ପୁଣି ଦଳକୁ ଫେରିଛନ୍ତି  ଆଶିଷ ନେହରା ।

ଗତ ଟି- ଟ୍ୱେଣ୍ଟି ସିରିଜକୁ ଭାରତ ୩-୦ରେ ଜିତିଥିଲା। ଏଥର ମଧ୍ୟ ସେହି ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ରଖିଛି  ବିରାଟ ବ୍ରିଗେଡ୍।

 

Related story