ଶନିବାରଠାରୁ ଟିମ୍ ଇଣ୍ଡିଆର ମିଶନ୍ କ୍ୟାରିବିୟାନ୍

ଲାଉଡରହିଲ୍: ତୃତୀୟ ଦିନିକିଆ ବିଶ୍ୱକପ୍ ଟ୍ରଫି ଜିତିବାର ସ୍ୱପ୍ନ ଧୂଳିସାତ୍ ହେବା ପରେ ଭାରତୀୟ କ୍ରିକେଟ୍ ଟିମର ନଜର ଏବେ ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଉପରେ ରହିଛି। ଏହି ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ପ୍ରସ୍ତୁତି ଶନିବାରଠାରୁ ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଆରମ୍ଭ ହେବ। ସମ୍ପ୍ରତ୍ତି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଟି-୨୦ ସିରିଜରୁ ଅଭିଯାନ ଆରମ୍ଭ କରିବ। ଏହି ସିରିଜ୍ ଜରିଆରେ ଭାରତ ଏକ ଖାସ୍ ଉଦ୍ଦେଶ୍ୟ ନେଇ ମଇଦାନକୁ ଓହ୍ଲାଇବ। ଏହି […]

team-india3

team-india3

Ranjit Kumar Jena
  • Published: Friday, 02 August 2019
  • Updated: 02 August 2019, 07:24 PM IST

Sports

Latest News

ଲାଉଡରହିଲ୍: ତୃତୀୟ ଦିନିକିଆ ବିଶ୍ୱକପ୍ ଟ୍ରଫି ଜିତିବାର ସ୍ୱପ୍ନ ଧୂଳିସାତ୍ ହେବା ପରେ ଭାରତୀୟ କ୍ରିକେଟ୍ ଟିମର ନଜର ଏବେ ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଉପରେ ରହିଛି। ଏହି ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ପ୍ରସ୍ତୁତି ଶନିବାରଠାରୁ ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଆରମ୍ଭ ହେବ। ସମ୍ପ୍ରତ୍ତି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଟିମ୍ ଇଣ୍ଡିଆ ଟି-୨୦ ସିରିଜରୁ ଅଭିଯାନ ଆରମ୍ଭ କରିବ। ଏହି ସିରିଜ୍ ଜରିଆରେ ଭାରତ ଏକ ଖାସ୍ ଉଦ୍ଦେଶ୍ୟ ନେଇ ମଇଦାନକୁ ଓହ୍ଲାଇବ। ଏହି ମ୍ୟାଚ୍ ଶନିବାର ଫ୍ଲୋରିଡାର ଲାଉଡରହିଲର ସେଣ୍ଟ୍ରାଲ୍ ବ୍ରୋୱାର୍ଡ ରିଜନାଲ୍ ପାର୍କ ଷ୍ଟାଡିୟମରେ ଖେଳାଯିବ।

କ୍ୟାପଟେନ୍ ବିରାଟ୍ କୋହଲିଙ୍କୁ ସୀମିତ ଓଭର୍ ସିରିଜ୍ ପାଇଁ ବିଶ୍ରାମ ଦିଆଯିବାର ସମ୍ଭାବନା ଥିଲା, କିନ୍ତୁ ସେ ସବୁ ଫର୍ମାଟ୍ ପାଇଁ ଉପଲବ୍ଧ ହେବେ ବୋଲି କହିଥିଲେ। ତେବେ ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଛାଡ଼ି ଦେଲେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଏକ ମଜଭୁତ୍ ଟିମ୍ ଚୟନ କରାଯାଇଛି। ବୁମ୍ରା ଅଗଷ୍ଟ ୨୨ ତାରିଖରୁ ଆରମ୍ଭ ହେବାକୁଥିବା ଟେଷ୍ଟ ସିରିଜ୍ ଖେଳିବ। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ପୂରା ଗସ୍ତ ପାଇଁ ଆରାମ ଦିଆଯାଇଛି ।

ଶ୍ରେୟସ୍ ଆୟର୍ ଓ ମନିଷ ପାଣ୍ଡେଙ୍କ ପାଇଁ ଏହି ଗସ୍ତ ବେଶ୍ ଗୁରୁତ୍ୱପୂର୍ଣ୍ଣ ଏବଂ ଦୁହେଁ ଭଲ ପ୍ରଦର୍ଶନ କରି ଟିମରେ ସ୍ଥାନ ପକ୍କା କରିବାକୁ ଚାହିଁବେ। ପାଣ୍ଡେ ଶେଷଥର ପାଇଁ ନଭେମ୍ବର, ୨୦୧୮ରେ ଭାରତ ପକ୍ଷରୁ ଖେଳିଥିଲେ ଏବଂ ଆୟର୍ ଫେବୃଆରୀ, ୨୦୧୮ରେ ଖେଳିଥିଲେ। ଏହି ଗସ୍ତରେ ଭାରତ ତା'ର ଚିରାଚରିତ ମଧ୍ୟକ୍ରମ ସମସ୍ୟା ସୁଧାରିବାକୁ ପୁଣି ପ୍ରୟାସ କରିବ। ଉଭୟ ପାଣ୍ଡେ ଓ ଆୟର୍ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ-ଏ ଟିମର ସଦସ୍ୟ ଥିଲେ ଏବଂ ଦୁହେଁ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ।

ସ୍ପିନ୍ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଏବଂ ପେସ୍ ବୋଲର ଖଲୀଲ ଅହମ୍ମଦ ତଥା ଦୀପକ ଚହର୍ ମଧ୍ୟ ଟି-୨୦ ଟିମକୁ ଫେରିଛନ୍ତି। ନଭଦୀପ ସାଇନି ଏବଂ ଦୀପକଙ୍କ ଭାଇ ରାହୁଲ ଚହର୍ ମଧ୍ୟ ଏହି ଟିମରେ ସ୍ଥାନ ପାଇଛନ୍ତି । ବିଶେଷକରି ଟିମରେ ଯୁବ ଖେଳାଳିଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଯେହେତୁ ଆଗକୁ ଟି-୨୦ ବିଶ୍ୱକପ୍ ଅଛି, ସେଥିପାଇଁ ଚୟନକମିଟି ଏବେଠାରୁ ଯୁବ ଖେଳାଳିଙ୍କୁ ପରଖିବା ଆରମ୍ଭ କରିଦେଇଛି।

ରୋହିତ୍ ଶର୍ମା ଏବଂ ଫିଟ୍ ହୋଇ ଫେରିଥିବା ଶିଖର ଧୱନ୍ ଇନିଂସ୍ ଓପନ୍ କରିବେ। ବିରାଟ୍ ସର୍ବୋପରି ତୃତୀୟ ସ୍ଥାନରେ ଏବଂ ଲୋକେଶ ରାହୁଲ୍ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ। ରାହୁଲ ତିନିବର୍ଷ ପୂର୍ବେ ଏଠାରେ ୧୧୦ ରନର ଅପରାଜିତ ଶତକୀୟ ଇନିଂସ୍ ଖେଳିଥିଲେ। ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପରେ ୫ ଶତକ ସମେତ ସର୍ବାଧିକ ରନ୍ କରିଥିବା ରୋହିତ୍ ସେହି ଲୟକୁ କାଏମ ରଖିବାକୁ ଚାହିଁବେ। କ୍ୟାପଟେନ୍ କୋହଲିଙ୍କ ସହ ମନାନ୍ତର ଖବରକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଭୁଲି ରୋହିତ କ୍ରିକେଟ୍ ଉପରେ ଫୋକସ୍ କରିବେ। ତେବେ କୋହଲି ଏଭଳି ମନାନ୍ତର ଖବରକୁ ଖଣ୍ଡନ କରିସାରିଛନ୍ତି। ଏହି ଗସ୍ତରେ ରିଷଭ ପନ୍ତଙ୍କ ଉପରେ ଅଧିକ ଦାୟିତ୍ୱ ରହିବ, କାରଣ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ତାଙ୍କୁ ସବୁ ଫର୍ମାଟ୍ ପାଇଁ ଚୟନ କରାଯାଇଛି।

ଅନ୍ୟପକ୍ଷରେ ଟି-୨୦ ଫର୍ମାଟରେ ୱେଷ୍ଟଇଣ୍ଡିଜ୍ କୌଣସି ଦଳ ପାଇଁ ବିପଜ୍ଜନକ ହୋଇପାରେ। ଏହି ଟିମ୍ ବର୍ତ୍ତମାନ ଡିଫେଣ୍ଡିଂ ଟି-୨୦ ଚାମ୍ପିଅନ୍। ଟିମକୁ ବିସ୍ଫୋରକ କାଇରନ୍ ପୋଲାର୍ଡ ଓ ସ୍ପିନର୍ ସୁନୀଲ ନାରିନଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି। ତେବେ ଏହି ସିରିଜରୁ କ୍ରିସ୍ ଗେଲଙ୍କୁ ବିଶ୍ରାମ ଦିଆଯାଇଛି। ଆହତ ଆନ୍ଦ୍ରେ ରସେଲଙ୍କ ମଧ୍ୟ ଟି-୨୦ ଟିମରେ ସାମିଲ୍ କରାଯାଇଛି। ତେଣୁ ଯୁବ ଖେଳାଳିରେ ଖଚାଖଚ୍ ୱେଷ୍ଟଇଣ୍ଡିଜ୍ ଟିମ୍ ଭାରତକୁ କଡ଼ା ଚ୍ୟାଲେଞ୍ଜ୍ ଦେବ ବୋଲି ଟିମର କୋଚ୍ ଫ୍ଲଏଡ୍ ରିଫର୍ କହିଛନ୍ତି।

ସ୍କ୍ୱାଡ୍
ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ, କୃନାଲ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ରାହୁଲ୍ ଚହର୍, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ଦୀପକ ଚହର୍, ନଭଦୀପ ସାଇନି।

ୱେଷ୍ଟଇଣ୍ଡିଜ୍: ଜନ୍ କ୍ୟାମ୍ପବେଲ୍, ଏଭିନ୍ ଲୁଇସ୍, ଶିମରନ୍ ହେଟମେୟର୍, ନିକୋଲାସ୍ ପୁରନ୍, କାଇରନ୍ ପୋଲାର୍ଡ, ରୋଭମ୍ୟାନ୍ ପୋୱେଲ୍, କାର୍ଲସ୍ ବ୍ରାଥୱେଟ୍ (କ୍ୟାପଟେନ୍), କୀମୋ ପଲ୍, ସୁନୀଲ ନାରିନ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ, ଆନ୍ଥୋନୀ ବ୍ରାମ୍ବଲ୍, ଆନ୍ଦ୍ରେ ରସେଲ୍, ଖାରୀ ପିଏରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story