ଟେଷ୍ଟ ମାନ୍ୟତାରେ ଶ୍ରେଷ୍ଠ ୧୦ରେ ପହଞ୍ଚିଲେ ୪ ଭାରତୀୟ: ଅଲରାଉଣ୍ଡର୍‌ ପ୍ରଦର୍ଶନରେ ଜାଡ଼େଜା ଖସିଲେ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଦୁଇ ଓପନର୍‌ ଶିଖର ଧାୱନ ଓ କେଏଲ୍‌ ରାହୁଲ ଟେଷ୍ଟ ମାନ୍ୟତାରେ ନିଜ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ସେହପରି ଅଲରାଉଣ୍ଡ ପ୍ରଦର୍ଶନ ଅନୁସାରେ ଟେଷ୍ଟ ମାନ୍ୟତାରେ ଜାଡେଜା ଶ୍ରୀର୍ଷ ସ୍ଥାନରୁ ତଳକୁ  ଖସିଆସିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ୩ଟି ଟେଷ୍ଟ ସିରିଜିରେ ଆକର୍ଷଣୀୟ ପ୍ରଦର୍ଶନ କରି ଟିମ ଇଣ୍ଡିଆ ୩-୦ରେ ବିଜୟୀ ହୋଇଛି। ଫଳରେ ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାରେ ୪ଜଣ ବ୍ୟାଟ୍ସମ୍ୟାନ୍‌ ଟପ୍-୧୦ ମଧ୍ୟରେ ସ୍ଥାନ ପାଇଛନ୍ତି। ପୂଜାରା ୪ର୍ଥ […]

KL-Rahul-

Rakesh Mallick
  • Published: Tuesday, 15 August 2017
  • , Updated: 15 August 2017, 08:09 PM IST

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଦୁଇ ଓପନର୍‌ ଶିଖର ଧାୱନ ଓ କେଏଲ୍‌ ରାହୁଲ ଟେଷ୍ଟ ମାନ୍ୟତାରେ ନିଜ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ସେହପରି ଅଲରାଉଣ୍ଡ ପ୍ରଦର୍ଶନ ଅନୁସାରେ ଟେଷ୍ଟ ମାନ୍ୟତାରେ ଜାଡେଜା ଶ୍ରୀର୍ଷ ସ୍ଥାନରୁ ତଳକୁ  ଖସିଆସିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ୩ଟି ଟେଷ୍ଟ ସିରିଜିରେ ଆକର୍ଷଣୀୟ ପ୍ରଦର୍ଶନ କରି ଟିମ ଇଣ୍ଡିଆ ୩-୦ରେ ବିଜୟୀ ହୋଇଛି। ଫଳରେ ସଦ୍ୟତମ ଆଇସିସି ଟେଷ୍ଟ ମାନ୍ୟତାରେ ୪ଜଣ ବ୍ୟାଟ୍ସମ୍ୟାନ୍‌ ଟପ୍-୧୦ ମଧ୍ୟରେ ସ୍ଥାନ ପାଇଛନ୍ତି। ପୂଜାରା ୪ର୍ଥ ସ୍ଥାନରେ ରହିଥିବା ବେଳେ, କୋହଲି ୫ମ, କେଏଲ୍‌ ରାହୁଲ-୯ମ ଓ ରାହାନେ ୧୦ମ ସ୍ଥାନରେ ପହଞ୍ଚିଛନ୍ତି।

ଶ୍ରୀଲଙ୍କା ଟେଷ୍ଟ ସିରିଜରେ ଆକର୍ଷଣୀୟ ଖେଳ ପାଇଁ ଶିଖର ଧାୱନଙ୍କୁ ମ୍ୟାନ ଅଫ ଦି ସିରିଜ୍‌ ମନୋନୀତ କରାଯାଇଥିଲା। ଏହାସହ ଟେଷ୍ଟ ମାନ୍ୟତାରେ ସେ ହଠାତ୍‌ ୧୦ଟି ସ୍ଥାନ ଉପରକୁ ଉଠି ୨୮ତମ ସ୍ଥାନରେ ରହିଛନ୍ତି।  ପୂର୍ବରୁ ଅଲରାଉଣ୍ଡର ପ୍ରଦର୍ଶନରେ ଟପ୍‌ରେ ରହିଥିବା ରବିନ୍ଦ୍ର ଜାଡେଜ ଏବେ ଗୋଟିଏ ସ୍ଥାନ ତଳକୁ ଖସି ୪୨୯ ପଏଣ୍ଟ ସହ ୨ୟ ସ୍ଥାନରେ ରହିଛନ୍ତି।

ଅନ୍ୟପଟେ ବୋଲିଂରେ ଟେଷ୍ଟ ମାନ୍ୟତାରେ ଗୋଟିଏ ସ୍ଥାନ ଉପରକୁ ଉଠି ସାମି ୧୯ତମ ସ୍ଥାନରେ ରହିଥିବା ବେଳେ ଉମେଶ ଯାଦବ ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ସେ ଏବେ ୨୧ତମ ସ୍ଥାନରେ ରହିଛନ୍ତି। ସେହପରି ଟେଷ୍ଟ ମାନ୍ୟତାରେ ଭାରତ ତାର ଶୀର୍ଷସ୍ଥାନ ବଜାୟ ରଖଛି। ଟିମ୍‌ ଇଣ୍ଡିଆର ୧୨୫ ପଏଣ୍ଟ ଥିବା ବେଳେ ଇଂଲଣ୍ଡ-୧୦୫ ପଏଣ୍ଟ ସହ ୨ୟ ସ୍ଥାନରେ ଓ  ଅଷ୍ଟ୍ରେଲିଆ-୧୦୦ ପଏଣ୍ଟ ସଦ ତୃତୀୟ ସ୍ଥାନରେ ପହଞ୍ଚିଛି।

Related story