ରୋହିତଙ୍କ ସମେତ ୫ ଖେଳାଳି ଯିବେ ସିଡନୀ

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ଚାରିମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ସୋମବାର ସିଡନୀ ଅଭିମୁଖେ ଯାତ୍ରା କରିବ। ଟିମ୍ ଇଣ୍ଡିଆ ସହ ସେହି ରୋହିତ୍ ଶର୍ମାଙ୍କ ସମେତ ୫ ଖେଳାଳି ମଧ୍ୟ ସିଡନୀ ଯିବେ, ଯେଉଁମାନଙ୍କୁ ବାୟୋ ବବଲ୍ ପ୍ରୋଟୋକଲ୍ ଉଲ୍ଲଙ୍ଘନ କାରଣରୁ ଆଇସୋଲେଟ୍ କରାଯାଇଥିଲା। ରୋହିତଙ୍କ ବ୍ୟତୀତ ନବଦୀପ ସାଇନି, ଋଷଭ ପନ୍ତ, ଶୁବମନ୍ ଗିଲ୍ ଓ ପୃଥ୍ୱୀ ଶ’ଙ୍କ ବିରୋଧରେ କୋଭିଡ୍‌ ନିୟମ ଭାଙ୍ଗିବାର ଅଭିଯୋଗ […]

india

Ranjit Kumar Jena
  • Published: Sunday, 03 January 2021
  • , Updated: 03 January 2021, 06:14 PM IST

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁଥିବା ଚାରିମ୍ୟାଚ୍ ବିଶିଷ୍ଟ ସିରିଜର ତୃତୀୟ ଟେଷ୍ଟ ପାଇଁ ଟିମ୍ ଇଣ୍ଡିଆ ସୋମବାର ସିଡନୀ ଅଭିମୁଖେ ଯାତ୍ରା କରିବ। ଟିମ୍ ଇଣ୍ଡିଆ ସହ ସେହି ରୋହିତ୍ ଶର୍ମାଙ୍କ ସମେତ ୫ ଖେଳାଳି ମଧ୍ୟ ସିଡନୀ ଯିବେ, ଯେଉଁମାନଙ୍କୁ ବାୟୋ ବବଲ୍ ପ୍ରୋଟୋକଲ୍ ଉଲ୍ଲଙ୍ଘନ କାରଣରୁ ଆଇସୋଲେଟ୍ କରାଯାଇଥିଲା। ରୋହିତଙ୍କ ବ୍ୟତୀତ ନବଦୀପ ସାଇନି, ଋଷଭ ପନ୍ତ, ଶୁବମନ୍ ଗିଲ୍ ଓ ପୃଥ୍ୱୀ ଶ'ଙ୍କ ବିରୋଧରେ କୋଭିଡ୍‌ ନିୟମ ଭାଙ୍ଗିବାର ଅଭିଯୋଗ ଥିଲା।

ଏହି ୫ ଖେଳାଳିଙ୍କୁ ନୂଆ ବର୍ଷ ଦିନ ମେଲବର୍ଣ୍ଣରେ ଏକ ରେଷ୍ଟୁରାଣ୍ଟ ଭିତରେ ଖାଉଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଖୁବ୍ ବିବାଦ ଦେଖାଦେଇଥିଲା। ଏମାନଙ୍କ ଉପରେ ବାୟୋ-ବବଲ୍ ପ୍ରୋଟୋକଲ ଉଲ୍ଲଙ୍ଘନ କରିବାର ଅଭିଯୋଗ ଲଗାଇଥିଲା ଅଷ୍ଟ୍ରେଲିଆ ମିଡିଆ। ଯାହା ପରେ ସମସ୍ତ ୫ ଖେଳାଳିଙ୍କୁ ଆଇସୋଲେସନକୁ ପଠାଇ ଦିଆଯାଇଥିଲା।

ତେବେ ବିସିସିଆଇ ଅଷ୍ଟ୍ରେଲିଆ ମିଡିଆର ଏହି ଖବରକୁ ବକବାସ୍ ବୋଲି କହିଥିଲା ଏବଂ ଭାରତୀୟ କ୍ରିକେଟର୍ କୌଣସି ପ୍ରୋଟୋକଲର ଉଲ୍ଲଙ୍ଘନ କରିନଥିବା କହିଛି। ବିସିସିଆଇ କହିଛି ଯେ ପୂରା ଟିମ୍ ଗତ ଦୁଇ ମାସ ଧରି କରୋନାର ସବୁ ନିୟମ ପାଳନ କରିଆସୁଛନ୍ତି। ଅନ୍ୟପକ୍ଷରେ କ୍ରିକେଟ୍ ଅଷ୍ଟ୍ରେଲିଆ ଏହି ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଏହି ୫ ଖେଳାଳିଙ୍କୁ ଟିମରୁ ଅଲଗା ରଖାଯାଇଥିଲା। ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ୍ ଜାନୁଆରୀ ୭ ତାରିଖରୁ ଖେଳାଯିବ। ବର୍ତ୍ତମାନ ଟେଷ୍ଟ ସିରିଜ୍ ୧-୧ରେ ବରାବର ରହିଛି।

Related story