ସିରିଜ କବ୍‌ଜା କଲା ଭାରତ: ଇନ୍ଦୋର ବିଜୟ ସହ ଆଇସିସି ଦିନିକିଆରେ ମଧ୍ୟ ଏକ ନମ୍ବର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ସିରିଜ କବ୍‌ଜା। ଇନ୍ଦୋର ଠାରେ ଖାଳାଯାଇଥିବା ତୃତୀୟ ଦିନିକଆରେ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ହରାଇ ସିରିଜ ନିଜ ନାଁରେ କରିଛି ଭାରତ। ୫ ଟିକିଆ ମ୍ୟାଚ୍‌ ବିଶିଷ୍ଟ  ସିରିଜରେ ଭାରତ ପ୍ରଥମ ୩ଟି ମ୍ୟାଚ୍ ଜିତି ଏହି ସଫଳତା ପାଇଛି। ଆଜିର ମ୍ୟାଚ୍‌ରେ ଭାରତ ସମ୍ମୁଖରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୯୪ ରନର ଟାର୍ଗେଟ୍ ରଖିଥିଲା। ହେଲେ ଏହି ଲକ୍ଷ୍ୟକୁ ଭାରତ ମାତ୍ର ୫ ଓ୍ୱିକେଟ୍ ହରାଇ ହାସଲ କରିନେଇଛି। ଭାରତ […]

Rakesh Mallick
  • Published: Sunday, 24 September 2017
  • , Updated: 24 September 2017, 10:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ସିରିଜ କବ୍‌ଜା। ଇନ୍ଦୋର ଠାରେ ଖାଳାଯାଇଥିବା ତୃତୀୟ ଦିନିକଆରେ ଅଷ୍ଟ୍ରେଲିଆକୁ ୫ ୱିକେଟ୍‌ରେ ହରାଇ ସିରିଜ ନିଜ ନାଁରେ କରିଛି ଭାରତ। ୫ ଟିକିଆ ମ୍ୟାଚ୍‌ ବିଶିଷ୍ଟ  ସିରିଜରେ ଭାରତ ପ୍ରଥମ ୩ଟି ମ୍ୟାଚ୍ ଜିତି ଏହି ସଫଳତା ପାଇଛି। ଆଜିର ମ୍ୟାଚ୍‌ରେ ଭାରତ ସମ୍ମୁଖରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୯୪ ରନର ଟାର୍ଗେଟ୍ ରଖିଥିଲା। ହେଲେ ଏହି ଲକ୍ଷ୍ୟକୁ ଭାରତ ମାତ୍ର ୫ ଓ୍ୱିକେଟ୍ ହରାଇ ହାସଲ କରିନେଇଛି। ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ସର୍ବାଧିକ ୭୮ ରନ୍ କରିଥିବା ବେଳେ ରାହାଣେ ଓ ରୋହିତ ଶର୍ମା ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

ସେପଟେ ଭାରତ ଆଗରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ପିଞ୍ଚଙ୍କ ବିସ୍ଫୋରକ ଶତକ ଫିକା ପଡିଯାଇଛି। ଫିଞ୍ଚ ଆଜିର ମ୍ୟାଚ୍‌ରେ ୧୨୪ ରନ୍‌ର ପାଳି ଖେଳିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ। ଅନ୍ୟପଟେ ଆଜିର ବିଜୟ ସହ ଆଇସିସି ଦିନିକିଆ ମାନ୍ୟତାରେ ଭାରତ ୧ ନମ୍ବର ସ୍ଥାନରେ ପହଞ୍ଚିଛି। ୧୨୦  ପଏଣ୍ଟ ସହ ଭାରତର ଏକ ନମ୍ବର ସ୍ଥାନ ଅଧିକାର କରିଥିବା ବେଳେ ୧୧୯ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି। ଏବେ ଭାରତ ଉଭୟ ଟେଷ୍ଟ ଓ ଦିନିକିଆରେ ୧ ନମ୍ବର ସ୍ଥାନରେ ରହିଛି।

Related story