ଥାଇଲ୍ୟାଣ୍ଡ୍ ଓପନ୍: ସାଇନା ଓ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ

ବ୍ୟାଙ୍ଗକକ୍: ଚଳିତ ଥାଇଲ୍ୟାଣ୍ଡ୍ ଓପନରୁ ଭାରତୀୟ ଶଟଲର୍ ସାଇନା ନେହ୍ୱାଲ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ ହୋଇଛି। ତେବେ ଟୁର୍ଣ୍ଣାମେଣ୍ଟରେ ଭାରତର ବି. ସାଇ ପ୍ରଣୀତ ବିଜୟଧାରା ଅବ୍ୟାହତ ରଖି ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି। ପ୍ରାୟ ଦୁଇମାସ ପରେ କୋର୍ଟକୁ ଫେରିଥିବା ସପ୍ତମ ସିଡ୍ ସାଇନା ଦ୍ୱିତୀୟ ରାଉଣ୍ଡରେ ଜାପାନର ସାୟାକା ତାକାହାଶିଙ୍କଠାରୁ ୨୧-୧୬, ୧୧-୨୧, ୧୪-୨୧ ଗେମରେ ପରାସ୍ତ ହୋଇଛନ୍ତି। ସାଇନାଙ୍କ ପରାଜୟ ସହ ମହିଳା ସିଙ୍ଗଲ୍ସରେ ଭାରତର ଅଭିଯାନ ଶେଷ […]

srikant

Ranjit Kumar Jena
  • Published: Thursday, 01 August 2019
  • , Updated: 01 August 2019, 08:35 PM IST

ବ୍ୟାଙ୍ଗକକ୍: ଚଳିତ ଥାଇଲ୍ୟାଣ୍ଡ୍ ଓପନରୁ ଭାରତୀୟ ଶଟଲର୍ ସାଇନା ନେହ୍ୱାଲ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ ହୋଇଛି। ତେବେ ଟୁର୍ଣ୍ଣାମେଣ୍ଟରେ ଭାରତର ବି. ସାଇ ପ୍ରଣୀତ ବିଜୟଧାରା ଅବ୍ୟାହତ ରଖି ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର କ୍ୱାର୍ଟରଫାଇନାଲରେ ପହଞ୍ଚିଛନ୍ତି। ପ୍ରାୟ ଦୁଇମାସ ପରେ କୋର୍ଟକୁ ଫେରିଥିବା ସପ୍ତମ ସିଡ୍ ସାଇନା ଦ୍ୱିତୀୟ ରାଉଣ୍ଡରେ ଜାପାନର ସାୟାକା ତାକାହାଶିଙ୍କଠାରୁ ୨୧-୧୬, ୧୧-୨୧, ୧୪-୨୧ ଗେମରେ ପରାସ୍ତ ହୋଇଛନ୍ତି। ସାଇନାଙ୍କ ପରାଜୟ ସହ ମହିଳା ସିଙ୍ଗଲ୍ସରେ ଭାରତର ଅଭିଯାନ ଶେଷ ହୋଇଛି।

ଏହା ପୂର୍ବରୁ ପଞ୍ଚମ ସିଡ୍ ଶ୍ରୀକାନ୍ତ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ଥାଇଲ୍ୟାଣ୍ଡର ଖୋସିତ୍ ଫେଟପ୍ରଦାବଙ୍କଠାରୁ ୨୧-୧୧, ୧୬-୨୧, ୧୨-୨୧ ଗେମରେ ପରାସ୍ତ ହୋଇଥିଲେ। ଭାରତର ଅନ୍ୟତମ ଖେଳାଳି ପାରୁପଲ୍ଲୀ କଶ୍ୟପ୍ ତୃତୀୟ ସିଡ୍ ଚାଇନିଜ୍ ତାଇପେଇ ଖେଳାଳି ଚୌ ଟିଏନ୍ ଚେନଙ୍କ ନିକଟରୁ ୯-୨୧, ୧୪-୨୧ ଗେମରେ ହାରିଯାଇଛନ୍ତି।

ତେବେ ପୁରୁଷ ସିଙ୍ଗଲ୍ସରେ ଭାରତର ସାଇ ପ୍ରଣୀତ ନିଜ ଦେଶର ଶୁଭଙ୍କର ଡେ'ଙ୍କୁ ୨୧-୧୮, ୨୧-୧୯ ଗେମରେ ହରାଇ ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। କ୍ୱାର୍ଟରରେ ସାଇ ପ୍ରଣୀତ ଜାପାନର ସପ୍ତମ ସିଡ୍ କାଣ୍ଟା ସୁନେୟାମାଙ୍କୁ ଭେଟିବେ।

ପୁରୁଷ ଡବଲ୍ସରେ ଭାରତୀୟ ଯୋଡ଼ି ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀ ୨୧-୧୭, ୨୧-୧୯ ଗେମରେ ଇଣ୍ଡୋନେସିଆର ଫାଜାର ଅଲଫିଆନ୍ ଓ ମହମ୍ମଦ ରିଆନ୍ ଆର୍ଡିଆଣ୍ଟୋଙ୍କୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ଏହି ଯୋଡ଼ି ପରବର୍ତ୍ତୀ ରାଉଣ୍ଡରେ କୋରିଆର ଚୋଇ ସୋଲଗ୍ୟୁ ଓ ସିଓ ସିଉଙ୍ଗ ଜାଇଙ୍କୁ ଭେଟିବେ।

ମିକ୍ସଡ୍ ଡବଲ୍ସରେ ଭାରତୀୟ ଯୋଡ଼ି ପ୍ରଣବ ଜେରି ଚୋପ୍ରା ଓ ଏନ୍. ସିକ୍କି ରେଡ୍ଡି ୧୬-୨୧, ୧୧-୨୧ ଗେମରେ ହଂକଂର ତାଙ୍ଗ ଚୁନ୍ ମାନ୍ ଓ ସେ ୟିଙ୍ଗ୍ ସୁଏତଙ୍କଠାରୁ ହାରି ବିଦାୟ ନେଇଛନ୍ତି।

Related story