ଥାଇଲ୍ୟାଣ୍ଡ୍ ଓପନ୍: ପୁରୁଷ ଡବଲ୍ସ ସେମିରେ ଭାରତୀୟ ଯୋଡ଼ି

ବ୍ୟାଙ୍ଗକକ୍: ଭାରତୀୟ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କୀରେଡ୍ଡି ଓ ଚିରାଗ ସେଟ୍ଟୀ ବିଜୟଧାରା ଅବ୍ୟାହତ ରଖି ଚଳିତ ଥାଇଲ୍ୟାଣ୍ଡ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ଡବଲ୍ସ କ୍ୱାର୍ଟରଫାଇନାଲରେ ଅଣସିଡ୍ ଭାରତୀୟ ଯୋଡ଼ି କୋରିଆର କ୍ୱାଲିଫାୟର୍ ଚୋଇ ସୋଲଗ୍ୟୁ ଓ ସିଓ ସିଉଙ୍ଗ୍ ଜାଇଙ୍କୁ ୨୧-୧୭, ୧୭-୨୧, ୨୧-୧୯ ଗେମରେ ପରାସ୍ତ କରିଛନ୍ତି। କୋରିଆ ଯୋଡ଼ିଙ୍କ ବିରୋଧରେ ସାତ୍ତ୍ୱିକସାଇରାଜ ଓ ଚିରାଗଙ୍କର ଏହା ପ୍ରଥମ ବିଜୟ। ୧୬ତମ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି […]

badminton

Ranjit Kumar Jena
  • Published: Friday, 02 August 2019
  • , Updated: 02 August 2019, 06:40 PM IST

ବ୍ୟାଙ୍ଗକକ୍: ଭାରତୀୟ ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କୀରେଡ୍ଡି ଓ ଚିରାଗ ସେଟ୍ଟୀ ବିଜୟଧାରା ଅବ୍ୟାହତ ରଖି ଚଳିତ ଥାଇଲ୍ୟାଣ୍ଡ୍ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ପୁରୁଷ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଶୁକ୍ରବାର ଖେଳାଯାଇଥିବା ଡବଲ୍ସ କ୍ୱାର୍ଟରଫାଇନାଲରେ ଅଣସିଡ୍ ଭାରତୀୟ ଯୋଡ଼ି କୋରିଆର କ୍ୱାଲିଫାୟର୍ ଚୋଇ ସୋଲଗ୍ୟୁ ଓ ସିଓ ସିଉଙ୍ଗ୍ ଜାଇଙ୍କୁ ୨୧-୧୭, ୧୭-୨୧, ୨୧-୧୯ ଗେମରେ ପରାସ୍ତ କରିଛନ୍ତି।

କୋରିଆ ଯୋଡ଼ିଙ୍କ ବିରୋଧରେ ସାତ୍ତ୍ୱିକସାଇରାଜ ଓ ଚିରାଗଙ୍କର ଏହା ପ୍ରଥମ ବିଜୟ। ୧୬ତମ ମାନ୍ୟତାପ୍ରାପ୍ତ ଭାରତୀୟ ଯୋଡ଼ି ଶନିବାର ସେମିଫାଇନାଲରେ ଅନ୍ୟତମ କୋରିଆ ଯୋଡ଼ି କୋ ସୁଙ୍ଗ୍ ହ୍ୟୁନ୍ ଏବଂ ଶିନ୍ ବାଇକ୍ ଚିଓଲଙ୍କୁ ଭେଟିବେ।

Related story