ବ୍ୟାଡମିଣ୍ଟନ୍ ରାଙ୍କିଙ୍ଗ୍: ନବମକୁ ଉଠିଲେ ସାତ୍ତ୍ୱିକ-ଚିରାଗ

ନୂଆଦିଲ୍ଲୀ: ଗତ ସପ୍ତାହରେ ଥାଇଲ୍ୟାଣ୍ଡ୍ ଓପନ୍ ଜିତି ଇତିହାସ ରଚିଥିବା ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀଙ୍କୁ ମଙ୍ଗଳବାର ଘୋଷିତ ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ରାଙ୍କିଙ୍ଗରେ ଫାଇଦା ହୋଇଛି। ସାତ୍ତ୍ୱିକ-ଚିରାଗଙ୍କ ଯୋଡ଼ି ଏକାଥରକେ ସାତୋଟି ସ୍ଥାନ ଉପରକୁ ଉଠି ନବମରେ ପହଞ୍ଚିଛନ୍ତି। ସାତ୍ତ୍ୱିକ-ଚିରାଗ ପ୍ରଥମ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ଭାବେ ବିଡବ୍ଲ୍ୟୁଏଫ୍ ସୁପର୍-୫୦୦ ଟୁର୍ଣ୍ଣାମେଣ୍ଟ୍ ଜିତିଥିଲେ। ଫାଇନାଲରେ ଏହି ଯୋଡ଼ି ଚୀନର ଲି ଜୁନ୍ ହୁଇ ଓ ଲିଉ ୟୁ ଚେନଙ୍କୁ ୨୧-୧୯, […]

badminton

Ranjit Kumar Jena
  • Published: Tuesday, 06 August 2019
  • , Updated: 06 August 2019, 07:19 PM IST

ନୂଆଦିଲ୍ଲୀ: ଗତ ସପ୍ତାହରେ ଥାଇଲ୍ୟାଣ୍ଡ୍ ଓପନ୍ ଜିତି ଇତିହାସ ରଚିଥିବା ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀଙ୍କୁ ମଙ୍ଗଳବାର ଘୋଷିତ ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ରାଙ୍କିଙ୍ଗରେ ଫାଇଦା ହୋଇଛି। ସାତ୍ତ୍ୱିକ-ଚିରାଗଙ୍କ ଯୋଡ଼ି ଏକାଥରକେ ସାତୋଟି ସ୍ଥାନ ଉପରକୁ ଉଠି ନବମରେ ପହଞ୍ଚିଛନ୍ତି।

ସାତ୍ତ୍ୱିକ-ଚିରାଗ ପ୍ରଥମ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ଭାବେ ବିଡବ୍ଲ୍ୟୁଏଫ୍ ସୁପର୍-୫୦୦ ଟୁର୍ଣ୍ଣାମେଣ୍ଟ୍ ଜିତିଥିଲେ। ଫାଇନାଲରେ ଏହି ଯୋଡ଼ି ଚୀନର ଲି ଜୁନ୍ ହୁଇ ଓ ଲିଉ ୟୁ ଚେନଙ୍କୁ ୨୧-୧୯, ୧୮-୨୧, ୨୧-୧୮ ଗେମରେ ପରାସ୍ତ କରିଥିଲେ। ଅନ୍ୟତମ ଭାରତୀୟ ଯୋଡ଼ି ମନୁ ଅଟ୍ଟ୍ରି ଓ ବି. ସୁମିତ୍ ରେଡ୍ଡି ୨୫ତମ ସ୍ଥାନରେ ସୁରକ୍ଷିତ ରହିଛନ୍ତି।

ପୁରୁଷ ସିଙ୍ଗଲ୍ସରେ କିଦାମ୍ବୀ ଶ୍ରୀକାନ୍ତ (ଦଶମ), ସମୀର ବର୍ମା (୧୩ତମ), ବି. ସାଇ ପ୍ରଣୀତ (୧୯ତମ), ଏଚଏସ୍ ପ୍ରଣୟ (୩୧ତମ) ଏବଂ ସୌରଭ ବର୍ମା (୪୪ତମ) ନିଜ ନିଜ ସ୍ଥାନ ବଜାୟ ରଖିଛନ୍ତି। ପରୁପଲ୍ଲୀ କଶ୍ୟପ୍ ତିନୋଟି ସ୍ଥାନ ଉଠି ୩୨ତମ ସ୍ଥାନରେ ପହଞ୍ଚିଛନ୍ତି। ମହିଳା ସିଙ୍ଗଲ୍ସରେ ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ ଓ ସାଇନା ନେହ୍ୱାଲ ଯଥାକ୍ରମେ ପଞ୍ଚମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି।

Related story