ସିଲିଂ: ଜାତୀୟ ମହିଳା ଚାମ୍ପିଅନ୍ ଟେବୁଲ୍ ଟେନିସ୍ ତାରକା ମନିକା ବାତ୍ରା ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ ବୁଧବାର ଏକ ସ୍ୱର୍ଣ୍ୱ ପଦକ ଜିତିଛନ୍ତି। ଏହା ସହିତ ଚଳିତ ସାଉଥ୍ ଏସିଆନ୍ ଗେମ୍ସରେ ଏହା ହେଉଛି ତାଙ୍କର ଲଗାତାର ତୃତୀୟ ସ୍ୱର୍ଣ୍ୱ ପଦକ।
ଆଜି ସେ ପୂଜା ସହସ୍ରବୁଦ୍ଧିଙ୍କ ସହିତ ମିଶି ମହିଳା ଡବଲ୍ସ ଟେବୁଲ୍ ଟେନିସ୍ରେ ଏହି ପଦକ ହାସଲ କରିଛନ୍ତି। ଏହି ଯୋଡ଼ି ଅନୁଭବୀ ମୌମା ଦାସ୍ ଓ କେ ଶାମିନିଙ୍କୁ ୧୧-୭, ୧୩-୧୧ ଓ ୧୧-୫ରେ ହରାଇଥିଲେ।
ମନିକା ଓ ପୂଜାଙ୍କ ଏହି ସ୍ୱର୍ଣ୍ଣ ପଦକ ସହିତ ଆଜି ସକାଳେ ଟେବୁଲ୍ ଟେନିସ୍ରେ ଭାରତୀୟ ଖେଳାଳିମାନେ ଦୁଇଟି ସ୍ୱର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାତେଇଛନ୍ତି।
ପୁରୁଷ ଡବଲ୍ସ ଫାଇନାଲ୍ରେ ଜି ସାଥିୟାଁ ଓ ଦେବେଶ କାରିଆ ୧୧-୧,୧୧-୮ ଓ ୧୧-୬ରେ ଆନ୍ଥୋନି ଅମଲରାଜ ଓ ସାନିଲ ସେଟ୍ଟୀଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାତେଇ ଥିଲେ।