ଅଗଷ୍ଟ ୧୮: ଆଜି ଦିନରେ ହିଁ ଆରମ୍ଭ ହୋଇଥିଲା ବିରାଟ୍‌ ଯୁଗ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାମରେ ଅନେକ ରେକର୍ଡ ହୋଇସାରିଛି, ଯାହାକୁ ଭାଙ୍ଗିବା ପାଇଁ ସହଜ ହେବନି। ଏହି କାରଣରୁ ବିରାଟଙ୍କୁ ବର୍ତ୍ତମାନ ସମୟରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୁହାଯାଉଛି। ବିରାଟ୍ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ଅଗଷ୍ଟ ୧୮ ତାରିଖ ବହୁତ ଖାସ୍। ସେ ଆଜି ଦିନରେ ଅର୍ଥାତ୍ ୧୧ ବର୍ଷ ପୂର୍ବେ (୧୮ ଅଗଷ୍ଟ, ୨୦୦୮)ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଏବଂ ପ୍ରଥମଥର ଟିମ୍ ଇଣ୍ଡିଆର ନୀଳ ଜର୍ସି […]

virat

Ranjit Kumar Jena
  • Published: Sunday, 18 August 2019
  • , Updated: 18 August 2019, 06:19 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ନାମରେ ଅନେକ ରେକର୍ଡ ହୋଇସାରିଛି, ଯାହାକୁ ଭାଙ୍ଗିବା ପାଇଁ ସହଜ ହେବନି। ଏହି କାରଣରୁ ବିରାଟଙ୍କୁ ବର୍ତ୍ତମାନ ସମୟରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ କୁହାଯାଉଛି। ବିରାଟ୍ ଓ ତାଙ୍କ ପ୍ରଶଂସକଙ୍କ ପାଇଁ ଅଗଷ୍ଟ ୧୮ ତାରିଖ ବହୁତ ଖାସ୍। ସେ ଆଜି ଦିନରେ ଅର୍ଥାତ୍ ୧୧ ବର୍ଷ ପୂର୍ବେ (୧୮ ଅଗଷ୍ଟ, ୨୦୦୮)ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ ଏବଂ ପ୍ରଥମଥର ଟିମ୍ ଇଣ୍ଡିଆର ନୀଳ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲେ।

ବିରାଟ୍ ଦାମ୍ବୁଲାରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ଖେଳି ନିଜର ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ସେହି ସମୟରେ ଭାରତ ଶ୍ରୀଲଙ୍କା ଗସ୍ତରେ ଥିଲା। ବିସ୍ଫୋରକ ଓପ୍ନର୍ ବୀରେନ୍ଦ୍ର ସେହ୍ୱାଗ ଆହତ କାରଣରୁ ଶ୍ରୀଲଙ୍କା ବିପକ୍ଷ ଏହି ସିରିଜର ପ୍ରଥମ ମ୍ୟାଚ୍ ଖେଳିପାରି ନଥିଲେ। ଯାହା ଫଳରେ ସିରିଜର ପ୍ରଥମ ମ୍ୟାଚରେ ହିଁ ବିରାଟଙ୍କୁ ଓପ୍ନର ଭାବେ ସୁଯୋଗ ମିଳିଥିଲା। ବିରାଟ୍ ନିଜକୁ ପ୍ରମାଣିତ କରିପାରିନଥିଲେ ଏବଂ ମାତ୍ର ୧୨ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ୱିକେଟ୍ ନୁୱନ କୁଲଶେଖରା ନେଇଥିଲେ। ବିରାଟ୍ ୨୨ ବଲର ସାମ୍ନା କରି ଗୋଟିଏ ଚୌକା ମାରିଥିଲେ। ସେ ୩୩ ମିନିଟ୍ କ୍ରିଜରେ ରହିଥିଲେ।

ଉକ୍ତ ମ୍ୟାଚରେ ଭାରତ ମାତ୍ର ୧୪୬ ରନରେ ଅଲଆଉଟ୍ ହୋଇଯାଇଥିଲା। ଜବାବରେ ଶ୍ରୀଲଙ୍କା ଏହି ମ୍ୟାଚକୁ ୮ ୱିକେଟରେ ଜିତି ନେଇଥିଲା। ସେହି ମ୍ୟାଚକୁ ଇତି ମଧ୍ୟରେ ୧୧ ବର୍ଷ ବିତି ସାରିଛି ଏବଂ ବିରାଟ୍ ଆଜି ଦିନିକିଆ ଓ ଟେଷ୍ଟ ରାଙ୍କିଙ୍ଗରେ ଏକ ନମ୍ବର ବ୍ୟାଟ୍ସମ୍ୟାନ୍ ଅଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟରେ ଆଜି ବିରାଟ୍ ଯେଉଁ ସ୍ତରର ଖେଳାଳି ହୋଇଛନ୍ତି, ତାହା ତାଙ୍କର ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିନଥିଲା। ଆଜି ରନର ପାହାଡ଼ ଛିଡ଼ା କରିଥିବା ବିରାଟ୍ ହୁଏତ ସେହି ମ୍ୟାଚକୁ ନିଜ ପାଇଁ ବା ଟିମ୍ ଇଣ୍ଡିଆ ପାଇଁ ମନେ ରଖିବାକୁ ଚାହିଁବେ। ବର୍ତ୍ତମାନ ବିରାଟ୍ ଯେଉଁଭଳି ବ୍ୟାଟିଂ କରୁଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି।

୩୦ ବର୍ଷୀୟ ବିରାଟ୍ ନିକଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଶେଷ ହୋଇଥିବା ଦିନିକିଆ ସିରିଜରେ ଲଗାତାର ଦୁଇଟି ଶତକ ମାରି ରେକର୍ଡ କରିଥିଲେ। ବିରାଟ୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ଦଶନ୍ଧିରେ ୨୦ହଜାର ରନ୍ କରିବାର ନୂଆ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ମଧ୍ୟ ଦିନିକିଆରେ ଭାରତର ଦ୍ୱିତୀୟ ସର୍ବାଧିକ ସ୍କୋର। ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ।

ଦିନିକିଆରେ ବିରାଟ୍ ମୋଟ ୪୩ ଶତକ ମାରିଛନ୍ତି, ଯାହା ବିଶ୍ୱ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ। ଭାରତର ସଚିନ ତେନ୍ଦୁଲକରଙ୍କ ନାମରେ ସର୍ବାଧିକ ୪୯ ଶତକର ରେକର୍ଡ ରହିଛି । ଏହି ଫର୍ମାଟରେ ବିରାଟଙ୍କ ନାଁରେ ୫୪ ଅର୍ଦ୍ଧଶତକ ରହିଛି ଏବଂ ସେ ଏପର୍ଯ୍ୟନ୍ତ ୧୧୫୨୦ ରନ୍ କରିସାରିଛନ୍ତି। ୨୦୧୧ରେ ବିରାଟ୍ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ। ସେ ଏହି ଫର୍ମାଟରେ ୭୭ ମ୍ୟାଚ୍ ଖେଳି ୬୬୧୩ ରନ୍ କରିଛନ୍ତି, ଯେଉଁଥିରେ ୨୫ ଶତକ ଏବଂ ୨୦ ଅର୍ଦ୍ଧଶତକ ରହିଛି। ଟେଷ୍ଟରେ ତାଙ୍କ ନାଁରେ ୬ଟି ଦ୍ୱିଶତକ ମଧ୍ୟ ରହିଛି। ଏହାଛଡ଼ା ଟି-୨୦ରେ ବିରାଟ୍ ୨୧ ଅର୍ଦ୍ଧଶତକ ସହ ୨୩୬୯ ରନ୍ କରିଛନ୍ତି। ୨୦୧୦ରେ ବିରାଟ୍ ଟି-୨୦ ଡେବ୍ୟୁ କରିଥିଲେ।

Related story