ଶେଷ ଫାଇଟ୍‌: ଉଭୟ ଟିମ୍‌ ପାଇଁ କର ବା ମର ସ୍ଥିତି

  ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆ। ଟସ୍ ଜିତି ଟିମ୍ ଇଣ୍ଡିଆ ବୋଲିଂ ନିଷ୍ପତ୍ତି ନେଇଛି। ବିଶାଖପାଟଣାରେ ଖେଳାଯାଉଥିବା ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ  ଗୁରୁତ୍ୱବହନ କରେ। ଆଜିର ମ୍ୟାଚ୍ ଉଭୟ ଟିମ ପାଇଁ କର ବା ମର ପରିସ୍ଥିତି। ତିନି ଟିକିଆ ସରିଜରେ ଗୋଟିଏ ଲେଖାଁଏ ମ୍ୟାଚ ଜିତି ବରାବର ସ୍ଥିତିରେ ଅଛନ୍ତି ଉଭୟ ଟିମ୍। ଗତ ମ୍ୟାଚରେ ଅଧିନାୟକ ରୋହିତଙ୍କ ଦମଦାର ଇନିଂସ […]

555_1513506951_618x347

Rakesh Mallick
  • Published: Sunday, 17 December 2017
  • , Updated: 17 December 2017, 04:22 PM IST

 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ଆଜି ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆ। ଟସ୍ ଜିତି ଟିମ୍ ଇଣ୍ଡିଆ ବୋଲିଂ ନିଷ୍ପତ୍ତି ନେଇଛି। ବିଶାଖପାଟଣାରେ ଖେଳାଯାଉଥିବା ଏହି ମ୍ୟାଚ୍ ଉଭୟ ଟିମ୍ ପାଇଁ  ଗୁରୁତ୍ୱବହନ କରେ। ଆଜିର ମ୍ୟାଚ୍ ଉଭୟ ଟିମ ପାଇଁ କର ବା ମର ପରିସ୍ଥିତି। ତିନି ଟିକିଆ ସରିଜରେ ଗୋଟିଏ ଲେଖାଁଏ ମ୍ୟାଚ ଜିତି ବରାବର ସ୍ଥିତିରେ ଅଛନ୍ତି ଉଭୟ ଟିମ୍। ଗତ ମ୍ୟାଚରେ ଅଧିନାୟକ ରୋହିତଙ୍କ ଦମଦାର ଇନିଂସ ଟିମ୍ ଇଣ୍ଡିଆ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇ ଦେଇଛି। ଅନ୍ୟପଟେ ପୂର୍ବ ରେକର୍ଡକୁ ଦେଖିଲେ ବିଶାଖପାଟଣାରେ ଭଲ ସ୍ଥିତିରେ ରହିବ ଭାରତୀୟ ଟିମ୍। ବିଶାଖପାଟଣାରେ ଲମ୍ବା ସ୍କୋର ମ୍ୟାଚ୍ ଦେଖିବା ନେଇ ଆଶାବାଦୀ ଅଛନ୍ତି ଖେଳପ୍ରେମୀ।

ଅନ୍ୟପଟେ ଭମ୍ରଣକାରୀ ସିଂହଳ ଟିମରେ ବ୍ୟାଟିଂ ଲାଇନ୍ ଆଶାତୀତ ଫଳପ୍ରଦ ହୋଇପାରି ନାହିଁ। ଗତ ମ୍ୟାଚରେ କେବଳ ଅଞ୍ଜେଲୋ ମ୍ୟଥୁସ ଶତକ ଅର୍ଜନ କରିପାରିଥିଲେ। କିନ୍ତୁ ଭାରତୀୟ ଟିମ୍ କୌଣସି ମତେ ଶ୍ରୀଲଙ୍କାକୁ ହାଲୁକା ଭାବେ ନେବ ନାହିଁ। ଟିମ୍ ସିଂହଳ ପାଖରେ  ମାଥୁସ୍, ସୁରଙ୍ଗା, ଲକମଲ ଏବଂ ଅକିଲା ଧନଞ୍ଜୟ ଭଳି  ଆକ୍ରମଣାତ୍ମକ ବୋଲର୍ ରହିଛନ୍ତି। ସେପଟେ ୨୦୧୫ ପରେ ଟିମ୍ ଇଣ୍ଡିଆ କୌଣସି ଘରୋଇ ଦିନିକିଆ  ସିରିଜକୁ ହାତ ଛଡ଼ା କରିନାହିଁ। ଶେଷ ଖବର ସୁଦ୍ଧା ଶ୍ରୀଲଙ୍କା  ଟିମ୍‌ ୩୭ ଓଭର୍‌ ଖେଳି ୬ୱିକେଟ୍‌ ହରାଇ ୨୦୪ ରନ୍ ସଂଗ୍ରହ କରିଛି।

Related story