ବମିଂହାମ୍: ଚାମ୍ପିୟନସ ଟ୍ରଫିରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର ହେବ। ଦୁଇ ବର୍ଷ ପରେ ଦିନିକିଆରେ ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ବର୍ହିଂହାମ୍ରେ ହେବ ଏହି ମହାମୁକାବିଲା। ବିରାଟ ବାହିନୀ ତୁଳନାରେ ପାକିସ୍ତାନ ଅପେକ୍ଷାକୃତ ଦୁର୍ବଳ ଦେଖାଯାଉଥିଲେ ମଧ୍ୟ କଡା ଟକ୍କର ଦେଇପାରେ।
୬ ବ୍ୟାଟସ୍ମ୍ୟାନ, ୩ ପେସ୍ର, ଜଣେ ସ୍ପିନର ଓ ଅଲରାଉଣ୍ଡରଙ୍କୁ ନେଇ ମୈଦାନକୁ ଓହ୍ଲାଇ ପାରେ ଟିମ ଇଣ୍ଡିଆ। ତେବେ ପରିବର୍ତ୍ତୀତ ପାଗ ଅନୁଯାୟୀ ଭାରତୀୟ ଦଳ ୨ ସ୍ପିନର ଖେଳାଇପାରେ।
ସେପଟେ ୱାର୍ମ ଅପ୍ ମ୍ୟାଚରେ ୩୪୨ ରନ୍ ବିଶାଳ ଲକ୍ଷ୍ୟକୁ ୨ ୱିକେଟରେ ଜିତି ପାକିସ୍ତାନ ବ୍ୟାଟସ୍ମ୍ୟାନ ଫର୍ମରେ ଥିବା ଦର୍ଶାଇଛନ୍ତି।