ଆଜିଠୁ ମହିଳା ବିଶ୍ୱକପ୍‌ କ୍ରିକେଟ: ଇଂଲଣ୍ଡକୁ ଭେଟିବ ଭାରତ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ମହିଳା ବିଶ୍ୱକପ କ୍ରିକେଟ। ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଡେଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ସହ ୮ଟି ଦଳ ଅଂଶ ଗ୍ରହଣ କରୁଛନ୍ତି।  ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଏଥରର ବିଶ୍ୱକପରେ ସମସ୍ତଙ୍କ ନଜର ଆୟୋଜକ ଇଂଲଣ୍ଡ ସହ ଅଷ୍ଟ୍ରେଲିଆ ଏବଂ ଭାରତ ଉପରେ ରହିଛି। ଏହାସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପରେ ଡିଆରଏସ୍ ସିଷ୍ଟମକୁ ଅନୁମତି ଦିଆଯାଇଛି। ଲିଗ୍ ପର୍ଯ୍ୟାୟରେ […]

match

Rakesh Mallick
  • Published: Saturday, 24 June 2017
  • , Updated: 24 June 2017, 07:53 AM IST

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବ ମହିଳା ବିଶ୍ୱକପ କ୍ରିକେଟ। ଇଂଲଣ୍ଡରେ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଡେଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ସହ ୮ଟି ଦଳ ଅଂଶ ଗ୍ରହଣ କରୁଛନ୍ତି।  ଆଜି ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଏଥରର ବିଶ୍ୱକପରେ ସମସ୍ତଙ୍କ ନଜର ଆୟୋଜକ ଇଂଲଣ୍ଡ ସହ ଅଷ୍ଟ୍ରେଲିଆ ଏବଂ ଭାରତ ଉପରେ ରହିଛି। ଏହାସହ ଚଳିତ ବର୍ଷ ପ୍ରଥମ ଥର ପାଇଁ ମହିଳା ବିଶ୍ୱକପରେ ଡିଆରଏସ୍ ସିଷ୍ଟମକୁ ଅନୁମତି ଦିଆଯାଇଛି। ଲିଗ୍ ପର୍ଯ୍ୟାୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ଜୁଲାଇ ୨ ତାରିଖରେ ଖେଳାଯିବ। ଏଥରର ପୁରସ୍କାର ଅର୍ଥ ୨ ନିୟୁତ ଆମେରିକୀୟ ଡଲାର ରହିଛି। ଯାହାକି ଗତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ତୁଳନାରେ ୧୦ଗୁଣା ଅଧିକ।

Related story