ଅଲିମ୍ପିକ୍ସ ଚାମ୍ପିୟନ୍ ଭାରି ବ୍ୟସ୍ତ, ଗ୍ୟାଲେରୀରେ ବସି ବୁଣୁଛନ୍ତି ସ୍ୱେଟର୍

ଟୋକିଓ: ଅଲିମ୍ପିକ୍ସ ଚାମ୍ପିୟନ୍ କଲେ ବୁଣାବୁଣି। ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ହେଁ, ଏହା ସତ। ଟୋକିଓ ଅଲିମ୍ପିକ୍ସରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ଦୁନିଆଯାକର ଫ୍ୟାନ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କ୍ରୀଡ଼ାରେ ମହାରଥୀ ହାସଲ କରିଥିବା ବ୍ରିଟେନର ଅଲିମ୍ପିକ୍ସ ଚାମ୍ପିୟନ୍ ଡାଇଭର୍ ଟମ୍ ଡେଲେଙ୍କ ପାଖରେ ବୁଣିବାର କଳା ମଧ୍ୟ ରହିଛି, ଯାହା ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିଛି। ପୁରୁଷ ୧୦ ମିଟର୍ ସିଙ୍କ୍ରନାଇଜ୍ ପ୍ଲାଟଫର୍ମ ଡାଇଭିଂରେ ଟମ୍ ଡେଲେ ମ୍ୟାଟ୍ ଲି’ଙ୍କ […]

tom-deley

Ranjit Kumar Jena
  • Published: Monday, 02 August 2021
  • , Updated: 02 August 2021, 08:04 PM IST

ଟୋକିଓ: ଅଲିମ୍ପିକ୍ସ ଚାମ୍ପିୟନ୍ କଲେ ବୁଣାବୁଣି। ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ହେଁ, ଏହା ସତ। ଟୋକିଓ ଅଲିମ୍ପିକ୍ସରେ କିଛି ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି, ଯାହାକୁ ଦେଖି ଦୁନିଆଯାକର ଫ୍ୟାନ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କ୍ରୀଡ଼ାରେ ମହାରଥୀ ହାସଲ କରିଥିବା ବ୍ରିଟେନର ଅଲିମ୍ପିକ୍ସ ଚାମ୍ପିୟନ୍ ଡାଇଭର୍ ଟମ୍ ଡେଲେଙ୍କ ପାଖରେ ବୁଣିବାର କଳା ମଧ୍ୟ ରହିଛି, ଯାହା ଟୋକିଓ ଅଲିମ୍ପିକ୍ସରେ ଦେଖିବାକୁ ମିଳିଛି।

ପୁରୁଷ ୧୦ ମିଟର୍ ସିଙ୍କ୍ରନାଇଜ୍ ପ୍ଲାଟଫର୍ମ ଡାଇଭିଂରେ ଟମ୍ ଡେଲେ ମ୍ୟାଟ୍ ଲି'ଙ୍କ ସହ ମିଶି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହା ପରେ ସେ ମହିଳାଙ୍କ ୩ ମିଟର୍ ସ୍ପ୍ରିଙ୍ଗବୋର୍ଡ ଫାଇନାଲ୍‌ ଚାଲିଥିବା ବେଳେ ଦର୍ଶକଙ୍କ ଗହଣରେ ବସି ସ୍ୱେଟର୍ ବୁଣୁଥିବା ନଜର ଆସିଛନ୍ତି। ୨୭ ବର୍ଷୀୟ ଟମ୍ ଷ୍ଟାଣ୍ଡରେ ନିଜ ବ୍ରିଟେନ୍ ଟିମର ଜର୍ସି ପିନ୍ଧି ବସିଥିଲେ। ଏହି ଇଭେଣ୍ଟରେ ସେ ଖେଳାଳିଙ୍କ ଠାରୁ ଅଧିକ ଚର୍ଚ୍ଚାରେ ଥିଲେ।

https://twitter.com/Olympics/status/1421746461583323138?s=20

ତୃତୀୟ ରାଉଣ୍ଡ ଆରମ୍ଭ ହେବା ପୂବୋରୁ ସେ ଟିଭିରେ ନଜର ଆସିଥିଲେ, ଯାହା ପରେ ଫ୍ୟାନ୍ ତାଙ୍କୁ ଚିହ୍ନି ପାରିଥିଲେ। ତେବେ ବଡ଼ କଥା ହେଉଛି ଏହି ଇଭେଣ୍ଟରେ ବ୍ରିଟେନର କୌଣସି ଡାଇଭର୍ ନଥିଲେ, ତଥାପି ସେ ଦର୍ଶକଙ୍କ ସହ ନିଜ କାମରେ ମସଗୁଲ୍ ଥିଲେ। ଏହି ଖେଳାଳି ଜଣକ ନିଜ ସ୍ୱର୍ଣ୍ଣ ପଦକ ରଖିବା ପାଇଁ ଏକ କଭର୍ ବୁଣିଛନ୍ତି। ତିନିଥରର ବିଶ୍ୱ ଚାମ୍ପିୟନ୍ ଟମ୍ ୨୦୧୨ ଲଣ୍ଡନ ଓ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

https://twitter.com/DalBologknees/status/1421719023482544130?s=20

୨୦୧୩ରେ ଟମ୍ ୟୁଟ୍ୟୁବରେ ଏକ ଭିଡିଓ ଜାରି କରି କହିଥିଲେ ଯେ ସେ ଜଣେ ବ୍ୟକ୍ତିଙ୍କ ସହ ରିଲେସନଶିପରେ ଅଛନ୍ତି। ଟମ୍ ଆମେରିକାର ଓସ୍କାର ବିଜେତା ଫିଲ୍ମ ସ୍କ୍ରିନରାଇଟର୍, ଡାଇରେକ୍ଟର ଓ ପ୍ରଡ୍ୟୁସର ଡଷ୍ଟିନ୍ ଲାନ୍ସ ବ୍ଲାକଙ୍କ ସହ ଅକ୍ଟୋବର, ୨୦୧୫ରେ ନିର୍ବନ୍ଧ କରିଥିଲେ ଏବଂ ୨୦୧୭ରେ ବିବାହ କରିଥିଲେ। ୨୦୧୮ରେ ସେ ଘୋଷଣା କରିଥିଲେ ଯେ ତାଙ୍କ ପାର୍ଟନର୍ ପ୍ରଥମ ସନ୍ତାନ କଥା ଚିନ୍ତା କରୁଛନ୍ତି ଏବଂ ପରେ ଜୁନ୍ ମାସରେ ଏହି ଦମ୍ପତିଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

Related story