କାଲି ମୁମ୍ବାଇ ଦିନିକିଆ: ଟିମ୍ ଇଣ୍ଡିଆର ପଲ୍ଲା ଭାରି, ନ୍ୟୁଜିଲାଣ୍ଡର ରେକର୍ଡ ଖରାପ 

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା କାଲି ମୁମ୍ବାଇରେ ଖେଳାଯିବ। ପୂର୍ବରୁ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଆକର୍ଷଣୀୟ ପ୍ରଦର୍ଶନ ସହ ସିରିଜ ଜିତିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଏବେ ଦୃଢ ଅଛି। ଏପର୍ଯ୍ୟନ୍ତ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ୩୨ ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୨୪ଟିରେ ବାଜିମାତ କରିନେଇଛି। ନ୍ୟୁଜିଲାଣ୍ଡ ମାତ୍ର ୭ […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 04:12 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତା କାଲି ମୁମ୍ବାଇରେ ଖେଳାଯିବ। ପୂର୍ବରୁ ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଆକର୍ଷଣୀୟ ପ୍ରଦର୍ଶନ ସହ ସିରିଜ ଜିତିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ଏବେ ଦୃଢ ଅଛି। ଏପର୍ଯ୍ୟନ୍ତ ଭାରତ ମାଟିରେ ନ୍ୟୁଜିଲାଣ୍ଡ ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ୩୨ ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଭାରତ ୨୪ଟିରେ ବାଜିମାତ କରିନେଇଛି। ନ୍ୟୁଜିଲାଣ୍ଡ ମାତ୍ର ୭ ଥର ଜିତିବାରେ ସକ୍ଷମ ହୋଇଛି।

୧୯୮୭ ପରଠାରୁ ନ୍ୟୁଜିଲାଣ୍ଡ ଭାରତ ମାଟିରେ ମ୍ୟାଚ୍‌ ଖେଳିଆସୁଛି। ଟିମ୍‌ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏପର୍ଯ୍ୟନ୍ତ ଭାରତରେ ୫ଟି ଦିନିକିଆ ସିରିଜ ଖେଳାଯାଇଛି। ସମସ୍ତ ସିରିଜରେ ଭାରତ ବିଜୟ ହାସଲ କରିଛି। ପୂର୍ବ ରେକର୍ଡକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଭାରତର ପଲ୍ଲା ଭାରି ରହିଛି। ତେଣୁ ଆସନ୍ତା କାଲି ମୁମ୍ବାରେ ଖେଳାଯିବାକୁ ଥିବା ପ୍ରଥମ ଦିନିକିଆକୁ ଭାରତ କବ୍‌ଜା କରିବା ସହ ଆଇସିସି ଦିନିକିଆରେ ପୁଣି ଥରେ ଏକ ନମ୍ବର ସ୍ଥାନରେ ପହଞ୍ଚିବାକୁ ଚେଷ୍ଟା କରିବ। କାରଣ ଦକ୍ଷିଣ ଆଫ୍ରିକା ଟିମ୍‌ ଭାରତକୁ ପଛରେ ପକାଇ ପୁଣିଥରେ ଏକ ନମ୍ବର ହୋଇଛି। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ବିଜୟ ହାସଲ କରିବା ପରେ ଦକ୍ଷିଣ ଆଫ୍ରିକାକୁ ଏହି ସଫଳତା ମିଳିଛି।

Related story