କାଲିଠାରୁ ରଣଜୀ ଟ୍ରଫି: ପ୍ରଥମଥର ପାଇଁ ଖେଳାଯାଉଥିବା ବିକାଶ ଗ୍ରାଉଣ୍ଡରେ ଓଡ଼ିଶାକୁ ଭେଟିବ ତ୍ରିପୁରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠରେ ଥିବା ବିକାଶ ଗ୍ରାଉଣ୍ଡ ପ୍ରସ୍ତୁତ। ରଣଜୀ ଟ୍ରଫି ସିଜିନର ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହେବା ପାଇଁ ପ୍ରସ୍ତୁତ ଓଡ଼ିଶା ଏବଂ ତ୍ରିପୁରା। ଗୋବିନ୍ଦ ପୋଦ୍ଦାର ବନାମ MS ମୁରା ସିଂ। କୋଚ ଶିବସୁନ୍ଦର ଦାସଙ୍କ ଗୁରୁମନ୍ତ୍ରରେ ହୋମ ଟିମ୍ ଓଡ଼ିଶା ଦୀର୍ଘ ୧୦ଦିନ ହେଲା ଅଭ୍ୟାସ କରିଥିଲା। ହୋମ ଗ୍ରାଉଣ୍ଡରେ କେଉଁ ଖେଳାଳିଙ୍କୁ କେମିତି ସୁହାଇବ, ତାହା ଓଡ଼ିଶା ଟିମକୁ ବେଶ୍‌ ଜଣା। ଏପଟେ ନଟରାଜ ବେହେରା ଦଳକୁ ଫେରିବା […]

vikash

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 05:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠରେ ଥିବା ବିକାଶ ଗ୍ରାଉଣ୍ଡ ପ୍ରସ୍ତୁତ। ରଣଜୀ ଟ୍ରଫି ସିଜିନର ପ୍ରଥମ ମ୍ୟାଚରେ ସାମ୍ନାସାମ୍ନି ହେବା ପାଇଁ ପ୍ରସ୍ତୁତ ଓଡ଼ିଶା ଏବଂ ତ୍ରିପୁରା। ଗୋବିନ୍ଦ ପୋଦ୍ଦାର ବନାମ MS ମୁରା ସିଂ। କୋଚ ଶିବସୁନ୍ଦର ଦାସଙ୍କ ଗୁରୁମନ୍ତ୍ରରେ ହୋମ ଟିମ୍ ଓଡ଼ିଶା ଦୀର୍ଘ ୧୦ଦିନ ହେଲା ଅଭ୍ୟାସ କରିଥିଲା। ହୋମ ଗ୍ରାଉଣ୍ଡରେ କେଉଁ ଖେଳାଳିଙ୍କୁ କେମିତି ସୁହାଇବ, ତାହା ଓଡ଼ିଶା ଟିମକୁ ବେଶ୍‌ ଜଣା। ଏପଟେ ନଟରାଜ ବେହେରା ଦଳକୁ ଫେରିବା ପ୍ଲସ ପଏଣ୍ଟ ହୋଇଛି। ତାଙ୍କ ସହ ସନ୍ଦିପ ପଟ୍ଟନାୟକ, ଶୁଭ୍ରାସୁଂ ସେନାପତି, ରଣଜିତ ସିଂ, ବିପ୍ଲବ ସାମନ୍ତରାୟ, ଏବଂ କ୍ୟାପଟେନ୍ ଗୋବିନ୍ଦ ପୋଦାରଙ୍କ ବ୍ୟାଟିଂ ଦଳକୁ ଶକ୍ତିଶାଳୀ କରିବ।  ସେହିପରି ବୋଲର ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ମଙ୍ଗରାଜ, ଧିରାଜ ସିଂଙ୍କ ପ୍ରଦର୍ଶନ ହିଁ ଦଳ ନିର୍ଭର କରିବ। ସ୍ଥିତି ଦେଖି ଖେଳାଳିମାନେ ଖେଳିବାକୁ କୁହାଯାଇଛି। ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି ଦଳ ଆଶା ରଖିଛି।

ସେପଟେ ତ୍ରିପୁରା ମଧ୍ୟ ଗତ ୩ତାରିଖରୁ ଭୁବନେଶ୍ୱରେ ପହଞ୍ଚି ଏହି ଗ୍ରାଉଣ୍ଡରେ ଅଭ୍ୟାସ କରୁଛି। ବର୍ଷା ଯୋଗୁଁ ତ୍ରିପୁରା ଦଳ କୋଚିଂ କ୍ୟାମ୍ପ ଅଭ୍ୟାସ କରିପାରି ନାହିଁ। କିନ୍ତୁ ଓଡ଼ିଶା ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ତ୍ରିପୁରା କ୍ୟାପଟେନ୍ ଦୃଢ ଆଶା ବାନ୍ଧିଛନ୍ତି। ଗ୍ରାଉଣ୍ଡ ଉଭୟ ବ୍ୟାଟସମ୍ୟାନ୍ ଏବଂ ବୋଲରଙ୍କୁ ସୁହାଇବ। ପ୍ରଥମ ଥର ପାଇଁ ବିକାଶ ଶିକ୍ଷାନୁଷ୍ଠାନ ଗ୍ରାଉଣ୍ଡରେ ରଣଜୀ ମ୍ୟାଚ ହେଉଥିବାରୁ ଆୟୋଜକ ବେଶ ଖୁସି ଅଛନ୍ତି।

୧୦ ବର୍ଷ ପରେ ଓଡିଶା ଓ ତ୍ରିପୁରା ମଧ୍ୟରେ ରଣଜୀ ଟ୍ରଫି ମ୍ୟାଚ ପୁଣି ଖେଳାଯାଉଛି। ପୂର୍ବରୁ ଏହି ଦୁଇ ଦଳ ମଧ୍ୟରେ ୧୯ଟି ମ୍ୟାଚ୍ ଖେଳାଯାଇଛି। ଏଥିମଧ୍ୟରୁ ୧୬ଟି ମ୍ୟାଚରେ ଓଡିଶା ବିଜୟୀ ହୋଇଥିବା ବେଳେ ୩ଟି ମ୍ୟାଚ୍ ଡ୍ର ରହିଛି।

Related story