ଆସନ୍ତାକାଲି ଭାରତୀୟ ଫୁଟ୍‌ବଲ ପାଇଁ ଐତିହାସିକ ଦିନ: ମୁମ୍ବାଇରେ ଉଦଘାଟନ ହେବ ୧୭ ବର୍ଷରୁ କମ୍ ଫୁଟବଲ୍‌ ବିଶ୍ୱକପ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନଭି ମୁମ୍ବାଇରେ ଆରମ୍ଭ ହେବ ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ୱକପ୍। ଡି.ଓ୍ୱାଇ. ପାଟିଲ ଷ୍ଟାଡିୟମରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଦୁଇ ଥରର ଚାମ୍ପିୟନ ଘାନାକୁ ଭେଟିବ କଲମ୍ବିଆ। ତେବେ ଫୁଟବଲ୍ ପ୍ରେମୀଙ୍କ ଫୋକସ୍ ରହିବ ହୋଷ୍ଟ ଟିମ୍‌ ଭାରତ ଉପରେ। କାଲି ନୂଆଦିଲ୍ଲୀରେ ଗ୍ରୁପ୍-ଏ ମ୍ୟାଚରେ ଆମେରିକାକୁ ଭେଟିବ ଭାରତୀୟ ଟିମ୍। ୧୭ ବର୍ଷରୁ କମ୍ ବିଶ୍ୱକପରେ ବିଶ୍ୱର ଶ୍ରେଷ୍ଠ ୨୪ଟି ଦଳ ମଧ୍ୟରେ ହେବ ମୁକାବିଲା। ପ୍ରମୁଖ ୬ଟି […]

605311663-dy-patil-stadium_6

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 08:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ନଭି ମୁମ୍ବାଇରେ ଆରମ୍ଭ ହେବ ୧୭ ବର୍ଷରୁ କମ୍ ଫୁଟବଲ୍ ବିଶ୍ୱକପ୍। ଡି.ଓ୍ୱାଇ. ପାଟିଲ ଷ୍ଟାଡିୟମରେ ଖେଳାଯିବ ଉଦଘାଟନୀ ମ୍ୟାଚ୍। ଦୁଇ ଥରର ଚାମ୍ପିୟନ ଘାନାକୁ ଭେଟିବ କଲମ୍ବିଆ। ତେବେ ଫୁଟବଲ୍ ପ୍ରେମୀଙ୍କ ଫୋକସ୍ ରହିବ ହୋଷ୍ଟ ଟିମ୍‌ ଭାରତ ଉପରେ। କାଲି ନୂଆଦିଲ୍ଲୀରେ ଗ୍ରୁପ୍-ଏ ମ୍ୟାଚରେ ଆମେରିକାକୁ ଭେଟିବ ଭାରତୀୟ ଟିମ୍।

୧୭ ବର୍ଷରୁ କମ୍ ବିଶ୍ୱକପରେ ବିଶ୍ୱର ଶ୍ରେଷ୍ଠ ୨୪ଟି ଦଳ ମଧ୍ୟରେ ହେବ ମୁକାବିଲା। ପ୍ରମୁଖ ୬ଟି ସହରରେ ମ୍ୟାଚଗୁଡିକ ଖେଳାଯିବ। ୨୨ ଦିନରେ ମୋଟ ୫୨ଟି ମ୍ୟାଚ ହେବ। ଏଥିପାଇଁ ସମସ୍ତ ଗ୍ରାଉଣ୍ଡକୁ ବିଶ୍ୱସ୍ତରୀୟ ଭାବେ ପ୍ରସ୍ତୁତ କରାଯାଇଛି।

୨୪ ଟି ଦଳକୁ ୬ଟି ଗ୍ରୁପରେ ବିଭକ୍ତ କରାଯାଇଛି। ଆମେରିକା, ଘାନା ଓ କଲୋମ୍ବିଆ ସହ ଭାରତ ଗ୍ରୁପ୍-ଏରେ ରହିଛି। ପ୍ରତି ଗ୍ରୁପର ସର୍ବଧିକ ପଏଣ୍ଟ ପାଇଥିବା ପ୍ରଥମ ୨ଟି ଦଳ  ନକ୍ଆଉଟ ରାଉଣ୍ଡକୁ ଉନ୍ନିତ ହେବେ।  ତେବେ ୬ଟି ଗ୍ରୁପର ତୃତୀୟ ସ୍ଥାନରେ ଥିବା ଦଳଙ୍କ ମଧ୍ୟରୁ ପଏଣ୍ଟ ଅନୁସାରେ ଶ୍ରେଷ୍ଠ ୪ଟି ଦଳ ମଧ୍ୟ କ୍ୱାର୍ଟର ଫାଇନାଲକୁ ଯିବେ। କୋଲକାତାରେ ଫାଇନାଲ ମ୍ୟାଚ ଖେଳାଯିବ।

୨୦୩୦ ସୁଦ୍ଧା ଭାରତୀୟ ସିନିୟର ଟିମ କେମିତି ବିଶ୍ୱକପ୍ ଖେଳିବ ସେଇ ଲକ୍ଷ୍ୟରେ ୧୭ ବର୍ଷରୁ କମ ଟୁର୍ଣ୍ଣାମେଣ୍ଟକୁ ଭାରତ ଆୟୋଜନ କରୁଛି। ଏହା ଯୁବ ଖେଳାଳୀଙ୍କୁ ଅନ୍ତର୍ଜାତୀୟସ୍ତରରେ ଖେଳିବାର ସୁଯୋଗ ଦେବା ସହ ଆଗାମୀ ଦିନରେ ଟିମ୍ ପ୍ରସ୍ତୁତିରେ ସହାୟକ ହେବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟ ଅବସରରେ ଭାରତୀୟ କଳା ଓ ସଂସ୍କୃତିର ଭରପୁର ଝଲକ ପାଇବେ ଦର୍ଶକ।

Related story