ଜାଣନ୍ତୁ ବିଶ୍ୱର ଟପ୍-୫ କ୍ରିକେଟ୍ ଷ୍ଟାଡିୟମର ସିଟିଂ କାପାସିଟି
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ କ୍ରିକେଟ୍ର ଲୋକପ୍ରିୟତା ବଢିବଢି ଚାଲିଛି। ବିଶ୍ୱର ଅନେକ ଦେଶ ଏବେ କ୍ରିକେଟ୍ ପ୍ରେମରେ ପଡିଯାଇଛନ୍ତି। ଇଂଲଣ୍ଡରୁ ଆରମ୍ଭ ହୋଇଥିବା ଏହି ଖେଳ ବର୍ତ୍ତମାନ ବିଭିନ୍ନ ଦେଶରେ ଏକ ଲୋକପ୍ରିୟ ଖେଳ ଭାବେ ପରିଚିତ। ତେବେ ଆପଣ ଜଣିଛନ୍ତି କି ଏହି କ୍ରିକେଟ୍ ମ୍ୟାଚ୍ ଖେଳାଯାଉଥିବା ଷ୍ଟାଡିୟମ ବିଷୟରେ। ଏମିତି କିଛି ଷ୍ଟାଡିୟମ ଅଛି ଯେଉଁଥରେ ବିଶ୍ୱର ଅନେକ ଦେଶର ସମସ୍ତ ଲୋକସଂଖ୍ୟା ଏକାଠି ବସି ବି ମ୍ୟାଚ୍ ଦେଖିପାରିବେ। ତେବେ […]
Cricvision-Jawaharlal-Nehru-International-Stadium
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିନକୁ ଦିନ କ୍ରିକେଟ୍ର ଲୋକପ୍ରିୟତା ବଢିବଢି ଚାଲିଛି। ବିଶ୍ୱର ଅନେକ ଦେଶ ଏବେ କ୍ରିକେଟ୍ ପ୍ରେମରେ ପଡିଯାଇଛନ୍ତି। ଇଂଲଣ୍ଡରୁ ଆରମ୍ଭ ହୋଇଥିବା ଏହି ଖେଳ ବର୍ତ୍ତମାନ ବିଭିନ୍ନ ଦେଶରେ ଏକ ଲୋକପ୍ରିୟ ଖେଳ ଭାବେ ପରିଚିତ। ତେବେ ଆପଣ ଜଣିଛନ୍ତି କି ଏହି କ୍ରିକେଟ୍ ମ୍ୟାଚ୍ ଖେଳାଯାଉଥିବା ଷ୍ଟାଡିୟମ ବିଷୟରେ। ଏମିତି କିଛି ଷ୍ଟାଡିୟମ ଅଛି ଯେଉଁଥରେ ବିଶ୍ୱର ଅନେକ ଦେଶର ସମସ୍ତ ଲୋକସଂଖ୍ୟା ଏକାଠି ବସି ବି ମ୍ୟାଚ୍ ଦେଖିପାରିବେ। ତେବେ ଜାଣନ୍ତୁ ବିଶ୍ୱର ଟପ୍-୫ କ୍ରିକେଟ୍ ଷ୍ଟାଡିୟମ ବିଷୟରେ।
୧-ମେଲବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ- ଅଷ୍ଟ୍ରେଲିଆରେ ଅବସ୍ଥିତ ଏହି କ୍ରିକେଟ୍ ଗ୍ରାଉଣ୍ଡ ବିଶ୍ୱର ସବୁଠୁ ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମ। ୧୮୫୩ ମସିହାରେ ଏହି ଷ୍ଟାଡିୟମ ତିଆରି ହୋଇଥିବା ବେଳେ ଏହାର କାପାସିଟି ୧ ଲକ୍ଷରୁ ସାମାନ୍ୟ ଅଧିକ।
୨-ANZ ଷ୍ଟାଡିୟମ, ସିଡ୍ନୀ- ଏହା ମଧ୍ୟ ଅଷ୍ଟ୍ରେଲିଆର ରାଜଧାନୀ ସିଡ୍ନୀ ଠାରେ ଅବସ୍ଥିତ। ୧୯୯୯ ମସିହା ଠାରୁ ଏଠାରେ ମ୍ୟାଚ୍ ଖେଳାଯାଉଛି। ଏହାର ସର୍ବାଧିକ କାପାସିଟି ରହିଛି ୮୨ହଜାର ୫ଶହ।
୩-ଜବାହାରଲାଲ ନେହରୁ ଷ୍ଟାଡିୟମ, କୋଚି- ବିଶ୍ୱର ଏହା ତୃତୀୟ ବୃହତ୍ତମ ଷ୍ଟାଡିୟମ। ଭାରତରେ ଅବସ୍ଥିତ ଏହି ଷ୍ଟାଡିୟମଟିର କାପାସିଟି ରହିଛି ୭୫ ହଜାର। ଏହି ଷ୍ଟାଡିୟମରେ ଅତ୍ୟାଧୁନିକ ଲାଇଟ୍ ବ୍ୟବସ୍ଥା କରାଯାଇଛି। ଯେଉଁ ଲାଇଟ୍ ଦ୍ୱାରା HD ଟେଲିକାଷ୍ଟ ମଧ୍ୟ ସମ୍ଭବ।
୪-ଇଡେନ ଗାର୍ଡେନ, କୋଲକାତା- ଏହି ପ୍ରସିଦ୍ଧ କ୍ରିକେଟ୍ ଷ୍ଟାଡିୟମ ଗୋଟିଏ ସମୟରେ ବିଶ୍ୱର ବୃହତ୍ତମ ଷ୍ଟାଡିୟମ ତାଲିକାରେ ଗଣାଯାଉଥିଲା। ହେଲେ ୨୦୧୧ ବିଶ୍ୱକପ ପାଇଁ ଏହି କ୍ରିକେଟ୍ ଷ୍ଟାଡିୟମର ନବୀକରଣ କରାଯିବା ଫଳରେ ଏହାର କାପାସିଟି କମାଇଦିଆଯାଇଥିଲା। ପୂର୍ବରୁ ଏହାର କାପାସିଟି ୧ଲକ୍ଷ ରହିଥିବା ବେଳେ ଏବେ ୬୬ହଜାର ୩୪୯ କାପାସିଟି ରହିଛି।
୫-ରାୟପୁର ଇଣ୍ଟରନ୍ୟାସନାଲ ଷ୍ଟାଡିୟମ- ଛତିଶଗଡ଼ ରାୟପୁର ଠାରେ ଅବସ୍ଥିତ ଏହା ଭାରତର ୩ୟ ଓ ବିଶ୍ୱର ୫ମ ବୃହତ୍ତମ କ୍ରିକେଟ୍ ଷ୍ଟାଡିୟମ। ୨୦୦୮ଠାରୁ ଏଠାରେ ମ୍ୟାଚ୍ ଖେଳାଯାଉଛି। ଏହାର କାପାସିଟି ରହିଛି ୬୫ହଜାର।