ଏହି ଖେଳାଳି ବନିଲେ ଭାରତର ତୃତୀୟ ବେଷ୍ଟ୍‌ ଫାଷ୍ଟ୍‌ ବୋଲର୍‌: ଜାଣନ୍ତୁ ଟପ୍‌-5 ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟରେ ଭାରତୀୟ ଫାଷ୍ଟ ବୋଲର ମହମଦ ସାମି ଟେଷ୍ଟ କ୍ୟାରିୟରରେ ୧୦୦ ୱିକେଟ୍‌ ପୂରଣ କରିଛନ୍ତି। ଭାରତ ପାଇଁ ସବୁଠୁ ଦୃତ ୧୦୦ ୱିକେଟ୍‌ ନେବାରେ ସେ ହେଉଛନ୍ତି ତୃତୀୟ ଫାଷ୍ଟ ବୋଲର। ଏହାସହ ସାମି ପୂର୍ବତନ ବୋଲର ଶ୍ରୀନାଥଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ସାମି ସେଞ୍ଚୁରିଆନ୍‌ ଟେଷ୍ଟର ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ କେଶବ ମହାରାଜଙ୍କ ୱିକେଟ୍‌ ନେଇ ଏହି ସଫଳତା ପାଇଛନ୍ତି। କପିଲ ଦେବ […]

03team-india

03team-india

Ordigital Desk
  • Published: Tuesday, 16 January 2018
  • Updated: 16 January 2018, 10:48 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟରେ ଭାରତୀୟ ଫାଷ୍ଟ ବୋଲର ମହମଦ ସାମି ଟେଷ୍ଟ କ୍ୟାରିୟରରେ ୧୦୦ ୱିକେଟ୍‌ ପୂରଣ କରିଛନ୍ତି। ଭାରତ ପାଇଁ ସବୁଠୁ ଦୃତ ୧୦୦ ୱିକେଟ୍‌ ନେବାରେ ସେ ହେଉଛନ୍ତି ତୃତୀୟ ଫାଷ୍ଟ ବୋଲର। ଏହାସହ ସାମି ପୂର୍ବତନ ବୋଲର ଶ୍ରୀନାଥଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। ସାମି ସେଞ୍ଚୁରିଆନ୍‌ ଟେଷ୍ଟର ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍‌ କେଶବ ମହାରାଜଙ୍କ ୱିକେଟ୍‌ ନେଇ ଏହି ସଫଳତା ପାଇଛନ୍ତି।

କପିଲ ଦେବ ମାତ୍ର ୨୫ଟି ମ୍ୟାଚ୍‌ ଖେଳି ଏହି ସଫଳତା ପାଇଛନ୍ତି। ସବୁଠୁ ଦୃତ ୧୦୦ ୱିକେଟ୍‌ ହାସଲ କରିବାର ରେକର୍ଡ ତାଙ୍କ ନାଁରେ ରହିଛି। ଏହାପରେ ଦ୍ୱିତୀୟ ବୋଲର ଭାବେ ଇର୍ଫାନ୍‌ ପଠାନ୍‌ ୨୮ଟି ମ୍ୟାଚ୍‌ରେ ୧୦୦ ୱିକେଟ୍‌ ନେଇଥିଲେ। ତୃତୀୟ ବୋଲର ଭାବେ ସେଞ୍ଚୁରିଆନରେ ସାମି ୨୯ତମ ମ୍ୟାଚ୍‌ରେ ଏହି ସଫଳତା ପାଇଛନ୍ତି। ଏହି ତାଲିକାରେ ୪ର୍ଥ ସ୍ଥାନରେ ଅଛନ୍ତି ଶ୍ରୀନାଥ। ସେ ୩୦ଟି ମ୍ୟାଚ୍‌ରେ ୧୦୦ ୱିକେଟ୍‌ ହାସଲ କରିଥିଲେ। ୫ମରେ ଇଶାନ୍ତ ଶର୍ମା ଅଛନ୍ତି। ସେ ୩୩ଟି ମ୍ୟାଚ୍‌ରେ ୧୦୦ ୱିକେଟ୍‌ ପୂରଣ କରିଛନ୍ତି।

ଦ୍ୱିତୀୟ ଟେଷ୍ଟର ପ୍ରଥମ ଇଂନିସରେ ଦକ୍ଷିଣ ଆଫ୍ରିକା ୩୩୫ରନରେ ଆଲ୍‌ଆଉଟ୍‌ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନର୍ ମାର୍କରମ୍‌ ୯୪, ଆମ୍‌ଲା ୮୨ ଓ ଡୁପ୍ଲେସି ୬୩ରନର ପାଳି ଖେଳିଥିଲେ। ଭରାତ ପକ୍ଷରୁ ଅଶ୍ୱିନ ୪ଟି, ଇଶାନ୍ତ ଶର୍ମା ୩ ଓ ସାମି ଗୋଟିଏ ୱିକେଟ୍‌ ନେଇଥିଲେ। ଦକ୍ଷିଣ ଆଫ୍ରିକା ୩୩୫ରନର ଜବାବରେ ଭାରତ ପ୍ରଥମ ପାଳିରେ ୩୦୭ରନରେ କରିପାରିଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ୧୫୩ ରନ ଏକ ବିଶାଳ ପାଳି ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos