ଫିଫା ବିଶ୍ୱକପ: ସବଳଙ୍କ ଉପରେ ଭାରି ପଡ଼ିଲେ ଦୁର୍ବଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୁଟବଲ ଏକ ଅନିଶ୍ଚିତତାର ଖେଳ, ଏହା ପୁଣି ଥରେ ପ୍ରମାଣିତ ହୋଇଛି। ଚଳିତ ବିଶ୍ୱକପରେ ଉଚ୍ଚ ମାନ୍ୟତା ପ୍ରାପ୍ତ ଟିମ୍ ହାରି ବିଦାୟ ନେଇଛନ୍ତି ବିଶ୍ୱକପରୁ। ଦୁର୍ବଳ ପ୍ରତିଦ୍ୱନ୍ଦ୍ୱି ଭାରି ପଡିଛନ୍ତି ଶକ୍ତିଶାଳୀ ଟିମ୍‌ ଉପରେ। ଚଳିତ ବିଶ୍ୱକପରେ ଜର୍ମାନୀ, ପର୍ତ୍ତୁଗାଲ, ଆର୍ଜେଣ୍ଟିନା, ସ୍ପେନ, ଡେନମାର୍କ ଏବଂ ପୋଲାଣ୍ଡ ବିଶ୍ୱକପରୁ ବିଦାୟ ନେଇଛନ୍ତି। ଗତକାଲି ସ୍ୱିଡେନ ଠାରୁ ୧-୦ ଗୋଲରେ ପରାସ୍ତ ହେବା ପରେ ଏବେ ଏହି ଦୌଡରେ ସାମିଲ ହୋଇଛି ସ୍ୱିଜରଲାଣ୍ଡ। ଫିକା […]

ggggg

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 05:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୁଟବଲ ଏକ ଅନିଶ୍ଚିତତାର ଖେଳ, ଏହା ପୁଣି ଥରେ ପ୍ରମାଣିତ ହୋଇଛି। ଚଳିତ ବିଶ୍ୱକପରେ ଉଚ୍ଚ ମାନ୍ୟତା ପ୍ରାପ୍ତ ଟିମ୍ ହାରି ବିଦାୟ ନେଇଛନ୍ତି ବିଶ୍ୱକପରୁ। ଦୁର୍ବଳ ପ୍ରତିଦ୍ୱନ୍ଦ୍ୱି ଭାରି ପଡିଛନ୍ତି ଶକ୍ତିଶାଳୀ ଟିମ୍‌ ଉପରେ। ଚଳିତ ବିଶ୍ୱକପରେ ଜର୍ମାନୀ, ପର୍ତ୍ତୁଗାଲ, ଆର୍ଜେଣ୍ଟିନା, ସ୍ପେନ, ଡେନମାର୍କ ଏବଂ ପୋଲାଣ୍ଡ ବିଶ୍ୱକପରୁ ବିଦାୟ ନେଇଛନ୍ତି। ଗତକାଲି ସ୍ୱିଡେନ ଠାରୁ ୧-୦ ଗୋଲରେ ପରାସ୍ତ ହେବା ପରେ ଏବେ ଏହି ଦୌଡରେ ସାମିଲ ହୋଇଛି ସ୍ୱିଜରଲାଣ୍ଡ।

ଫିକା ପଡିଲା ଫିଫା ରାଙ୍କିଙ୍ଗ୍। ବିଗ୍ ଫାଇଟରେ ଆଣ୍ଠେଇଲେ ଟପ୍ ରାଙ୍କ୍ ଟିମ୍।  ପର୍ତ୍ତୁଗାଲ, ଆର୍ଜେଣ୍ଟିନା, ସ୍ପେନ, ଡେନମାର୍କ ପରେ ଏବେ ସ୍ୱିଜରଲାଣ୍ଡ ବି ବିଦା ହେଲା। ଫେଭରିଟ୍ ଦଳ ଏବେ ବିଶ୍ୱକପରୁ ବାଦ୍,  ସେ ବି ପୁଣି ଫିଫା ରାଙ୍କିଙ୍ଗର ବହୁ ତଳେ ଥିବା ଦଳଠାରୁ ହାରି। ପୂର୍ବରୁ ଫିଫା ରାଙ୍କିଙ୍ଗର ର୍ଶୀଷରେ ଥିବା ଜର୍ମାନୀ ପ୍ରଥମ ରାଉଣ୍ଡରୁ ବାଦ ପଡିଥିଲା।  ପୁଣି ଥରେ ପ୍ରମାଣିତ ହୋଇଛି ଫୁଟବଲ ମ୍ୟାଚ୍, ପ୍ରତିଷ୍ଠାରେ ନୁହେଁ କରେଣ୍ଟ ଫର୍ମରେ ଜିତାଯାଏ। ଶକ୍ତିଶାଳୀ ଦଳ ହେଲେ ମଧ୍ୟ ୯୦ ମିନିଟରେ ପ୍ରମାଣିତ ହୁଏ ମ୍ୟାଚ୍ କାହାର। ତେବେ ଟପ୍ ଟେନ୍ ରାଙ୍କରୁ ମାତ୍ର ଦୁଇଟି ଦଳ ବ୍ରାଜଲ୍ ଓ ବେଲିଜିୟମ୍ ବିଶ୍ୱକପ ନକ୍ଆଉଟ ଦୌଡରେ ଏବେବି ରହିଛନ୍ତି।

ଜର୍ମାନୀ ଟପ୍ ରାଙ୍କରେ ଥିବା ବେଳେ ୪ ନମ୍ବର ସ୍ଥାନରେ ପର୍ତ୍ତୁଗାଲ, ୫ ନମ୍ବରରେ ଆର୍ଜେଣ୍ଟିନା, ଷଷ୍ଠ ସ୍ଥାନରେ ସ୍ୱିଜରଲାଣ୍ଡ ଏବଂ ଦଶମ ସ୍ଥାନରେ ରହିଛି ସ୍ପେନ୍।  ବିଶ୍ୱକପ ପୂର୍ବରୁ ଏମାନେ ଭଲ ପ୍ରଦର୍ଶନ ବି କରିଥିଲେ। ହେଲେ ଗୋଟିଏ ମ୍ୟାଚର ଫଳାଫଳ ବଦଳେଇ ଦେଲା ମୋଡ। ୯୦ ମିନିଟରେ ଭାରି ପଡିଲେ ଦୁର୍ବଳ। ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଦା କଲେ ଟପ୍ ରାଙ୍କ ଟିମକୁ। ନକ୍ ଆଉଟରୁ କିକ୍ ଆଉଟ ହେଲେ ଶକ୍ତିଶଳୀ ଟିମ୍‌, ବାଦ୍ ପଡିଲେ ଟ୍ରଫି ଦୌଡରୁ। କେବଳ ଯେ ଟ୍ରଫି ଦୌଡରୁ ବାଦ୍ ପଡିନାହାଁନ୍ତି, ୪ ବର୍ଷର ସ୍ୱିପ୍ନ ମାଟିରେ ମିଶିଯାଇଛି। ପୂର୍ବରୁ ଟପ୍ ୨୦ ରାଙ୍କରେ ଥିବା ପୋଲାଣ୍ଡ, ପେରୁ ପ୍ରଥମ ରାଉଣ୍ଡରୁ ବାଦ୍ ପଡିଛନ୍ତି।

ଜାପାନ ଫିଫା ମାନ୍ୟତାର ୬୧ ତମ ସ୍ଥାନରେ ରହିଛି। ହେଲେ ପ୍ରି-କ୍ୱାର୍ଟର ପର୍ଯ୍ୟାୟରେ ତୃତୀୟ ମାନ୍ୟତା ପାପ୍ତ ବେଲଜିୟମକୁ ପାଣି ପିଆଇ ଦେଇଥିଲା ଜାପାନ। ପ୍ରଥମରୁ ଆଟାକ୍ କରି ୨ ଟି ଗୋଲ କରିଥିଲା। ହେଲେ ପରବର୍ତ୍ତୀ ରାଉଣ୍ଡରେ ୩ ଟି ଗୋଲ କରିବା ସହ କ୍ୱାର୍ଟରରେ ପ୍ରବେଶ କରିଥିଲା ବେଲଜିୟମ୍।  ଏହି ଏସୀୟ ରାଷ୍ଟ୍ରକୁ ହରାଇବା ପାଇଁ ବେଲଜିୟମକୁ ବେଶ୍‌ ଝାଳ ବୁହାଇବାକୁ ପଡିଥିଲା।

Related story