ସବୁଠୁ କମ୍‌ ବୟସରେ ଡେବ୍ୟୁ କରିଥିବା କ୍ରିକେଟର୍‌ଙ୍କ ତାଲିକାରେ ଅଛନ୍ତି ଅନେକ ମହାନାୟକ: ୨୮ ବର୍ଷର ରେକର୍ଡ ଅତୁଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷରେ ୧୩ ଡିସେମ୍ବରକୁ ମୋହାଲିରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ପକ୍ଷରୁ ୱାସିଙ୍ଗଟନ୍‌ ସୁନ୍ଦର ଡେବ୍ୟୁ କରିଥିଲେ। ସେ ମାତ୍ର ୧୮ ବର୍ଷ ୬୯ ଦିନ ବୟସରେ ଭାରତୀୟ ଦଳ ପକ୍ଷରୁ ସେ ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାରେ ସୁଯୋଗ ପାଇଛନ୍ତି। ଏହାସହ ୱାସିଙ୍ଗଟନ୍‌ ସୁନ୍ଦର ଟିମ୍‌ ଇଣ୍ଡିଆ ପାଇଁ ସବୁଠୁ କମ ବୟସରେ ଖେଳ ଆରମ୍ଭ କରିଥିବା କ୍ରିକେଟରଙ୍କ ତାଲିକାରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ୨୮ […]

cricket

Rakesh Mallick
  • Published: Saturday, 16 December 2017
  • , Updated: 16 December 2017, 06:02 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ବିପକ୍ଷରେ ୧୩ ଡିସେମ୍ବରକୁ ମୋହାଲିରେ ଖେଳାଯାଇଥିବା ସିରିଜର ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତ ପକ୍ଷରୁ ୱାସିଙ୍ଗଟନ୍‌ ସୁନ୍ଦର ଡେବ୍ୟୁ କରିଥିଲେ। ସେ ମାତ୍ର ୧୮ ବର୍ଷ ୬୯ ଦିନ ବୟସରେ ଭାରତୀୟ ଦଳ ପକ୍ଷରୁ ସେ ତାଙ୍କର ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାରେ ସୁଯୋଗ ପାଇଛନ୍ତି। ଏହାସହ ୱାସିଙ୍ଗଟନ୍‌ ସୁନ୍ଦର ଟିମ୍‌ ଇଣ୍ଡିଆ ପାଇଁ ସବୁଠୁ କମ ବୟସରେ ଖେଳ ଆରମ୍ଭ କରିଥିବା କ୍ରିକେଟରଙ୍କ ତାଲିକାରେ ସପ୍ତମ ସ୍ଥାନ ଅଧିକାର କରିଛନ୍ତି। ୨୮ ବର୍ଷ ତଳେ ଭାରତୀୟ ଦଳରେ ସବୁଠୁ କମ ବୟସର ଏମିତି ଜଣେ ପ୍ଲେୟାର ଡେବ୍ୟୁ କରିଥିଲେ, ଏହି ରେକର୍ଡ ଆଜି ଯାଏଁ କେହି ଭାଙ୍ଗି ପାରିନାହାଁନ୍ତି। ଏବଂ ଏହି ତାଲିକାରେ ୧୦ମ ସ୍ଥାନରେ ଅଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ। ଯୁବରାଜ ୨୦୦୦ ମସିହା ଅକ୍ଟୋବର ମାସରେ ଡେବ୍ୟୁ କରିଥିଲେ।

୧-ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକର ୧୯୮୯ମସିହା ଡିସେମ୍ବର ମାସରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ। ଏହି ସମୟରେ ସେ ମାତ୍ର ୧୬ ବର୍ଷ ୨୩୮ଦିନରେ ହୋଇଥିଲେ।

୨-ଦ୍ୱିତୀୟ ସ୍ଥାନରେ ମନିନ୍ଦର ସିଂ ଅଛନ୍ତି। ସେ ୧୭ ବର୍ଷ ୨୨୨ ଦିନରେ ହୋଇଥିବା ବେଳେ ଭାରତ ପକ୍ଷରୁ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ।

୩-ହରଭଜନ ସିଂ ଏହି ତାଲିକାରେ ୩ୟ ନମ୍ବରରେ ଅଛନ୍ତି। ସେ ୧୯୯୮ ମସିହା ଏପ୍ରିଲ ମାସରେ ଡେବ୍ୟୁକରିଥିଲେ। ସେତେବେଳେ ସେ ୧୭ ବର୍ଷ ୨୮୮ ଦିନରେ ହୋଇଥିଲେ।

୪-୪ର୍ଥ ସ୍ଥାନରେ ଅଛନ୍ତି ପାର୍ଥୀ ପଟେଲ। ସେ ଜାନୁଆରି ୨୦୦୩ ବିଶ୍ୱକପରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ। ସେତେବେଳେ ସେ ୧୭ ବର୍ଷ ୩୦୧ ଦିନରେ ହୋଇଥିଲେ।

୫-ଲକ୍ଷ୍ମୀ ଶୁକ୍ଲା ମାର୍ଚ୍ଚ ୧୯୯୯ ମସିହାରେ ଡେବ୍ୟୁ କରିଥିଲେ। ସେତେବେଳେ ସେ ୧୭ ବର୍ଷ ୩୨୦ ଦିନରେ ହୋଇଥିଲେ।

୬-ଚେତନ ଶର୍ମା ଡିସେମ୍ବର ୧୯୮୩ ମସିହାରେ ଡେବ୍ୟୁ କରିଥିଲେ।ସେତେବେଳେ ସେ ମାତ୍ର ୧୭ ବର୍ଷ ୩୮୮ଦିନରେ ହୋଇଥିଲେ।

୭- ୱାସିଙ୍ଗଟନ୍‌ ସୁନ୍ଦରଙ୍କୁ ଆପଣ ଜାଣିଥିବେ। ୧୮ ବର୍ଷ ୬୯ ଦିନ ବୟସରେ ସେ ଶ୍ରୀଲଙ୍କା ବିପକ୍ଷରେ ୨୦୧୭ ଡିସେମ୍ବର ଦିନ ମୋହାଲିରେ ଡେବ୍ୟୁ କରିଥିଲେ।

୮-ପୀୟୁଷ ଚାୱାଲା ମେ ମାସ୨୦୦୭ ମସିହାରେ ଡେବ୍ୟୁ କରିଥିଲେ। ସେତେବେଳେ ସେ ମାତ୍ର ୧୮ ବର୍ଷ ୧୩୯ ଦିନରେ ହୋଇଥିଲେ।

୯-ସୁରେଶ ରାଇନା ଜୁଲାଇ ମାସ ୨୦୦୫ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ। ସେତେବେଳେ ସେ ମାତ୍ର ୧୮ ବର୍ଷ ୨୪୫ ଦିନରେ ହୋଇଥିଲେ।

୧୦-ତାଲିକାର ୧୦ମ ସ୍ଥାନରେ ଯୁବରାଜ ସିଂ ଅଛନ୍ତି। ସେ ତାଙ୍କର ଡେବ୍ୟୁ ମ୍ୟାଚ୍‌ ଅକ୍ଟୋବର ମାସରେ ଖେଳିଥିଲେ। ସେତେବେଳେ ସେ ୧୮ ବର୍ଷ ୨୯୬ ଦିନରେ ହୋଇଥିଲେ।

https://www.youtube.com/watch?v=wyBg_YTiq0g

Related story