ମନ୍ଧାନାଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଟ୍ରେଲବ୍ଲେଜର୍ସ ୧୧୮/୮

ଶାରଜା: ଚଳିତ ମହିଳା ଟି-୨୦ ଚ୍ୟାଲେଞ୍ଜ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଟ୍ରେଲବ୍ଲେଜର୍ସ ଓ ସୁପରନୋଭାସ୍। ଟାଇଟଲ୍ ଲଢ଼େଇରେ ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଲବ୍ଲେଜର୍ସ ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୧୮ ରନ୍ କରିଛି। ମନ୍ଧାନା ସର୍ବାଧିକ ୬୮ (୪୯ ବଲ୍, ୫ ଚୌକା, ୩ ଛକା) ରନ୍ କରିଛନ୍ତି। ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସୁପରନୋଭାସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। […]

women

Ranjit Kumar Jena
  • Published: Monday, 09 November 2020
  • , Updated: 09 November 2020, 10:12 PM IST

ଶାରଜା: ଚଳିତ ମହିଳା ଟି-୨୦ ଚ୍ୟାଲେଞ୍ଜ ଫାଇନାଲରେ ମୁହାଁମୁହିଁ ହୋଇଛନ୍ତି ଟ୍ରେଲବ୍ଲେଜର୍ସ ଓ ସୁପରନୋଭାସ୍। ଟାଇଟଲ୍ ଲଢ଼େଇରେ ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଲବ୍ଲେଜର୍ସ ସ୍ମୃତି ମନ୍ଧାନାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୧୮ ରନ୍ କରିଛି। ମନ୍ଧାନା ସର୍ବାଧିକ ୬୮ (୪୯ ବଲ୍, ୫ ଚୌକା, ୩ ଛକା) ରନ୍ କରିଛନ୍ତି।

ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସୁପରନୋଭାସ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଟ୍ରେଲବ୍ଲେଜର୍ସର ଦୁଇ ଓପ୍ନର ଡିଣ୍ଡ୍ରା ଡଟିନ୍ ଓ ମନ୍ଧାନା ପ୍ରଥମ ୱିକେଟ୍‌ ପାଇଁ ୭୧ ରନର ପାର୍ଟନରଶିପ୍ କରିଥିଲେ। କିନ୍ତୁ ଦୁହିଁଙ୍କ ଯୋଡ଼ି ଭାଙ୍ଗିବା ପରେ ଟ୍ରେଲବ୍ଲେଜର୍ସର ବ୍ୟାଟିଂ ଲାଇନ୍ ଭୁଶୁଡ଼ି ଯାଇଥିଲା। ଡଟିନ୍ ୨୦ ରନ୍ କରି ଆଉଟ୍ ହୋଇଥିଲେ।

ମିଡିଲ୍ ଅର୍ଡରରେ ରିଚା ଘୋଷ (୧୦), ଦୀପ୍ତି ଶର୍ମା (୯), ହର୍ଲୀନ୍ ଦେଓଲ (୪), ସୋଫି ଇକ୍ଲେଷ୍ଟୋନ (୧) ନିରାଶ କରିଥିଲେ। ସୁପରନୋଭାସର ରାଧା ଯାଦବ ମାତ୍ର ୧୬ ରନ୍ ଦେଇ ସର୍ବାଧିକ ୫ଟି ୱିକେଟ୍‌ ନେଇଥିବା ବେଳେ ପୁନମ ଯାଦବ ଓ ଶଶୀକଳା ସିରିବର୍ଦ୍ଧନେ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Related story