ଆଇପିଏଲ: ଜଣେ ନୁହେଁ ଦୁଇ ଜଣ କ୍ରିକେଟରଙ୍କୁ କରୋନା

ନୂଆଦିଲ୍ଲୀ: ଆଇପିଏଲର ୧୩ତମ ସଂସ୍କରଣରେ ଭାଗ ନେବାକୁ ଦୁବାଇ ଯାଇଥିବା ୧୩ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ଆଜି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତକାଲି ଚେନ୍ନାଇ ସୁପରକିଙ୍ଗସର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ ଜଣ ସଦସ୍ୟ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଥିବା ଖବର ପ୍ରକାଶ ପାଇଥିଲା। ଏହା ଉପରେ ପ୍ରତିକ୍ରିୟା ଦେଇ ବିସିସିଆଇ କହିଛି ଯେ ଦୁଇ କ୍ରିକେଟରଙ୍କ ସମେତ ୧୩ ଜଣ ସଦସ୍ୟଙ୍କୁ କରୋନା ହୋଇଛି। ଏମାନଙ୍କ ମଧ୍ୟରେ ଭାରତ […]

cdc

Hemant Lenka
  • Published: Saturday, 29 August 2020
  • , Updated: 29 August 2020, 04:03 PM IST

ନୂଆଦିଲ୍ଲୀ: ଆଇପିଏଲର ୧୩ତମ ସଂସ୍କରଣରେ ଭାଗ ନେବାକୁ ଦୁବାଇ ଯାଇଥିବା ୧୩ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଥିବା ଆଜି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗତକାଲି ଚେନ୍ନାଇ ସୁପରକିଙ୍ଗସର ଜଣେ ଦ୍ରୁତ ବୋଲରଙ୍କ ସମେତ ୧୩ ଜଣ ସଦସ୍ୟ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଥିବା ଖବର ପ୍ରକାଶ ପାଇଥିଲା।

ଏହା ଉପରେ ପ୍ରତିକ୍ରିୟା ଦେଇ ବିସିସିଆଇ କହିଛି ଯେ ଦୁଇ କ୍ରିକେଟରଙ୍କ ସମେତ ୧୩ ଜଣ ସଦସ୍ୟଙ୍କୁ କରୋନା ହୋଇଛି। ଏମାନଙ୍କ ମଧ୍ୟରେ ଭାରତ ପାଇଁ ଖେଳୁଥିବା ଜଣେ ଦ୍ରୁତ ବୋଲର ରହିଛନ୍ତି। ସେହିପରି ଆଉ ଜଣେ କ୍ରୀଡ଼ାବୀତ ହେଲେ ଇଣ୍ଡିଆ ଏ ପାଇଁ ଖେଳୁଥିବା ଟପ ଅର୍ଡର ବ୍ୟାଟସମ୍ୟାନ। ତେବେ ବୋର୍ଡ ପକ୍ଷରୁ ସେମାନଙ୍କ ନାଁ ସାର୍ବଜନୀନ କରାଯାଇନାହିଁ। ଉଭୟ ଖେଳାଳି ଚେନ୍ନାଇ ସୁପର କିଙ୍ଗସର ବୋଲି ଜଣାପଡ଼ିଛି।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ଗତକାଲି ଦ୍ରୁତ ବୋଲର ଦୀପକ ଚହର କରୋନାରେ ଆକ୍ରାନ୍ତ ହୋଇଥିଲେ। ଆଜି ଦ୍ୱିତୀୟ ଖେଳାଳି ଭାବେ ଋତୁରାଜ ଗାଏକ୍ୱାଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

୧୩ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ହେଁ ସେମାନେ ଲକ୍ଷଣ ବହିନୀ ରହିଛନ୍ତି। ସେମାନଙ୍କୁ ଅନ୍ୟମାନଙ୍କ ଠାରୁ ପୃଥକ କରି ରଖାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଆଇପିଏଲ ମେଡିକାଲ ଟିମ ନଜର ରଖିଛି। ଅଗଷ୍ଟ ୨୦ରୁ ୨୮ ମଧ୍ୟରେ ମୋଟ ୧୯୮୮ଟି ଆରଟି-ପିସିଆର ଟେଷ୍ଟ କରାଯାଇଛି। କରୋନା ଟେଷ୍ଟର ସମ୍ମୁଖୀନ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଖେଳାଳି, ସର୍ପୋଟ ଷ୍ଟାଫ ଓ ଅଫିସିଆଲ ରହିଛନ୍ତି।

ଯେଉଁମାନଙ୍କର ରିପୋର୍ଟ ପଜିଟିଭ ଆସିଛି, ସେମାନେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ। ଏହାପରେ ୨ ଥର ସେମାନଙ୍କର ଆରଟି-ପିସିଆରରେ କରୋନା ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ ଆସିଲେ, ତାଙ୍କୁ ଦଳ ସହ ସାମିଲ ହେବାକୁ ଅନୁମତି ମିଳିବ ବୋଲି ବିସିସିଆଇ କହିଛି।

Related story