ୟୁ-୧୯ ବିଶ୍ୱକପ୍: ଆସନ୍ତାକାଲି ସେମିରେ ଶ୍ରୀଲଙ୍କାକୁ ଭେଟିବ ଭାରତ

ମୀରପୁର: ବାଂଲାଦେଶର ଶେର-ଇ-ବାଂଲା ଷ୍ଟାଡିୟମ୍‌ରେ ଆସନ୍ତାକାଲି  ୟୁ-୧୯ ସେମିଫାଇନାଲରେ ତିନି ଥରର ଚାମ୍ପିଅନ୍ ଭାରତ ଭେଟିବ ଶ୍ରୀଲଙ୍କାକୁ। ଗ୍ରୁପ-ଡିରେ ନେପାଳ, ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡକୁ ପରାଜିତ କରିଛି ଶକ୍ତିଶାଳୀ ଭାରତ। ଶେଷ ମ୍ୟାଚ୍‌ରେ ନାମିବିୟାକୁ ୧୯୭ ରନ୍‌ରେ ପରାଜିତ କରି ଭାରତ ସେମି ଫାଇନାଲରେ ପ୍ରବେଶ କରିଛି। ଭାରତ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ ଜାରି ରଖିଥିବାରୁ ଲାଗତାର ଭାବେ ବିଜୟୀ ହୋଇଛି। ଏହାକୁ ଭିତ୍ତି କରି ଦଳ ଶ୍ରୀଲଙ୍କା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଭାରତୀୟ […]

india-u-19-worldcup

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 11:00 AM IST

ମୀରପୁର: ବାଂଲାଦେଶର ଶେର-ଇ-ବାଂଲା ଷ୍ଟାଡିୟମ୍‌ରେ ଆସନ୍ତାକାଲି  ୟୁ-୧୯ ସେମିଫାଇନାଲରେ ତିନି ଥରର ଚାମ୍ପିଅନ୍ ଭାରତ ଭେଟିବ ଶ୍ରୀଲଙ୍କାକୁ।

ଗ୍ରୁପ-ଡିରେ ନେପାଳ, ନ୍ୟୁଜିଲାଣ୍ଡ ଓ ଆୟରଲାଣ୍ଡକୁ ପରାଜିତ କରିଛି ଶକ୍ତିଶାଳୀ ଭାରତ। ଶେଷ ମ୍ୟାଚ୍‌ରେ ନାମିବିୟାକୁ ୧୯୭ ରନ୍‌ରେ ପରାଜିତ କରି ଭାରତ ସେମି ଫାଇନାଲରେ ପ୍ରବେଶ କରିଛି।

ଭାରତ ବ୍ୟାଟିଂ ଓ ବୋଲିଂରେ ଭଲ ପ୍ରଦର୍ଶନ ଜାରି ରଖିଥିବାରୁ ଲାଗତାର ଭାବେ ବିଜୟୀ ହୋଇଛି। ଏହାକୁ ଭିତ୍ତି କରି ଦଳ ଶ୍ରୀଲଙ୍କା ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଭାରତୀୟ ଦଳର ଅଧିନାୟକ ରିଷଭ ପନ୍ତ ଓ ସରଫରାଜ ଖାଁ ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଯଥାକ୍ରମେ ୨୫୨ ଓ ୨୪୫ ରନ୍ କରିଛନ୍ତି। ସେହିପରି ଅମନ ଜାଫର ଓ ମହିପାଲ୍ ଲୋମରୋର୍ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି। ଅଭେଶ ଖାନ୍ ବର୍ତ୍ତମାନ ସୁଦ୍ଧା ୯ଟି ୱିକେଟ୍ ନେଇ ସାରି ଥିବା ବେଳେ ମହିପାଲ୍ ଓ ମୟଙ୍କ ଡଗର ଯଥାକ୍ରମେ ୭ଟି ଓ ୫ଟି ୱିକେଟ୍ ନେଇଛନ୍ତି। ତେଣୁ ଫାଇନାଲ୍‌କୁ ଯିବାକୁ ଭାରତ ଏମାନଙ୍କ ଉପରେ ନିର୍ଭର କରିବ।  ଅନ୍ୟପକ୍ଷରେ ଶ୍ରୀଲଙ୍କା ମଧ୍ୟ ଭାରତକୁ ମାତ୍‌ ଦେବାକୁ ସ୍ୱତନ୍ତ୍ର ରଣନୀତି ନେଇ ପଡ଼ିଆକୁ ଓହ୍ଲାଇବ।

Related story