ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା, ଉମେଶ ଯାଦବ ଆଉଟ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି। ଏବେ ଟିମର ଷ୍ଟାର୍ ପେସ୍ ବୋଲର ଉମେଶ ଯାଦବ ଅଷ୍ଟ୍ରେଲିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ଅର୍ଥାତ୍ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଦୁଇଟି ମୁକାବିଲାରେ ଉମେଶ ଖେଳିବେ ନାହିଁ। ୩୩ ବର୍ଷୀୟ ଉମେଶ ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟେଷ୍ଟର ତୃତୀୟ ଦିନରେ ପେଣ୍ଡାର ମାଂସପେଶୀ ଟାଣି ହୋଇଯାଇଥିଲା, ଯେଉଁକାରଣରୁ ତାଙ୍କୁ ମଇଦାନ ଛାଡ଼ିବାକୁ ପଡ଼ିଥିଲା। ଉମେଶ ମେଲବର୍ଣ୍ଣ ଟେଷ୍ଟର ପ୍ରଥମ […]

umesh

Ranjit Kumar Jena
  • Published: Thursday, 31 December 2020
  • , Updated: 31 December 2020, 02:24 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି। ଏବେ ଟିମର ଷ୍ଟାର୍ ପେସ୍ ବୋଲର ଉମେଶ ଯାଦବ ଅଷ୍ଟ୍ରେଲିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ଅର୍ଥାତ୍ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ଦୁଇଟି ମୁକାବିଲାରେ ଉମେଶ ଖେଳିବେ ନାହିଁ। ୩୩ ବର୍ଷୀୟ ଉମେଶ ଅଷ୍ଟ୍ରେଲିଆ ବିପକ୍ଷ ୨ୟ ଟେଷ୍ଟର ତୃତୀୟ ଦିନରେ ପେଣ୍ଡାର ମାଂସପେଶୀ ଟାଣି ହୋଇଯାଇଥିଲା, ଯେଉଁକାରଣରୁ ତାଙ୍କୁ ମଇଦାନ ଛାଡ଼ିବାକୁ ପଡ଼ିଥିଲା।

ଉମେଶ ମେଲବର୍ଣ୍ଣ ଟେଷ୍ଟର ପ୍ରଥମ ଇନିଂସରେ ଦମଦାର ବୋଲିଂ କରି ୩ଟି ୱିକେଟ୍ ନେଇଥିଲେ। ୨ୟ ଇନିଂସରେ ସେ ଘରୋଇ ଦଳର ଓପ୍ନର ଜୋ ବର୍ନସଙ୍କୁ ଆଉଟ୍ କରି ପ୍ରାରମ୍ଭିକ ସଫଳତା ପାଇଥିଲେ। କିନ୍ତୁ ଇନିଂସରେ ମାତ୍ର ୨୧ ବଲ୍ ପକାଇବା ପରେ ତାଙ୍କୁ ଆଘାତ ଲାଗିଥିଲା। ଏହା ପରେ ସେ ଆଉ ବୋଲିଂ କରିବାକୁ ଆସିନଥିଲେ।

ଉମେଶଙ୍କ ପୂର୍ବରୁ ମହମ୍ମଦ ଶାମି ଓ ଈଶାନ୍ତ ଶର୍ମା ମଧ୍ୟ ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ଏବେ ଉମେଶଙ୍କ ବାଦ୍ ପଡ଼ିବା ଦ୍ୱାରା ଭାରତର ସମସ୍ୟା ବଢ଼ିଯାଇଛି। ଶାମି ଆଡିଲେଡ୍ ଟେଷ୍ଟର ୨ୟ ଇନିଂସରେ ବ୍ୟାଟିଂ କରୁଥିବା ବେଳେ ଆଘାତପ୍ରାପ୍ତ ହୋଇଥିଲେ। ଯେଉଁକାରଣରୁ ସେ ବୋଲିଂ କରିବାକୁ ଓହ୍ଲାଇନଥିଲେ। ସେହିପରି ଆଇପିଏଲରେ ଆହତ ହୋଇଥିବା ଈଶାନ୍ତ ପୂରା ଅଷ୍ଟ୍ରେଲିଆ ଗସ୍ତରୁ ବାଦ୍ ପଡ଼ିଛନ୍ତି।

Related story