ଗତ ଆଇପିଏଲରେ ଏହି ଷ୍ଟାର କ୍ରିକେଟର୍‌ଙ୍କୁ କେହି କିଣି ନଥିଲେ: ତଥାବି ଏଥର ବେସ୍‌ ପ୍ରାଇସ୍‌ ଆକାଶ ଛୁଆଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ସିଜିନ ୧୧ ପାଇଁ ଆସନ୍ତା ୨୭ ଓ ୨୮ ତାରିଖ ନିଲାମୀ ହେବ। ନିଲାମୀରେ ଅନେକ ଏମିତି କ୍ରିକେଟର୍‌ ଅଛନ୍ତି ଯେଉଁମାନଙ୍କୁ ପୂର୍ବ ବର୍ଷ କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲା। ଏହାପରେ ବି ଏହି କ୍ରିକେଟରଙ୍କ ମଧ୍ୟରୁ ଅନେକ ନିଜର ବେସ୍‌ ପ୍ରାଇସ୍‌ ବଢାଇଥିବା ବେଳେ କିଛି କ୍ରିକେଟର୍‌ ପୂର୍ବ ବର୍ଷର ବେସ୍‌ ପ୍ରାଇସ୍‌ ଯାହା ରହିଥିଲା ଏବର୍ଷ ସେତିକି ରଖିଛନ୍ତି। ଏହି ଲିଷ୍ଟରେ ସବୁଠୁ ଆଗରେ ଅଛନ୍ତି ଚେତେଶ୍ୱର ପୂଜାରା। ୨୦୧୭ ନିଲାମୀରେ […]

22iplpunjab-hyderabad1

22iplpunjab-hyderabad1

Ordigital Desk
  • Published: Friday, 26 January 2018
  • Updated: 26 January 2018, 10:25 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ସିଜିନ ୧୧ ପାଇଁ ଆସନ୍ତା ୨୭ ଓ ୨୮ ତାରିଖ ନିଲାମୀ ହେବ। ନିଲାମୀରେ ଅନେକ ଏମିତି କ୍ରିକେଟର୍‌ ଅଛନ୍ତି ଯେଉଁମାନଙ୍କୁ ପୂର୍ବ ବର୍ଷ କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲା। ଏହାପରେ ବି ଏହି କ୍ରିକେଟରଙ୍କ ମଧ୍ୟରୁ ଅନେକ ନିଜର ବେସ୍‌ ପ୍ରାଇସ୍‌ ବଢାଇଥିବା ବେଳେ କିଛି କ୍ରିକେଟର୍‌ ପୂର୍ବ ବର୍ଷର ବେସ୍‌ ପ୍ରାଇସ୍‌ ଯାହା ରହିଥିଲା ଏବର୍ଷ ସେତିକି ରଖିଛନ୍ତି।

ଏହି ଲିଷ୍ଟରେ ସବୁଠୁ ଆଗରେ ଅଛନ୍ତି ଚେତେଶ୍ୱର ପୂଜାରା। ୨୦୧୭ ନିଲାମୀରେ ପୂଜାରାଙ୍କ ବେସ୍‌ ପ୍ରାଇସ୍‌ ଥିଲା ୫୦ଲକ୍ଷ ଟଙ୍କା। ତଥାବି ତାଙ୍କୁ କୌଣସି ଫ୍ରାଞ୍ଚାଇଜ୍‌ କିଣିନଥିଲେ। କିନ୍ତୁ ୨୦୧୮ ଆଇପିଏଲରେ ସେ ତାଙ୍କର ବେସ୍‌ ପ୍ରାଇସ୍‌ ବଢାଇ ୭୫ ଲକ୍ଷ ଟଙ୍କା ରଖିଛନ୍ତି। ପୂଜାରା ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ଡେବ୍ୟୁ କରିନାହାଁନ୍ତି। ସେ ଶେଷ ଥର ପାଇଁ ୨୦୧୪ରେ କିଙ୍ଗ ଇଲେଭେନ୍‌ ପଞ୍ଜାବ ପକ୍ଷରୁ ଆଇପିଏଲ୍‌ ଖେଳିଥିଲେ। ପୂଜାର ଆଇପିଏଲ କ୍ୟାରିୟରରେ ମୋଟ ୩୦ଟି ମ୍ୟାଚ୍‌ ଖେଳି ୩୯୦ ରନ କରିଛନ୍ତି। ତାଙ୍କର ବେଷ୍ଟ ସ୍କୋର ୫୧ ରନ ରହିଛି।

ଅନ୍ୟପଟେ କେବଳ ପୂଜାରା ନୁହଁନ୍ତି ଶ୍ରୀଲଙ୍କାର ଥିସାରା ପେରେରା, ଅଷ୍ଟ୍ରେଲିଆର ନାଥନ ଲିୟନ, ୱେଷ୍ଟଇଣ୍ଡିଜର ଜସନ୍‌ ହୋଲ୍ଡରଙ୍କ ପରି ଅନେକ ଅନ୍ତର୍ଜାତୀୟ ଖେଳାଳି ଏମିତି ଅଛନ୍ତି ଯେଉଁ ଖେଳାଳିଙ୍କୁ ଗତ ବର୍ଷ ନିଲାମୀରେ କୌଣସି ଫ୍ରାଞ୍ଚାଇଜ୍‌ କିଣି ନଥିବା ବେଳେ ଏଥର ମଧ୍ୟ ସେମାନଙ୍କ ବେସ୍‌ ପ୍ରାଇସ୍‌ ଅଧିକ ରହିଛି।    

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos