ଅନଲକି ବୁମ୍ରା: ପ୍ରଥମ ପାୱାର ପ୍ଲେରେ ଚଳିତ ବର୍ଷ ଗୋଟିଏ ବି ୱିକେଟ ନେଇନାହାନ୍ତି

ସିଡନୀ: ଭାରତରେ ଶ୍ରେଷ୍ଠ ତଥା ବିଶ୍ୱର ନଂ ୨ ବୋଲର ଯଶପ୍ରୀତ ବୁମ୍ରାଙ୍କ ପାଇଁ ୨୦୨୦ ଅନଲକି ସାବ୍ୟସ୍ତ ହୋଇଛି। ଚଳିତ ବର୍ଷ ବୁମ୍ରା ନିଜର ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ର ପ୍ରଥମ ପାୱାର ପ୍ଲେରେ ଗୋଟିଏ ବି ୱିକେଟ ଦଖଲ କରିନାହାନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବା ପୂର୍ବରୁ ସେ ୨୦୨୦ରେ ୬ଟି ଦିନିକିଆ ଖେଳି ମାତ୍ର ଗୋଟିଏ ୱିକେଟ ପାଇଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ମଧ୍ୟ ସେ କୌଣସି ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି। ୨୦୨୦ରେ […]

de

Hemant Lenka
  • Published: Wednesday, 02 December 2020
  • , Updated: 02 December 2020, 04:42 PM IST

ସିଡନୀ: ଭାରତରେ ଶ୍ରେଷ୍ଠ ତଥା ବିଶ୍ୱର ନଂ ୨ ବୋଲର ଯଶପ୍ରୀତ ବୁମ୍ରାଙ୍କ ପାଇଁ ୨୦୨୦ ଅନଲକି ସାବ୍ୟସ୍ତ ହୋଇଛି। ଚଳିତ ବର୍ଷ ବୁମ୍ରା ନିଜର ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ର ପ୍ରଥମ ପାୱାର ପ୍ଲେରେ ଗୋଟିଏ ବି ୱିକେଟ ଦଖଲ କରିନାହାନ୍ତି। ସେହିପରି ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଖେଳିବା ପୂର୍ବରୁ ସେ ୨୦୨୦ରେ ୬ଟି ଦିନିକିଆ ଖେଳି ମାତ୍ର ଗୋଟିଏ ୱିକେଟ ପାଇଥିଲେ।

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ମଧ୍ୟ ସେ କୌଣସି ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି। ୨୦୨୦ରେ ବୁମ୍ରା ମୋଟ ୯ଟି ଦିନିକିଆ ଖେଳି ୪ଟି ୱିକେଟ ପାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୁମ୍ରା ଦିନିକିଆର ପ୍ରଥମ ପାୱାର ପ୍ଲେରେ ଚଳିତ ବର୍ଷ ଗୋଟିଏ ବି ୱିକେଟ ପାଇନାହାନ୍ତି।

ସେ ପ୍ରଥମ ପାୱାର ପ୍ଲେରେ ମୋଟ ୩୪ ଓଭର ବୋଲିଂ କରିଛନ୍ତି। ହେଲେ ସେ ଜଣେ ହେଲେ ବ୍ୟାଟସମ୍ୟାନଙ୍କୁ ଆଉଟ କରିବାକୁ ସକ୍ଷମ ହୋଇନାହାନ୍ତି। ବୁମ୍ରାଙ୍କ ଏହି ନୈରାଶ୍ୟଜନ ପ୍ରଦର୍ଶନର ପ୍ରଭାବ ମଧ୍ୟ ଟିମ୍‌ ଇଣ୍ଡିଆ ଉପରେ ପଡ଼ିଛି। ଦଳ କ୍ରମାଗତ ୫ଟି ଦିନିକିଆ ହାରିଛି।

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଦିନିକିଆରେ ମଧ୍ୟ ବୁମ୍ରା ପ୍ରଥମ ପାୱାର ପ୍ଲେରେ ୫ ଓଭର ବୋଲିଂ କରିଥିଲେ। ହେଲେ ସେ ୧୯ ରନ୍‌ ବ୍ୟୟ କରି ଗୋଟିଏ ବି ୱିକେଟ ପାଇନାହାନ୍ତି।

Related story