ଶ୍ରୀଲଙ୍କା ଟିମ୍‌କୁ ଆଉ ଏକ ଝଟ୍‌କା, ଧିମା ବୋଲିଂ ଯୋଗୁଁ ୨ଟି ମ୍ୟାଚ୍‌ ପାଇଁ ବାସନ୍ଦ ହେଲେ ଉପୁଲ ତରଙ୍ଗା

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଟେଷ୍ଟ୍‌ ସିରିଜ ଓ ଏହାସହ ଲଗାତର ୨ଟି ଦିନିକିଆ ମ୍ୟାଚ୍‌ ହାରିବା ପରେ ଶ୍ରୀଲଙ୍କା ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଅଧିନାୟକ ଉପୁଲ ତରଙ୍ଗା ଦୁଇଟି ମ୍ୟାଚ୍‌ ପାଇଁ ବାସନ୍ଦ ହୋଇଛନ୍ତି। ଧିମା ବୋଲିଂ ପାଇଁ ତରଙ୍ଗାଙ୍କ ଉପରେ ଏହି ବାସନ୍ଦ ଲଗାଯାଇଛି। ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୨ଟି ମ୍ୟାଚ୍‌ ଖେଳା ଯାଇଛି। ତେବେ ଗତ ମ୍ୟାଚ୍‌ରେ ଶ୍ରୀଲଙ୍କା […]

tharanga

Rakesh Mallick
  • Published: Friday, 25 August 2017
  • , Updated: 25 August 2017, 05:49 PM IST

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ଟେଷ୍ଟ୍‌ ସିରିଜ ଓ ଏହାସହ ଲଗାତର ୨ଟି ଦିନିକିଆ ମ୍ୟାଚ୍‌ ହାରିବା ପରେ ଶ୍ରୀଲଙ୍କା ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଅଧିନାୟକ ଉପୁଲ ତରଙ୍ଗା ଦୁଇଟି ମ୍ୟାଚ୍‌ ପାଇଁ ବାସନ୍ଦ ହୋଇଛନ୍ତି। ଧିମା ବୋଲିଂ ପାଇଁ ତରଙ୍ଗାଙ୍କ ଉପରେ ଏହି ବାସନ୍ଦ ଲଗାଯାଇଛି। ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଥିବା ବେଳେ ଏପର୍ଯ୍ୟନ୍ତ ମାତ୍ର ୨ଟି ମ୍ୟାଚ୍‌ ଖେଳା ଯାଇଛି। ତେବେ ଗତ ମ୍ୟାଚ୍‌ରେ ଶ୍ରୀଲଙ୍କା ଫିଲ୍ଡିଂ କରୁଥିବା ସମୟରେ ଅଧିକ ସମୟ ନେଇଥିଲା। ଫଳରେ ଧିମା ବୋଲିଂ ପାଇଁ ଅଧିନାୟକ ତରଙ୍ଗାଙ୍କୁ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଛି।

ପୂର୍ବରୁ ମଧ୍ୟ ଆଇସିସି ଚାମ୍ପିୟନସିପ୍‌ ଟ୍ରଫି ସମୟରେ ଧିମା ବୋଲିଂ ପାଇଁ  ତାଙ୍କୁ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ କରାଯାଇଥିଲା। ତରଙ୍ଗାଙ୍କ ବାସନ୍ଦ ପରେ ଦୀନେସ ଚାଣ୍ଡିମାଲା ଏବଂ ଥିରିମାନେଙ୍କୁ ଡକରା ମିଳିଛି। ଅନ୍ୟପଟେ ଆହତ କାରଣରୁ ବ୍ୟାଟ୍ସମ୍ୟାନ୍‌ ଦନୁସ୍କା ଗୁଣଥିଲକା ମଧ୍ୟ ଆସନ୍ତା ଦୁଇଟି ମ୍ୟାଚ୍ ଖେଳି ନ ପାରନ୍ତି ବୋଲି ଜଣାପଡିଛି।

Related story