ୟୁଏସ୍ ଓପନରୁ ନାଦାଲଙ୍କ ବିଦାୟ

ନ୍ୟୁୟର୍କ: ୟୁଏସ୍ ଓପନରୁ ବିଦାୟ ନେଇଛନ୍ତି ରାଫେଲ ନାଦାଲ। ଦୁଇ ଥର ୟୁଏସ୍ ଓପନ୍ ଚାମ୍ପିଅନ୍ ହୋଇଥିବା ନାଦାଲ ଚଳିତ ଥର ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗତ ୧୦ ବର୍ଷରେ ପ୍ରଥମ ଥର ପାଇଁ ସେ ଏହି ଚାମ୍ପିଅନସିପରୁ ଏତେ ଶୀଘ୍ର ବିଦାୟ ନେଇଛନ୍ତି। ୨୦୦୫ରେ ସେ ଆମେରିକାର ଜେମ୍ସ ବ୍ଲାକଙ୍କ ଠାରୁ ହାରି ୟୁଏସ୍ ଓପନର ତୃତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ। ଆଉ ଆଜି ସେ ତୃତୀୟ ରାଉଣ୍ଡରେ ଇଟାଲୀର ୩୨ତମ ମାନ୍ୟତାପ୍ରାପ୍ତ ଫାବିଓ […]

nadal

Rakesh Mallick
  • Published: Saturday, 05 September 2015
  • , Updated: 05 September 2015, 11:12 AM IST

ନ୍ୟୁୟର୍କ: ୟୁଏସ୍ ଓପନରୁ ବିଦାୟ ନେଇଛନ୍ତି ରାଫେଲ ନାଦାଲ। ଦୁଇ ଥର ୟୁଏସ୍ ଓପନ୍ ଚାମ୍ପିଅନ୍ ହୋଇଥିବା ନାଦାଲ ଚଳିତ ଥର ତୃତୀୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଗତ ୧୦ ବର୍ଷରେ ପ୍ରଥମ ଥର ପାଇଁ ସେ ଏହି ଚାମ୍ପିଅନସିପରୁ ଏତେ ଶୀଘ୍ର ବିଦାୟ ନେଇଛନ୍ତି। ୨୦୦୫ରେ ସେ ଆମେରିକାର ଜେମ୍ସ ବ୍ଲାକଙ୍କ ଠାରୁ ହାରି ୟୁଏସ୍ ଓପନର ତୃତୀୟ ରାଉଣ୍ଡରୁ ବିଦାୟ ନେଇଥିଲେ। ଆଉ ଆଜି ସେ ତୃତୀୟ ରାଉଣ୍ଡରେ ଇଟାଲୀର ୩୨ତମ ମାନ୍ୟତାପ୍ରାପ୍ତ ଫାବିଓ ଫୋଗନିନିଙ୍କଠାରୁ ୩-୬,୪-୬,୬-୪,୬-୩ ଓ ୬-୪ରେ ହାରି ଚଳିତ ୟୁଏସ୍ ଓପନରୁ ବିଦାୟ ନେଇଛନ୍ତି। ପ୍ରଥମ ଦୁଇଟି ସେଟରେ ସେ ଭଲ ପ୍ରଦର୍ଶନ କରିଥିଲେ। କିନ୍ତୁ ତା’ପରେ ଫୋଗନିନି ତାଙ୍କ ଉପରେ ଭାରି ପଡ଼ିଲେ।

ଚଳିତ ସିଜିନରେ ନାଦାଲଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ତେଣୁ ୨୦୦୪ ଭଳି ସେ ଏହି ସିଜିନକୁ ଗୋଟିଏ ବି ଗ୍ରାଣ୍ଡସ୍ଲାମ୍ ଟାଇଟଲ ବିନା ଶେଷ କରିବେ ବୋଲି କୁହାଯାଉଛି।

Related story