ଦୁନିଆର ଦୃତ ଧାବକ ଉସେନ୍‌ ବୋଲ୍ଟ ଆଥଲେଟ୍‌ ନୁହେଁ କ୍ରିକେଟ୍‌ର ହେବାକୁ ଚାହୁଁଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ଟିମ୍‌ ନିଜ ହୋମ ଗ୍ରାଉଣ୍ଡରେ ଆସେସ୍‌ ସିରିଜ ଜିତିବା ପାଇଁ କଡ଼ା ଅଭ୍ୟାସ ଚଲାଇଛି। ଏହି ଅବସରରେ ନିଜ ଖେଳାଳିଙ୍କ ଫିଲ୍ଡିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦୁନିଆର ସବୁଠୁ ଦୃତ ଧାବକଙ୍କ ସାହଜ୍ୟ ନେଇଛି ଅଷ୍ଟ୍ରେଲିଆ ଟିମ୍‌। ଦୁନିଆର ଦୃତ ଧାବକ ଉସେନ ବୋଲ୍ଟଙ୍କୁ ଆସେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ସହ ଦେଖିବାକୁ ମିଳିଛି। ବୋଲ୍ଟ ବି ଯେତେବେଳେ ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ କ୍ରିକେଟ୍‌ ପଡିଆରେ ପହଞ୍ଚିଛନ୍ତି ସେତେବେଳେ […]

bolt-6_1511337387

Rakesh Mallick
  • Published: Wednesday, 22 November 2017
  • , Updated: 22 November 2017, 05:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ଟିମ୍‌ ନିଜ ହୋମ ଗ୍ରାଉଣ୍ଡରେ ଆସେସ୍‌ ସିରିଜ ଜିତିବା ପାଇଁ କଡ଼ା ଅଭ୍ୟାସ ଚଲାଇଛି। ଏହି ଅବସରରେ ନିଜ ଖେଳାଳିଙ୍କ ଫିଲ୍ଡିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଦୁନିଆର ସବୁଠୁ ଦୃତ ଧାବକଙ୍କ ସାହଜ୍ୟ ନେଇଛି ଅଷ୍ଟ୍ରେଲିଆ ଟିମ୍‌। ଦୁନିଆର ଦୃତ ଧାବକ ଉସେନ ବୋଲ୍ଟଙ୍କୁ ଆସେସ ସିରିଜ ପୂର୍ବରୁ ଅଷ୍ଟ୍ରେଲିଆ ଟିମ୍‌ ସହ ଦେଖିବାକୁ ମିଳିଛି। ବୋଲ୍ଟ ବି ଯେତେବେଳେ ଅଷ୍ଟ୍ରେଲିଆ ଖେଳାଳିଙ୍କ ସହ କ୍ରିକେଟ୍‌ ପଡିଆରେ ପହଞ୍ଚିଛନ୍ତି ସେତେବେଳେ ସେ କ୍ରିକେଟ୍‌ ଖେଳରୁ ନିଜକୁ ରୋକି ପାରିନାହାଁନ୍ତି। ସେ ବ୍ୟାଟ୍‌ ଧରି ବଡ଼ ବଡ଼ ସଟ୍‌ ଖେଳି ଅଷ୍ଟ୍ରେଲିଆ ଖେଳାଳିଙ୍କୁ ମନୋରଞ୍ଜନ କରାଇଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟକର କଥା ହେଲା ବୋଲ୍ଟଙ୍କ ପ୍ରଥମ ପସନ୍ଦ ଥିଲା କ୍ରିକେଟ୍‌। ବୋଲ୍ଟ ପ୍ରଥମରୁ ଆଥଲେଟ୍‌ ହେବା ପୂର୍ବରୁ କ୍ରିକେଟର୍‌ ହେବାକୁ ଚାହୁଁଥିଲେ। ବୋଲ୍ଟ ସୋସିଆଲ ମିଡିଆରେ ନିଜର ପ୍ରଥମ ପସନ୍ଦ ବିଷୟରେ ମଧ୍ୟ ପୋଷ୍ଟ କରିଛନ୍ତି। ଏହା ପୂର୍ବରୁ ୨୦୧୪ରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଯୁବରାଜଙ୍କ ସହ ମଧ୍ୟ ବୋଲ୍ଟ କ୍ରିକେଟ୍‌ ଖେଳୁଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା।

Related story