ଅନ୍ତର୍ଜାତୀୟ କ୍ରିକେଟରୁ ଫିଲାଣ୍ଡରଙ୍କ ଅବସର ଘୋଷଣା

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ପେସ୍ ବୋଲର ଭର୍ନନ୍ ଫିଲାଣ୍ଡର ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏ ନେଇ ସୋମବାର ଦକ୍ଷିଣ ଆଫ୍ରିକା କ୍ରିକେଟ୍ (ସିଏସଏ) ପକ୍ଷରୁ ଘୋଷଣା କରାଯାଇଛି। ଫିଲାଣ୍ଡର ଦୀର୍ଘ ବର୍ଷ ଧରି ଦକ୍ଷିଣ ଆଫ୍ରିକା ପେସ୍ ଆଟାକର ଅନ୍ୟତମ ମୁଖ୍ୟ ଅସ୍ତ୍ର ସାଜି ଆସିଛନ୍ତି, ଯେଉଁଥିରେ ଡେଲ୍ ଷ୍ଟେନ୍ ଓ ମର୍ଣ୍ଣି ମୋର୍କେଲ ସାମିଲ୍ ଥିଲେ। ଷ୍ଟେନ୍ ଓ ମୋର୍କେଲ୍ ଟେଷ୍ଟ କ୍ରିକେଟରୁ […]

philander

Ranjit Kumar Jena
  • Published: Monday, 23 December 2019
  • , Updated: 23 December 2019, 07:26 PM IST

ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ପେସ୍ ବୋଲର ଭର୍ନନ୍ ଫିଲାଣ୍ଡର ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏ ନେଇ ସୋମବାର ଦକ୍ଷିଣ ଆଫ୍ରିକା କ୍ରିକେଟ୍ (ସିଏସଏ) ପକ୍ଷରୁ ଘୋଷଣା କରାଯାଇଛି। ଫିଲାଣ୍ଡର ଦୀର୍ଘ ବର୍ଷ ଧରି ଦକ୍ଷିଣ ଆଫ୍ରିକା ପେସ୍ ଆଟାକର ଅନ୍ୟତମ ମୁଖ୍ୟ ଅସ୍ତ୍ର ସାଜି ଆସିଛନ୍ତି, ଯେଉଁଥିରେ ଡେଲ୍ ଷ୍ଟେନ୍ ଓ ମର୍ଣ୍ଣି ମୋର୍କେଲ ସାମିଲ୍ ଥିଲେ।

ଷ୍ଟେନ୍ ଓ ମୋର୍କେଲ୍ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇସାରିଛନ୍ତି। ୩୪ ବର୍ଷୀୟ ଫିଲାଣ୍ଡର୍ ୬୦ ଟେଷ୍ଟ ମ୍ୟାଚ୍ ବ୍ୟବୀତ ୩୦ ଦିନିକିଆ ଏବଂ ୭ଟି ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ପ୍ରତିନିଧିତ୍ୱ କରିଛନ୍ତି। ଟେଷ୍ଟରେ ସେ ୨୨.୧୬ ହାରରେ ୨୧୬ ୱିକେଟ୍ ନେଇଛନ୍ତି। ସେ ୧୩ଥର ୫ରୁ ଅଧିକ ୱିକେଟ୍ ଅକ୍ତିଆର କରିଛନ୍ତି।

ଅବସର ଘୋଷଣା ନେଇ ଫିଲାଣ୍ଡର କହିଛନ୍ତି, "ପ୍ରଥମତଃ ମୁଁ ମୋ ପିତାଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି, ଯାହାଙ୍କ ଆଶୀର୍ବାଦରେ ମୁଁ ୧୨ ବର୍ଷ ଧରି ଦକ୍ଷିଣ ଆଫ୍ରିକା ଟିମର ସେବା କରିପାରିଛି। ଏହାଛଡ଼ା ମୁଁ ମୋ ପତ୍ନୀ, ପରିବାର ଏବଂ ବନ୍ଧୁପରିଜନଙ୍କ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ଶେଷରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ମୋତେ ସୁଯୋଗ ଦେଇଥିବାରୁ ମୁଁ ନିଜମୁ ସମ୍ମାନିତ ମନେ କରୁଛି।"

Related story