ବିଜୟ ହଜାରେ ଟ୍ରଫି: ଓଡ଼ିଶାକୁ ୫ ରନରେ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଫିରୋଜଶାହା କୋଟଲାରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚରେ ଓଡ଼ିଶାକୁ ୫ ରନରେ ହରାଇ ଦେଇଛି ଦିଲ୍ଲୀ । ୪.୩ ଓଭର ବାକି ଥାଇ ଦିଲ୍ଲୀ ଏହି ମ୍ୟାଚକୁ ଜିତି ନେଇଛି। ଦଳ ୪୬.୩ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଟୁର୍ନାମେଣ୍ଟରେ ଓଡ଼ିଶାର ଏହା ଦ୍ୱିତୀୟ ପରାଜୟ। ଟସ୍ ଜିତି ଦିଲ୍ଲୀ ଓଡ଼ିଶାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ନିର୍ଦ୍ଧାରିତ ଓଭରରେ […]

cricket_bat_and_ball

Rakesh Mallick
  • Published: Sunday, 13 December 2015
  • , Updated: 13 December 2015, 01:52 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଫିରୋଜଶାହା କୋଟଲାରେ ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର ଏକ ମ୍ୟାଚରେ ଓଡ଼ିଶାକୁ ୫ ରନରେ ହରାଇ ଦେଇଛି ଦିଲ୍ଲୀ । ୪.୩ ଓଭର ବାକି ଥାଇ ଦିଲ୍ଲୀ ଏହି ମ୍ୟାଚକୁ ଜିତି ନେଇଛି। ଦଳ ୪୬.୩ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଟୁର୍ନାମେଣ୍ଟରେ ଓଡ଼ିଶାର ଏହା ଦ୍ୱିତୀୟ ପରାଜୟ।

ଟସ୍ ଜିତି ଦିଲ୍ଲୀ ଓଡ଼ିଶାକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ଓଡ଼ିଶା ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୨୫ ରନ କରିବାକୁ ସକ୍ଷମ ହୋଇଥିଲା। ଦଳପକ୍ଷରୁ ନଟରାଜ ବେହେରା ୫୬ ବଲରୁ ୫୦ ରନ, ବିପ୍ଳବ ବେହେରା ୬୭ ବଲରୁ ୪୭ ଓ ଗୋବିନ୍ଦ ପୋଦ୍ଦାର ୬୧ ବଲରୁ ୩୦ ରନ କରି ଆଉଟ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ମନନ୍ ଶର୍ମା ୩ଟି, ପୱନ ତ୍ୟାଗୀ ଓ ନଭଦୀପ୍ ଅମରଜିତ ସିଂହ ୨ଟି ଲେଖାଏଁ ଏବଂ ସୁବୋଧ ଭାତ୍ତି ଗୋଟିଏ ୱିକେଟ ନେଇଥିଲେ।

୨୨୬ରନ ଲକ୍ଷ୍ୟକୁ ପିଛା କରି ଦିଲ୍ଲୀ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ପକ୍ଷରୁ ଗୌତମ ଗମ୍ଭୀର ୮୨ ବଲରୁ ୬୭ ରନ, ବୈଭବ ରାୱଲ ୪୮ ବଲରୁ ୪୦ ଓ ମିଲିଣ୍ଡଙ୍କ ଅପରାଜିତ ୬୨ରନ (୮୯ ବଲ) କରିଥିଲେ। ଓଡ଼ିଶା ପକ୍ଷରୁ ଆଲୋକ ସାହୁ ୨ଟି ଓ ଶୁଭମ୍ ନାୟକ ଗୋଟିଏ ୱିକେଟ ନେଇଥିଲେ।

ପୂର୍ବରୁ ମହାରାଷ୍ଟ୍ରଠାରୁ ୪୦ ରନରେ ଓ ରବିବାର ଦିଲ୍ଲୀଠାରୁ ୫ ରନରେ ଓଡ଼ିଶା ପରାଜିତ ହୋଇଥିବା ବେଳେ ବିଦର୍ଭଠାରୁ ୩ ରନରେ ବିଜୟୀ ହୋଇଥିଲା ଦଳ।ଏହି ବିଜୟ ସହ ଦିଲ୍ଲୀ ୮ ପଏଣ୍ଟ ପାଇ ଟେବୁଲର ତୃତୀୟସ୍ଥାନରେ ରହିଛି। ଓଡ଼ିଶା ଗୋଟିଏ ବିଜୟ ଓ ଦୁଇଟି ପରାଜୟ ସହ ଷଷ୍ଠ ସ୍ଥାନରେ ରହିଛି।

Related story