ବିଜୟ ହଜାରେ ଟ୍ରଫି: ଓଡ଼ିଶା-ବରୋଦା ମ୍ୟାଚ୍ ବାତିଲ

ଭଦୋଦରା: ବିସିସିଆଇ ଦ୍ୱାରା ପରିଚାଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଚାମ୍ପିୟନଶିପ୍ ଆଜିଠାରୁ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବାର ଥିଲା । ତେବେ ବର୍ଷା ଯୋଗୁ ଏହି ମ୍ୟାଚଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ମଙ୍ଗଳବାର ସକାଳୁ ଏଠାରେ ପ୍ରବଳ ବର୍ଷା ଲାଗି ରହିଥିଲା, ଯାହା ଫଳରେ ମ୍ୟାଚର ଟସ୍ ମଧ୍ୟ ପଡ଼ିପାରିନଥିଲା। ମ୍ୟାଚ୍ ବାତିଲ ହେବା ଦ୍ୱାରା ଉଭୟ ଓଡ଼ିଶା ଓ ବରୋଦାକୁ ୨ ପଏଣ୍ଟ ଲେଖାଏ ମିଳିଛି। ଏଲିଟ୍ […]

vijay-hazare

Ranjit Kumar Jena
  • Published: Tuesday, 24 September 2019
  • , Updated: 24 September 2019, 08:44 PM IST

ଭଦୋଦରା: ବିସିସିଆଇ ଦ୍ୱାରା ପରିଚାଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଚାମ୍ପିୟନଶିପ୍ ଆଜିଠାରୁ ଆରମ୍ଭ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ତା'ର ପ୍ରଥମ ମ୍ୟାଚରେ ବରୋଦାକୁ ଭେଟିବାର ଥିଲା । ତେବେ ବର୍ଷା ଯୋଗୁ ଏହି ମ୍ୟାଚଟି ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି।

ମଙ୍ଗଳବାର ସକାଳୁ ଏଠାରେ ପ୍ରବଳ ବର୍ଷା ଲାଗି ରହିଥିଲା, ଯାହା ଫଳରେ ମ୍ୟାଚର ଟସ୍ ମଧ୍ୟ ପଡ଼ିପାରିନଥିଲା। ମ୍ୟାଚ୍ ବାତିଲ ହେବା ଦ୍ୱାରା ଉଭୟ ଓଡ଼ିଶା ଓ ବରୋଦାକୁ ୨ ପଏଣ୍ଟ ଲେଖାଏ ମିଳିଛି। ଏଲିଟ୍ ଗ୍ରୁପ୍-ବି'ରେ ସ୍ଥାନ ପାଇଥିବା ଓଡ଼ିଶା ୨୬ ତାରିଖରେ ତା'ର ପରବର୍ତ୍ତୀ ମ୍ୟାଚରେ ହରିଆନାକୁ ଭେଟିବ। ସେହିପରି ଆଲୁର ଓ ଭଦୋଦରାରେ ଗ୍ରୁପ୍-ଏ ଓ ଗ୍ରୁପ୍-ବି'ର ସବୁ ଯାକ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି।

ତେବେ ମଙ୍ଗଳବାର ୫ଟି ମ୍ୟାଚ୍ ପୂରା ଖେଳାଯାଇଥିଲା। ଜୟପୁରରେ ଖେଳାଯାଇଥିବା ଏଲିଟ୍ ଗ୍ରୁପ୍-ସି'ର ଏକ ମ୍ୟାଚରେ ତାମିଲନାଡୁ ୬ ୱିକେଟରେ ରାଜସ୍ଥାନକୁ ପରାସ୍ତ କରିଥିବା ବେଳେ ତ୍ରିପୁରା ୨ ୱିକେଟରେ ଜମ୍ମୁ-କଶ୍ମୀରକୁ, ଗୁଜରାଟ ୩୮ ରନରେ ବେଙ୍ଗଲକୁ ହରାଇଛି। ସେହିପରି ପ୍ଲେଟ୍ ଗ୍ରୁପ୍ ମ୍ୟାଚରେ ମିଜୋରାମ୍ ୭ ୱିକେଟରେ ଅରୁଣାଚଳ ପ୍ରଦେଶକୁ ଏବଂ ମେଘାଳୟ ୧୯୪ ରନରେ ସିକିମକୁ ପରାସ୍ତ କରିଛି।

Related story