କ୍ରମାଗତ ତୃତୀୟ ସ୍ୱର୍ଣ୍ଣ ପଦକ ଜିତିଲେ ଭିନେଶ୍

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ରେସଲର୍ ଭିନେଶ୍ ଫୋଗତ୍ ୱାରସାରେ ଚାଲିଥିବା ପୋଲାଣ୍ଡ ଓପନ୍ ରେସଲିଂ ଟୁର୍ଣ୍ଣାମେଣ୍ଟର ମହିଳା ୫୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଓଜନ ବର୍ଗରେ ଭିନେଶଙ୍କର ଏହା କ୍ରମାଗତ ତୃତୀୟ ସ୍ୱର୍ଣ୍ଣ ପଦକ। ଏହି ୨୪ ବର୍ଷୀୟା ରେସଲର୍ ଫାଇନାଲରେ ସ୍ଥାନୀୟ ଖେଳାଳି ରୋକସାନାଙ୍କୁ ୩-୨ରେ ହରାଇଛନ୍ତି। ଏହା ପୂର୍ବରୁ ଭିନେଶ କ୍ୱାର୍ଟରଫାଇନାଲରେ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସ୍ୱିଡେନର ସୋଫିଆ ମ୍ୟାଟ୍ଟସନଙ୍କୁ ପରାସ୍ତ କରିଥିଲେ। ଏହି ଶୀର୍ଷ ଭାରତୀୟ […]

vinesh

Ranjit Kumar Jena
  • Published: Sunday, 04 August 2019
  • , Updated: 04 August 2019, 07:45 PM IST

ନୂଆଦିଲ୍ଲୀ: ଭାରତର ଷ୍ଟାର୍ ରେସଲର୍ ଭିନେଶ୍ ଫୋଗତ୍ ୱାରସାରେ ଚାଲିଥିବା ପୋଲାଣ୍ଡ ଓପନ୍ ରେସଲିଂ ଟୁର୍ଣ୍ଣାମେଣ୍ଟର ମହିଳା ୫୩ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏହି ଓଜନ ବର୍ଗରେ ଭିନେଶଙ୍କର ଏହା କ୍ରମାଗତ ତୃତୀୟ ସ୍ୱର୍ଣ୍ଣ ପଦକ।

ଏହି ୨୪ ବର୍ଷୀୟା ରେସଲର୍ ଫାଇନାଲରେ ସ୍ଥାନୀୟ ଖେଳାଳି ରୋକସାନାଙ୍କୁ ୩-୨ରେ ହରାଇଛନ୍ତି। ଏହା ପୂର୍ବରୁ ଭିନେଶ କ୍ୱାର୍ଟରଫାଇନାଲରେ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସ୍ୱିଡେନର ସୋଫିଆ ମ୍ୟାଟ୍ଟସନଙ୍କୁ ପରାସ୍ତ କରିଥିଲେ।

ଏହି ଶୀର୍ଷ ଭାରତୀୟ ରେସଲର୍ ଗତ ମାସରେ ସ୍ପେନରେ ଆୟୋଜିତ ଗ୍ରାଁ ପ୍ରି' ଏବଂ ତୁର୍କୀର ଇସ୍ତାନବୁଲରେ ୟାସାର ଡୋଗୁ ଇଣ୍ଟରନ୍ୟାଶନାଲ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭିନେଶଙ୍କ ଏହି ସଫଳତା ପାଇଁ ତାଙ୍କୁ ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ୍ ବୀରେନ୍ ରସକ୍ୱିନା ଭିନେଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related story